ସୁଗ୍ରୀବ Sugrība

  • ସଂ. ବିଣ. ପୁଂ (ସୁ=ସୁନ୍ଦର ଅଟେ ଗ୍ରୀବା ଯାହାର; ବହୁବ୍ରୀହି) — ସୁନ୍ଦର ଗ୍ରୀବାବିଶିଷ୍ଟା — Having a beautiful neck
  • ସଂ. ବି — ବିଷ୍ଣଙ୍କ 4 ଅଶ୍ୱ ମଧ୍ୟରୁ ଏକ ଅଶ୍ୱର ନାମ (ମେଦିନୀ) — ବିଷ୍ଣଙ୍କ4ଅଶ୍ୱ ମଧ୍ୟରୁ ଏକ ଅଶ୍ୱର ନାମ (ମେଦିନୀ)—. Name of one of the 4 horses drawing the chariot of Bishṇu
  • ସଂ. ବି — ରାମାୟଣ ବର୍ଣ୍ଣିତ ଶ୍ରୀରାମମିତ୍ର କପୀଶ୍ୱର — The name of the monkey-king of Kishkindhyā, the sworn friend of Rāmachandra
  • ସଂ. ବି — [ଦ୍ର— ଏ ରୁକ୍ଷରାଜଙ୍କ ସ୍ତ୍ରୀଙ୍କ ଗର୍ଭରେ ସୂର୍ଯ୍ୟଙ୍କ ଔରସ ପୁତ୍ର। ଏହାଙ୍କ ଜ୍ଯେଷ୍ଠ ଭ୍ରାତା ବାଳି ରାଜା ଥିବା ସମୟରେ ମାୟାବୀ ଦୈତ୍ୟ ସଙ୍ଗେ ଯୁଦ୍ଧ କରୁ କରୁ ଏକ ଗୁହାରେ ପଶିଲେ ଏବଂ ସୁଗ୍ରୀବଙ୍କୁ ଗୁହାଦ୍ୱାର ଜଗାଇ ଗଲେ। ବାଳି ଏକ ବର୍ଷ କାଳ ଗୁହାରୁ ନ ଫେରିବାରୁ ସେ ମୃତ ହେବା ମନେ କରି ଉକ୍ତ ଦୈତ୍ୟଭୟ ନିବାରଣାର୍ଥ ସୁଗ୍ରୀବ ଉକ୍ତ ଗୁହାମୁଖକୁ ପଥର ଦ୍ୱାରା ବୁଜିଦେଇ ଫେରି ଆସି କିସ୍କିନ୍ଧ୍ୟାର ରାଜା ହେଲେ। ଏକ ବର୍ଷ ପରେ ବାଳି ଉକ୍ତ ଦୈତ୍ୟକୁ ବଧ କରି ଫେରି ରୁଦ୍ଧଦ୍ୱାରକୁ ଠେଲି ବାହାରି ଆସି ସୁଗ୍ରୀବଙ୍କ ଉପରେ ରାଗାନ୍ୱିତ ହୋଇ ତାହାଙ୍କୁ କିସ୍କିନ୍ଧ୍ୟାରୁ ତଡ଼ି ତାଙ୍କ ସ୍ତ୍ରୀ ରୁମାଙ୍କୁ ହରଣ କରି ନେବା ପରେ ରାମଚନ୍ଦ୍ର କିସ୍କିନ୍ଧ୍ୟାରେ ପହଞ୍ଚଲେ ଏବଂ ଏହାଙ୍କ ସଙ୍ଗେ 'ସଙ୍ଗାତ' ବସି ଏହାଙ୍କ ପ୍ରେରିତ ହନୁମାନଙ୍କ ଦ୍ୱାରା ସୀତାଙ୍କୁ ଲଙ୍କାରେ ଠାବ କରାଇଲେ ଓ ରାମଚନ୍ଦ୍ର ବାଳିଙ୍କୁ ବଧ କରି ରୁମାଙ୍କୁ ଉଦ୍ଧାର କଲେ ଏବଂ ବାଳିଙ୍କ ସ୍ତ୍ରୀ ତାରାଙ୍କ ସହିତ ସୁଗ୍ରୀବଙ୍କୁ ରାଜ୍ୟରେ ଅଭିଷିକ୍ତ କଲେ। ସୁଗ୍ରୀବ କୃତଜ୍ଞତାର ନିଦର୍ଶନସ୍ୱରୂପ କପି ସେନା ସହିତ ଲଙ୍କାକୁ ଯାଇ ରାମଚନ୍ଦ୍ରଙ୍କୁ ସାହାଯ୍ୟ କରିବାରେ ରାମଚନ୍ଦ୍ର ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କଲେ। ସୁଗ୍ରୀବ ରାମଙ୍କ ସଙ୍ଗେ ଅଯୋଧ୍ୟାକୁ ମଧ୍ୟ ଗଲେ; ତତ୍ପରେ କିସ୍କିନ୍ଧ୍ୟାକୁ ଫେରି ସେଠାରେ ରାଜତ୍ୱ କଲେ। ରାମଚନ୍ଦ୍ର ଦେହ ତ୍ୟାଗ କରିବାକୁ ଉଦ୍ୟତ ହେବା ସମ୍ବାଦ ଶୁଣି ସୁଗ୍ରୀବ ବାଳିପୁତ୍ର ଅଙ୍ଗଦଙ୍କୁ ରାଜଗାଦିରେ ବସାଇ ଅଯୋଧ୍ୟାକୁ ଗଲେ ଏବଂ ରାମଙ୍କ ଅନୁଗମନ କରି ସ୍ୱପିତା ସୂର୍ଯ୍ୟଙ୍କ ମଣ୍ଡଳରେ ପ୍ରବିଷ୍ଟ ହେଲେ— ରାମାୟଣ।]
  • ସଂ. ବି — ଚଣ୍ଡୀ ବା ଦେବୀ ମାହାତ୍ମ୍ୟରେ ବର୍ଣ୍ଣିତ ଅସୁର ବିଶେଷ — Name of a demon described in the Chaṇḍī Purāṇa
  • ସଂ. ବି — [ଦ୍ର—ଚଣ୍ଡୀଙ୍କ ରୂପରେ ମୁଗ୍ଧ ହୋଇ ଶୁମ୍ଭାସୁରର ଭୃତ୍ୟ ଚଣ୍ଡି ଓ ମୁଣ୍ଡ ଆସି ଶୁମ୍ଭକୁ ଜଣାଇଲେ, "ଏ ଚାର୍ବଙ୍ଗୀ ରମଣୀରତ୍ନକୁ ଆପଣଙ୍କ ପରି ବୀରଙ୍କର ଗ୍ରହଣ କରିବା ଉଚିତ।"ଶୁମ୍ଭ ଏହା ଶୁଣି 'ସୁଗ୍ରୀବ'ଙ୍କୁ ଦେବୀଙ୍କ ନିକଟକୁ ବିବାହ ପ୍ରସ୍ତାବ କରି ଦୂତରୂପେ ପଠାଇଥିଲେ। ସୁଗ୍ରୀବ ଯାଇ ହିମାଚଳରେ ଅବସ୍ଥିତା ଦେବୀଙ୍କ ଆଗରେ ଶୁମ୍ଭଙ୍କ ପରାକ୍ରମ ବର୍ଣ୍ଣନା କରି ଶୁମ୍ବଙ୍କ ଦ୍ୱାରା ପ୍ରେରିତ ସମ୍ବାଦ ଦେବୀଙ୍କୁ ଦେବାରୁ ଦେବୀ କହିଲେ—"ଯେଉଁ ବୀର ମୋ ସଙ୍ଗେ ଯୁଦ୍ଧ କରି ମୋତେ ପରାସ୍ତ କରିବେ, ସେହି ଏକା ମୋ ପାଣି ଗ୍ରହଣ କରିବେ ବୋଲି ମୁଁ ପୂର୍ବରୁ ପ୍ରତିଜ୍ଞା କରିଅଛି। ଏ କଥା ତୁମ୍ଭେ ଯାଇ ତୁମ୍ଭ ପ୍ରଭୁଙ୍କୁ କହ।" ଏହା ଶୁଣି ସୁଗ୍ରୀବ ଉପହାସ କରି କହିଲା—"ତୁମ୍ଭେ ସୁଖରେ ମୋ ପ୍ରଭୁଙ୍କ ପାଖକୁ ଯାଉନାହଁ; କିନ୍ତୁ ପରେ 'କେଶାକର୍ଷଣନିର୍ଧୃତଗୌରବା' ହୋଇ ଯିବ।" ଦେବୀ ଏହା ଶୁଣି ନିଜ ପ୍ରତିଜ୍ଞା ଅବିଚଳିତ ରଖିବାର ଇଚ୍ଛା ପ୍ରକାଶ କରିବାରୁ ସୁଗ୍ରୀବ ଯାଇ ଶୁମ୍ଭଙ୍କୁ ଏ କଥା ଜ୍ଞାପନ କଲା ଏବଂ ତତ୍ପରେ ଯେଉଁ ଯୁଦ୍ଧ ହେଲା, ସେଥିରେ ଶୁମ୍ଭ; ନିଶୁମ୍ଭ ଓ ତାଙ୍କ ସେନାପତିମାନେ ନିହତ ହେଲେ— ଚଣ୍ଡୀ 6 ଷ୍ଠ ଅଧ୍ୟାୟ।] — [ଦ୍ର—ଚଣ୍ଡୀଙ୍କ ରୂପରେ ମୁଗ୍ଧ ହୋଇ ଶୁମ୍ଭାସୁରର ଭୃତ୍ୟ ଚଣ୍ଡି ଓ ମୁଣ୍ଡ ଆସି ଶୁମ୍ଭକୁ ଜଣାଇଲେ, "ଏ ଚାର୍ବଙ୍ଗୀ ରମଣୀରତ୍ନକୁ ଆପଣଙ୍କ ପରି ବୀରଙ୍କର ଗ୍ରହଣ କରିବା ଉଚିତ"ଶୁମ୍ଭ ଏହା ଶୁଣି 'ସୁଗ୍ରୀବ'ଙ୍କୁ ଦେବୀଙ୍କ ନିକଟକୁ ବିବାହ ପ୍ରସ୍ତାବ କରି ଦୂତରୂପେ ପଠାଇଥିଲେ ସୁଗ୍ରୀବ ଯାଇ ହିମାଚଳରେ ଅବସ୍ଥିତା ଦେବୀଙ୍କ ଆଗରେ ଶୁମ୍ଭଙ୍କ ପରାକ୍ରମ ବର୍ଣ୍ଣନା କରି ଶୁମ୍ବଙ୍କ ଦ୍ୱାରା ପ୍ରେରିତ ସମ୍ବାଦ ଦେବୀଙ୍କୁ ଦେବାରୁ ଦେବୀ କହିଲେ—"ଯେଉଁ ବୀର ମୋ ସଙ୍ଗେ ଯୁଦ୍ଧ କରି ମୋତେ ପରାସ୍ତ କରିବେ, ସେହି ଏକା ମୋ ପାଣି ଗ୍ରହଣ କରିବେ ବୋଲି ମୁଁ ପୂର୍ବରୁ ପ୍ରତିଜ୍ଞା କରିଅଛି ଏ କଥା ତୁମ୍ଭେ ଯାଇ ତୁମ୍ଭ ପ୍ରଭୁଙ୍କୁ କହ" ଏହା ଶୁଣି ସୁଗ୍ରୀବ ଉପହାସ କରି କହିଲା—"ତୁମ୍ଭେ ସୁଖରେ ମୋ ପ୍ରଭୁଙ୍କ ପାଖକୁ ଯାଉନାହଁ; କିନ୍ତୁ ପରେ 'କେଶାକର୍ଷଣନିର୍ଧୃତଗୌରବା' ହୋଇ ଯିବ" ଦେବୀ ଏହା ଶୁଣି ନିଜ ପ୍ରତିଜ୍ଞା ଅବିଚଳିତ ରଖିବାର ଇଚ୍ଛା ପ୍ରକାଶ କରିବାରୁ ସୁଗ୍ରୀବ ଯାଇ ଶୁମ୍ଭଙ୍କୁ ଏ କଥା ଜ୍ଞାପନ କଲା ଏବଂ ତତ୍ପରେ ଯେଉଁ ଯୁଦ୍ଧ ହେଲା, ସେଥିରେ ଶୁମ୍ଭ; ନିଶୁମ୍ଭ ଓ ତାଙ୍କ ସେନାପତିମାନେ ନିହତ ହେଲେ— ଚଣ୍ଡୀ6ଷ୍ଠ ଅଧ୍ୟାୟ]
  • ସଂ. ବି — ବର୍ତ୍ତମାନ ଅବସର୍ପିଣୀ (ଯୁଗ)ର ନବମ ଜିନପିତା; ଅର୍ହତ୍ ପିତା (ହେମଚନ୍ଦ୍ର) — Name of the father of a Buddhist saint, ninth in order of the present age
  • ସଂ. ବି — ଶିବ (ଶବ୍ଦକଳ୍ପଦ୍ରୁମ) — God Ṡiva
  • ସଂ. ବି — ଇନ୍ଦ୍ର (ଶବ୍ଦକଳ୍ପଦ୍ରୁମ) — God Indra
  • ସଂ. ବି — ରାଜହଂସ (ଶବ୍ଦକଳ୍ପଦ୍ରୁମ) — Swan
  • ସଂ. ବି — ପର୍ବତବିଶେଷ (ଶବ୍ଦକଳ୍ପଦ୍ରୁମ) — Name of a mountain
  • ସଂ. ବି — ଅସ୍ତ୍ରବିଶେଷ (ଶବ୍ଦକଳ୍ପଦ୍ରୁମ) — A kind of weapon