ସୁଏଜ୍ ଖାଲ Suej khāla
- ଦେ. ବି — ଭୂମଧ୍ୟସାଗର ଓ ଲୋହିତସାଗରକୁ ଯୋଗ କରିଥିବା ନାଳ — Suez canal
- ଦେ. ବି — [ଦ୍ର—ଏହି ନାଳ ଖୋଳା ହେବା ପୂର୍ବେ ସାହେବମାନେ ଭାରତକୁ ଜଳପଥରେ ଆସିବା ପାଇଁ ଆଫ୍ରିକାର ଉତ୍ତମାଶା ଅନ୍ତରୀପ — (Cape of Good Hope)ବାଟେ ବୁଲି କରି ଆସୁଥିଲେ ଏହି ନାଳକୁ ଜଣେ ଫରାସୀ ଇଞ୍ଜିନିୟର୍ ବୁଦ୍ଧିବଳରେ ଖୋଳାଇବାରୁ ଏହି ନାଳ ବାଟେ ସାହେବମାନେ ଭୂମଧ୍ୟସାଗରରୁ ଲୋହିତସାଗର ଓ ଆରବ ଉପସାଗର ବାଟେ ଭାରତକୁ ଆସୁଅଛନ୍ତି ଏହି ନାଳ ବର୍ତ୍ତମାନ ଇଂରାଜଙ୍କ ଅଧିକୃତ ଏହାର ଉତ୍ତର ପ୍ରାନ୍ତରେ ପୋର୍ଟ ସଏଦ୍ ଓ ଦକ୍ଷିଣରେ ସୁଏଜ୍ ନଗର ନାମକ ଦୁଇଟି ବନ୍ଦର ଅବସ୍ଥିତ]
- ଦେ. ବି — [ମିଶ୍ର ଦେଶର ପ୍ରାଚୀନ ନରପତି ଫାରାଓମାନଙ୍କ — [Pharaohs]ସମୟରେ ଲୋହିତ ସାଗରଠାରୁ ନାଇଲ୍ [ନୀଳ] ନଦୀର ତ୍ରିକୋଣ ଭୁମି [ଡେଲଟା] ପର୍ଯ୍ୟନ୍ତ ଗୋଟିଏ କେନାଲ ଖୋଳା ହୋଇଥିଲା ଏହାର ପତ୍ତା ଆଜି ସୁଦ୍ଧା ବିଦ୍ୟମାନ ରହିଅଛି କିଛିକାଳ ପରେ ସେଥିରେ ବାଲି ଜମିଗଲା ତତ୍ପରେ ପାରସୀକମାନେ ଆସି ବାଲି କଢ଼ାଇ କେନାଲର ପୁନର୍ପ୍ରତିଷ୍ଠା କରିଥିଲେ ଏମାନଙ୍କ ପରେ ଖ୍ରୀଷ୍ଟ ଶତାଦ୍ଦୀ ଆରମ୍ଭର ପ୍ରାୟ ଚାରିଶତ ବର୍ଷ ପୂର୍ବରୁ ମିଶରର ନରପତିମାନଙ୍କ ଦ୍ୱାରା କେନାଲ୍ ଖୋଳା ହେଲା ତତ୍ପରେ ଆଉ ଥରେ ମିଶରର ମୁସଲମାନ ବିଜେତାମାନେ ଏହି କେନାଲକୁ ଖୋଳାଇଥିଲେ କିନ୍ତୁ ଇତିମଧ୍ୟରେ ଆଧୁନିକ ଧରଣର କେନାଲ୍ ଖୋଳା ହେଲା ଏବଂ ସେହି ପୁରାତନ କେନାଲଟି ଆସ୍ତେ ଆସ୍ତେ ଉଭେଇ ଗଲା
- ଦେ. ବି — ପ୍ରାୟ ଉନ୍ନବିଂଶ ଶତାଦ୍ଦୀରେ ମଧ୍ୟଭାଗରେ ଫର୍ଡ଼ିନାଣ୍ଡ ଡି ଲେସେପ୍ସ୍ — (Ferdinand de Lesseps)ନାମକ ଜଣେ ଫରାସୀ ଇଞ୍ଚିନିୟର ଅସୀମ ଉତ୍ସାହରେ ଗୋଟିଏ ନକ୍ସା ପ୍ରସ୍ତୁତକଲେ ସେ କିଛିକାଳ ଉତ୍ତାରେ ମିଶରର ରାଜା ଖେଦିଭ୍[Khedive]ଙ୍କ ସାହାଯ୍ୟ ଲାଭ କରିବାରେ କୃତକାର୍ଯ୍ୟ ହୋଇଥିଲେ1856ଖ୍ରୀଷ୍ଟାବ୍ଦରେ ସୁଏଜ୍ କେନାଲ୍ କୋମ୍ପାନୀ ସ୍ଥାପିତ ହୋଇଥିଲା କେନାଲ ଖନନପାଇଁ ଯେତେ ଟଙ୍କା ଦରକାର ହୋଇଥିଲା ସେଥିରୁ ଅଧେ ଫ୍ରାନ୍ସ ଓ ଅଧେ ଖେଦିଭ୍ ସାହାଯ୍ୟ କରିଥିଲେ ଖେଦିଭ୍ କେନାଲ୍ ଖୋଳା କାର୍ଯ୍ୟରେ ଖୁବ୍ ସାହାଯ୍ୟ କରିଥିଲେ ସେ ଖୋଳା କାର୍ଯ୍ୟ ପାଇଁ କୁଲି ଯୋଗାଇ ଥିଲେ ସମସ୍ତ କାର୍ଯ୍ୟ ସମ୍ପର୍ଣ୍ଣ ହେବାକୁ ଦୀର୍ଘ ଦଶବର୍ଷ କାଳ ଲାଗିଥିଲା ସାମ୍ରାଜ୍ଞୀ ଇଉଜିନି[Eugenie]ଙ୍କ ଦ୍ୱାରା1869ମସିହା ନଭେମ୍ବର ମାସ17ତାରିଖ ଦିନ କେନାଲ୍ ଖୋଲାଗଲା1875ମସିହାରେ ଇଂଲଣ୍ଡର ପ୍ରଧାନ ମନ୍ତ୍ରୀ ଡିସ୍ରେଲି[Disraeli]ଇଂରେଜମାନଙ୍କ ପାଇଁ ସମସ୍ତ400,000ଅଂଶ ମଧ୍ୟରୁ ଖେଦିଭ୍ଙ୍କ ଭାଗ176,602ଗୋଟି ଅଂଶ40ଲକ୍ଷ ପାଉଣ୍ଡ ମୂଲ୍ୟ ଦେଇ କିଣି ନେଲେ ଅଳ୍ପଦିନେ ଏହି ଅଂଶ ଗୁଡ଼ିକର ମୁଲ୍ୟ3କୋଟି65ଲକ୍ଷ24ହଜାର350ପାଉଣ୍ତକୁ ବଢ଼ିଗଲା
- ଦେ. ବି — ଏହା ଫଳରେ ସବୁ ଦେଶର ଯୁଦ୍ଧ ଜାହାଜ, ମାଲ ବୋଝାଇ ଜାହାଜ ଇତ୍ୟାଦି କି ଯୁଦ୍ଧ, କି ଶାନ୍ତି, ସମସ୍ତ ସମୟରେ ସୁଏଜ୍କେନାଲ୍ ମଧ୍ୟ ଦେଇ ଯାତାୟତ କରିବା ପାଇଁ ଅନୁମତି ପାଇଲେ। — 1888ମସିହାରେ ଆନ୍ତର୍ଜାତୀୟ ଚୁକ୍ତିପତ୍ର ଦସ୍ତଖତ ହୋଇଗଲା
- ଦେ. ବି — ସୁଏଜ୍ କେନାଲ୍ ପୋର୍ଟସେଡ୍ ବନ୍ଦରଠାରୁ ସୁଏଜ୍ ବନ୍ଦର ପର୍ଯ୍ୟନ୍ତ ଏକ ଶତ ମାଇଲ ଲମ୍ବ। ପ୍ରଥମେ କେନାଲ୍ର ଓସାର 72 ଫୁଟ ଥିଲା। ଏହା କ୍ରମେ ବୃଦ୍ଧି ପାଉଅଛି। ବର୍ତ୍ତମାନ କୌଣସିଠାରେ କେନାଲର ଓସାର 135 ଫୁଟ୍ରୁ ଉଣା ନୁହେଁ। ସ୍ଥାନେ ସ୍ଥାନେ କେନାଲ୍ର ଓସାର 196 ଫୁଟ ଓ ବାଙ୍କମାନଙ୍କରେ ତାହାର ଓସାର 250 ଫୁଟ। ବର୍ତ୍ତମାନ କେନାଲ୍ର ଗଭୀରତା ପାୟ 40 ଫୁଟ୍। ଯେଉଁ ଜାହାଜମାନ 33 ଫୁଟରୁ କମ ଗଭୀର ଜଳରେ ଗତି କରିପାରେ, ସେଭଳି ଜାହାଜଗୁଡ଼ିକ କେବଳ କେନାଲ୍ ଭିତରେ ଯାତାୟତ କରିବା ପାଇଁ ଅନୁମତି ପାଆନ୍ତି। — ସୁଏଜ୍ କେନାଲ୍ ପୋର୍ଟସେଡ୍ ବନ୍ଦରଠାରୁ ସୁଏଜ୍ ବନ୍ଦର ପର୍ଯ୍ୟନ୍ତ ଏକ ଶତ ମାଇଲ ଲମ୍ବ ପ୍ରଥମେ କେନାଲ୍ର ଓସାର72ଫୁଟ ଥିଲା ଏହା କ୍ରମେ ବୃଦ୍ଧି ପାଉଅଛି ବର୍ତ୍ତମାନ କୌଣସିଠାରେ କେନାଲର ଓସାର135ଫୁଟ୍ରୁ ଉଣା ନୁହେଁ ସ୍ଥାନେ ସ୍ଥାନେ କେନାଲ୍ର ଓସାର196ଫୁଟ ଓ ବାଙ୍କମାନଙ୍କରେ ତାହାର ଓସାର250ଫୁଟ ବର୍ତ୍ତମାନ କେନାଲ୍ର ଗଭୀରତା ପାୟ40ଫୁଟ୍ ଯେଉଁ ଜାହାଜମାନ33ଫୁଟରୁ କମ ଗଭୀର ଜଳରେ ଗତି କରିପାରେ, ସେଭଳି ଜାହାଜଗୁଡ଼ିକ କେବଳ କେନାଲ୍ ଭିତରେ ଯାତାୟତ କରିବା ପାଇଁ ଅନୁମତି ପାଆନ୍ତି
