ସୁକାନ୍ତି Sukānti
- ସଂ. ବି — ସୁନ୍ଦର କାନ୍ତି — Beautiful lustre
- ସଂ. ବି — (ନାମ) ମୁନି ବିଶେଷ — Name of a sage
- ସଂ. ବି — (ଉ— ଏକାନ୍ତେ ସୁକାନ୍ତି ତନୁଜା—ତୀର— ଶୈଳବିହାର। ରାଧାନାଥ, ଚନ୍ଦ୍ରଭାଗା।)
- ସଂ. ବି — [ଦ୍ର—ସୁକାନ୍ତି ଋଷିଙ୍କ ତପଃ ପ୍ରଭାବରୁ ମହାନଦୀ ଜାତ ହୋଇଥିବା ପୌରାଣିକ କିଂବଦନ୍ତୀ ଅଛି।]
- ସଂ. ବି — (ନାମ) ବିଦ୍ୟୁଜ୍ଜିହ୍ୱ ରାକ୍ଷସର ଭଉଣୀ — Sister of the Rākshasa Biddyujjihwa, who assumed the form of Sitā by magic
- ସଂ. ବି — (ଉ— ବାଞ୍ଛା ବଟ ତଳେ ଗତ ସୁକାନ୍ତିକି ଘେନି ଭ୍ରାତ ମନାସି କାମ୍ୟକ ତୀର୍ଥେ ଦାହି। ଭଞ୍ଜ, ବୈଦେହୀଶବିଳାସ।)
- ସଂ. ବି — [ଦ୍ର— ଏହି ରାକ୍ଷାସୀ ରାବଣର ପ୍ରରୋଚନାରେ ମାୟାସୀତା ରୂପଧାରଣ କରିଥିଲା।]
- ସଂ. ବିଣ. ପୁଂ ଓ ସ୍ତ୍ରୀ (ବହୁବ୍ରୀହି) — ସୁଶ୍ରୀକ; ସୁନ୍ଦରୀ — Beautiful (male and female)
- ସଂ. ବିଣ. ପୁଂ ଓ ସ୍ତ୍ରୀ (ବହୁବ୍ରୀହି) — (ଉ— ହେ ଭଲ କହିଲ ବର କାହିଁ ଲକ୍ଷ୍ୟ ସୁକାନ୍ତିକି ଦେଲା ଭୁଲାଇ। ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ।)