ସୁଆଗ ବୁଡ଼ Suāga buṟḍ̠a
- ପ୍ରାଦେ. (ଯାଜପୁର ଓ ଗଡ଼ଜାତ) ବି — ବାଳିକାମାନଙ୍କର ଓଷା ଓ ପୂଜା ବିଶେଷ — A kind of fasting and worship practised by girls
- ପ୍ରାଦେ. (ଯାଜପୁର ଓ ଗଡ଼ଜାତ) ବି — [ଦ୍ର—ପିଲା ଦିନରୁ ଶାଶୁ ଘରକୁ ଯିବା ପର୍ଯ୍ୟନ୍ତ କନ୍ଯା— ମାନେ ଆଶ୍ୱିନ କୃଷ୍ଣ ଅଷ୍ଟମୀ (ଦୁତୀୟା ଓଷା) ଠାରୁ ମହା— ଅଷ୍ଟମୀ ପର୍ଯ୍ୟନ୍ତ ରାତି ପାହାନ୍ତା ନିର୍ଦ୍ଦିଷ୍ଟ ସ୍ଥାନରେ ଜଳରେ ସ୍ନାନ କରି ସ୍ନାନଘାଟର ବାଲିଲେ ସାତଗୋଟି ବାଲୁକା ମୂର୍ତ୍ତିକରି ଗୌରୀଙ୍କୁ ପୂଜା କରନ୍ତି ଓ ନୈବେଦ୍ୟ ସବୁ ସାଙ୍ଗରେ ଯାଇଥିବା ପିଲାମାନଙ୍କୁ ବାଣ୍ଟନ୍ତି। ସେମାନେ ଏହି 15 ଦିନ ଗୀତ ବୋଲି ବଡ଼ ଆନନ୍ଦରେ ଥାଆନ୍ତି ଓ ମାଛ, ବାଇଗଣ, ଜହ୍ନି ଆଦି ଖାଆନ୍ତିନାହିଁ। ଶେଷ ଦିନ (ଦୁର୍ଗାଷ୍ଟମୀରେ) ଭୋଗ ହୋଇଥିବା ନଡ଼ିଆକୁ ଭାଙ୍ଗି ପିଲାଙ୍କୁ ବାଣ୍ଟନ୍ତି ଓ ସ୍ନାନ କରିବା ସମୟରେ ଏହି ଗୀତ ବୋଲନ୍ତି — [ଦ୍ର—ପିଲା ଦିନରୁ ଶାଶୁ ଘରକୁ ଯିବା ପର୍ଯ୍ୟନ୍ତ କନ୍ଯା— ମାନେ ଆଶ୍ୱିନ କୃଷ୍ଣ ଅଷ୍ଟମୀ (ଦୁତୀୟା ଓଷା) ଠାରୁ ମହା— ଅଷ୍ଟମୀ ପର୍ଯ୍ୟନ୍ତ ରାତି ପାହାନ୍ତା ନିର୍ଦ୍ଦିଷ୍ଟ ସ୍ଥାନରେ ଜଳରେ ସ୍ନାନ କରି ସ୍ନାନଘାଟର ବାଲିଲେ ସାତଗୋଟି ବାଲୁକା ମୂର୍ତ୍ତିକରି ଗୌରୀଙ୍କୁ ପୂଜା କରନ୍ତି ଓ ନୈବେଦ୍ୟ ସବୁ ସାଙ୍ଗରେ ଯାଇଥିବା ପିଲାମାନଙ୍କୁ ବାଣ୍ଟନ୍ତି ସେମାନେ ଏହି15ଦିନ ଗୀତ ବୋଲି ବଡ଼ ଆନନ୍ଦରେ ଥାଆନ୍ତି ଓ ମାଛ, ବାଇଗଣ, ଜହ୍ନି ଆଦି ଖାଆନ୍ତିନାହିଁ ଶେଷ ଦିନ (ଦୁର୍ଗାଷ୍ଟମୀରେ) ଭୋଗ ହୋଇଥିବା ନଡ଼ିଆକୁ ଭାଙ୍ଗି ପିଲାଙ୍କୁ ବାଣ୍ଟନ୍ତି ଓ ସ୍ନାନ କରିବା ସମୟରେ ଏହି ଗୀତ ବୋଲନ୍ତି
- ପ୍ରାଦେ. (ଯାଜପୁର ଓ ଗଡ଼ଜାତ) ବି — 'ବୁଡ଼୍ ବୁଡ଼୍ ଏହି ବୁଡ଼କ ସୁଆଗ ବୁଡ଼ ପର୍ବତଶିଖରୁ! ମହୁ ବରଷେ! ଖଣ୍ଡପିଠା ପରି ଦାଆଟା ଦିଶେ—ଇତ୍ୟାଦି।'
- ପ୍ରାଦେ. (ଯାଜପୁର ଓ ଗଡ଼ଜାତ) ବି — ଓଷା କରିଥିବା ବାଳିକାମାନେ ଶେଷ ଦିନ ଭାତ ନ ଖାଇ ଜଳଖିଆ ଖାଆନ୍ତି। ବାଳିକାମାନେ ସୌଭାଗ୍ୟବତୀ ଓ ସ୍ୱାମୀପ୍ରିୟା ହେବା ପାଇଁ ଏହି ବ୍ରତ ପାଳନ କରନ୍ତି।]