- ଦେ. ବି — ଏକା ସାଙ୍ଗରେ ଦୁଇଟି ଜାହାଜ କେନାଲ୍ରେ ଯାଇ ପାରେ ନାହିଁ। କେବଳ ଖୁବ୍ ଓସାରିଆ ଗ୍ରେଟ ବିଟ୍ଟର ହ୍ରଦ ବ୍ୟତୀତ କେନାଲ୍ର ଅନ୍ଯ ଅଂଶମାନଙ୍କରେ ଗୋଟିଏ ଜାହାଜ କୂଳର ଦେହକୁ ଲାଗି ରହିଲେ ବିପରୀତ ଦିଗରୁ ଆସୁଥିବା ଜାହାଜ ଚାଲିଯିବାକୁ ସ୍ଥାନ ପାଏ। କେନାଲ କୂଳରେ ତେର ଗୋଟି ସିଗ୍ନାଲ ଷ୍ଟେଶନ୍ ଅଛି।
- ଦେ. ବି — ବଡ଼ ବଡ଼ ଜାହାଜମାନଙ୍କୁ କେନାଲ୍ ଭିତରେ ଘଣ୍ଟାରେ ପ୍ରାୟ ସାଢ଼େ ଛଅ ମାଇଲ୍ରୁ ବେଶୀ ବେଗରେ ଚଳାଇବାର ନିୟମ ନାହିଁ। କେବଳ ଛୋଟ ବିଟ୍ଟର୍ ହ୍ରଦରେ ବେଶୀ ସ୍ଥାନ ଥିବାରୁ ଜାହାଜ ସେଠାରେ ଅଧିକ ବେଗରେ ଚାଲେ।
- ଦେ. ବି — ବଡ଼ ବଡ଼ ଜାହାଜଗୁଡ଼ିକୁ ଥରେ କେନାଲ୍ରେ ଯିବା ପାଇଁ ପ୍ରାୟ 3 ହଜାର ପାଉଣ୍ଡ ମାସୁଲ ଦେବାକୁ ହୁଏ। ଜାହାଜକୁ କେନାଲ ପାର ହେବା ନିମିତ୍ତ ବର୍ତ୍ତମାନ ପ୍ରାୟ 12 ଘଣ୍ଟାରୁ 15 ଘଣ୍ଟା ଲାଗେ। ଦିନରେ ପ୍ରାୟ 16 ଟି ଜାହାଜ ସୁଏଜ କେନାଲ୍ ବାଟେ ଯାତାୟତ କରେ। ସୁଏଜ୍ କେନାଲ୍ ବାଟେ ଯାତାୟତ କରୁଥିବା ଜାହାଜ ଗୁଡ଼ିକ ଭିତରୁ ଶତକଡ଼ା 55 ଟି ଜାହାଜ ଇଂରେଜ— ମାନଙ୍କର। — ବଡ଼ ବଡ଼ ଜାହାଜଗୁଡ଼ିକୁ ଥରେ କେନାଲ୍ରେ ଯିବା ପାଇଁ ପ୍ରାୟ3ହଜାର ପାଉଣ୍ଡ ମାସୁଲ ଦେବାକୁ ହୁଏ ଜାହାଜକୁ କେନାଲ ପାର ହେବା ନିମିତ୍ତ ବର୍ତ୍ତମାନ ପ୍ରାୟ12ଘଣ୍ଟାରୁ15ଘଣ୍ଟା ଲାଗେ ଦିନରେ ପ୍ରାୟ16ଟି ଜାହାଜ ସୁଏଜ କେନାଲ୍ ବାଟେ ଯାତାୟତ କରେ ସୁଏଜ୍ କେନାଲ୍ ବାଟେ ଯାତାୟତ କରୁଥିବା ଜାହାଜ ଗୁଡ଼ିକ ଭିତରୁ ଶତକଡ଼ା55ଟି ଜାହାଜ ଇଂରେଜ— ମାନଙ୍କର
- ଦେ. ବି — ଏ ସନ୍ଦର୍ଭ — P & O Companyଙ୍କ ପ୍ରକାଶିତSuez Canalଇଂରାଜି ପ୍ରବନ୍ଧର ଅବଲମ୍ବନରେ ଶ୍ରୀ ବସନ୍ତକୁମାର ବେଉରାଙ୍କ ଦ୍ୱାରା ଲିଖିତ ଓ ନବଭାରତ (5/1)ରେ ପ୍ରକାଶିତ]