ସୁକନ୍ୟା Sukanyā

  • ସଂ. ବି (କର୍ମଧା) — ସୁନ୍ଦରୀ କନ୍ଯା — A beautiful girl
  • ସଂ. ବି (କର୍ମଧା) — (ନାମ) ଶର୍ଯ୍ୟାତି ରାଜାଙ୍କ କନ୍ଯା; ଚ୍ୟବନ ଋଷିଙ୍କ ସ୍ତ୍ରୀ — Name of the wife of Chyabana sage
  • ସଂ. ବି (କର୍ମଧା) — [ଉ—ସୁକନ୍ଯା ଚ୍ୟବନ ସମୀପେ। ଖଟଇ ମନ ଅନୁରୂପେ—ଜଗନ୍ନାଥ, ଭାଗବତ।]
  • ସଂ. ବି (କର୍ମଧା) — [ଦ୍ର— ଶର୍ଯ୍ୟାତି ମୃଗୟା ନିମନ୍ତେ ଥରେ ସପରିବାର ଅରଣ୍ୟକୁ ଯାଇଥିଲେ। ସୁକନ୍ଯା ମନ ଆନନ୍ଦରେ ବନରେ ବୁଲୁ ବୁଲୁ ଗୋଟିଏ ହୁଙ୍କା ମଧ୍ୟରେ ଜୁଳୁଜୁଳୁ ଦିଶୁଥିବା ଦୁଇଟି ଉଜ୍ଜ୍ୱଳ ପଦାର୍ଥ ଲକ୍ଷ କରି ବାଳତାପଲ୍ୟ ବଶତଃ ସେ ଦୁଇଟି ବସ୍ତୁକୁ କଣ୍ଟାଦ୍ୱାରା ଫୋଡ଼ି ଦେଲେ। ଦେଖାଗଲା ଯେ, ଏ ଦୁଇଟି ଉଜ୍ଜଳ ବସ୍ତୁ ତପସ୍ୟାମଗ୍ନା ଚ୍ୟବନ ଋଷିଙ୍କର ଦୁଇଟି ଚକ୍ଷୁ। ଚ୍ୟବନ ମୁନି ନିଜର ନୟନ ନାଶରେ କ୍ରୁଦ୍ଧ ହୋଇ ଅଭିଶାପଦ୍ୱାରା ରାଜାଙ୍କ ସୈନ୍ୟଗଣର ମଳ ମୂତ୍ର ତ୍ୟାଗ ବନ୍ଦ କରି ଦେଲେ। ରାଜା ଅନନ୍ୟୋପାୟ ହୋଇ ଋଷିଙ୍କ ହସ୍ତରେ ସ୍ୱ କନ୍ଯା ସୁକନ୍ୟାଙ୍କୁ ଅର୍ପଣ କରି ଉକ୍ତ ଶାପରୁ ନିଷ୍କୃତି ପାଇଲେ। ଚ୍ୟବନ ଅତ୍ୟନ୍ତ କୋପନ— ପ୍ରକୃତି ଥିଲେହେଁ ସୁକନ୍ଯା ସ୍ୱୀୟ ପାତିବ୍ରତ୍ୟ ଓ ସେବାଦ୍ୱାରା ସ୍ୱାମୀଙ୍କୁ ପରମ ପ୍ରୀତ କରାଇଲେ।]