ସୀତାବିଞ୍ଜ Sītā bin̄ja

  • ଦେ. ବି (ନାମ) — କେନ୍ଦୁଝରର ପର୍ବତ ବିଶେଷ — Name of a mountain in the Keonjhar State of Orissa
  • ଦେ. ବି (ନାମ) — [ଦ୍ର—କେନ୍ଦୁଝର ଜିଲ୍ଲାର ମଦର ମହକୁମା [ସବ୍ଡିଭିଜନ] ପାଞ୍ଚପଡ଼ା ଦଣ୍ଡପାଟ ଅନ୍ତର୍ଗତ ଭାଙ୍ଗୁଆପଶି ଗ୍ରାମ ନିକଟସ୍ଥ ସୀତାନାମ୍ନୀ ଗିରି— ନଦୀର ଉପକୂଳରେ ସୀତାବିଞ୍ଜ ପର୍ବତ ଅବସ୍ଥିତ। ଏହା କେନ୍ଦୁଝର ଗଡ଼ର ପୂର୍ବକୁ 12 ମାଇଲ ମଧ୍ୟରେ ଅବସ୍ଥିତ; ଉଚ୍ଚତା 2200 ପୁଟ୍। ସ୍ଥାନୀୟ କିମ୍ବଦନ୍ତୀ ଅନୁ— ସାରେ ଏହି ସ୍ଥାନରେ ମଧ୍ୟ ମହର୍ଷି ବାଲ୍ମୀକିଙ୍କ ଆଶ୍ରମ ଥିଲା। ବର୍ତ୍ତମାନ ମଧ୍ୟ ବାଲ୍ମୀକିଆଶ୍ରମ ନାମରେ ଗୋଟିଏ ଛୋଟ ପାହାଡ଼ ଏଠାରେ ଅଛି ଏବଂ ତହିଁରେ କେତେକ ଶିଳାଲିପି ଅଛି। ଏହି ପାହାଡ଼ ଦେହରେ ଗୋଟିଏ ଖୋଲ [କ୍ଷୁଦ୍ର ଗହ୍ୱର] ଅଛି। ତାକୁ ରାମତନୟ ଲବ କୁଶଙ୍କର ସୂତିକାଗାର କୁହାଯାଏ । ଏହି ଖୋଲକୁ ଲଗାଲଗି ହୋଇ ଆଉ ଗୋଟିଏ ଖୋଲ ଅଛି। ତହିଁରେ ତିନି ଗୋଟି ପ୍ରସ୍ତର ମୂର୍ତ୍ତି ଅଛି। ସ୍ଥାନୀୟ ଲୋକମାନେ ତନ୍ମଧ୍ୟରୁ ଗୋଟିକୁ ସୀତାଦେବୀ ଓ ଗୋଲାକୃତି କଳା ଚିକ୍କଣ ପଥର ଦୁଇଟିକୁ କୁଶ ଓ ଲବ କହିଥାଆନ୍ତି। — [ଦ୍ର—କେନ୍ଦୁଝର ଜିଲ୍ଲାର ମଦର ମହକୁମା [ସବ୍ଡିଭିଜନ] ପାଞ୍ଚପଡ଼ା ଦଣ୍ଡପାଟ ଅନ୍ତର୍ଗତ ଭାଙ୍ଗୁଆପଶି ଗ୍ରାମ ନିକଟସ୍ଥ ସୀତାନାମ୍ନୀ ଗିରି— ନଦୀର ଉପକୂଳରେ ସୀତାବିଞ୍ଜ ପର୍ବତ ଅବସ୍ଥିତ ଏହା କେନ୍ଦୁଝର ଗଡ଼ର ପୂର୍ବକୁ12ମାଇଲ ମଧ୍ୟରେ ଅବସ୍ଥିତ; ଉଚ୍ଚତା2200ପୁଟ୍ ସ୍ଥାନୀୟ କିମ୍ବଦନ୍ତୀ ଅନୁ— ସାରେ ଏହି ସ୍ଥାନରେ ମଧ୍ୟ ମହର୍ଷି ବାଲ୍ମୀକିଙ୍କ ଆଶ୍ରମ ଥିଲା ବର୍ତ୍ତମାନ ମଧ୍ୟ ବାଲ୍ମୀକିଆଶ୍ରମ ନାମରେ ଗୋଟିଏ ଛୋଟ ପାହାଡ଼ ଏଠାରେ ଅଛି ଏବଂ ତହିଁରେ କେତେକ ଶିଳାଲିପି ଅଛି ଏହି ପାହାଡ଼ ଦେହରେ ଗୋଟିଏ ଖୋଲ [କ୍ଷୁଦ୍ର ଗହ୍ୱର] ଅଛି ତାକୁ ରାମତନୟ ଲବ କୁଶଙ୍କର ସୂତିକାଗାର କୁହାଯାଏ ଏହି ଖୋଲକୁ ଲଗାଲଗି ହୋଇ ଆଉ ଗୋଟିଏ ଖୋଲ ଅଛି ତହିଁରେ ତିନି ଗୋଟି ପ୍ରସ୍ତର ମୂର୍ତ୍ତି ଅଛି ସ୍ଥାନୀୟ ଲୋକମାନେ ତନ୍ମଧ୍ୟରୁ ଗୋଟିକୁ ସୀତାଦେବୀ ଓ ଗୋଲାକୃତି କଳା ଚିକ୍କଣ ପଥର ଦୁଇଟିକୁ କୁଶ ଓ ଲବ କହିଥାଆନ୍ତି
  • ଦେ. ବି (ନାମ) — ଏହି ସ୍ଥାନର ଏକ ମାଇଲ ଦୂରରେ ସୀତାବିଞ୍ଜ ନାମରେ ଗୋଟିଏ ଗ୍ରାମ ଅଛି। ଏହି ଗ୍ରାମରେ ଭାଙ୍ଗୁଆ [ଯେଉଁ ବ୍ଯକ୍ତି ଗ୍ରାମବାସୀମାନଙ୍କୁ ଯେ କୌଣସି ସାମାଜିକ କାର୍ଯ୍ୟ ଉପଲକ୍ଷେ ଡାକି ଏକତ୍ର କରେ] ଉକ୍ତ ସୀତାଦେବୀଙ୍କ ମୂର୍ତ୍ତିଙ୍କୁ ପୂଜା କରୁଥିଲା। ପ୍ରତିଦିନ ଏକ ମାଇଲ ରାସ୍ତା ଚାଲି ଆସି ଏହି ପୂଜାବିଧି ସମାଧାନ କରିବା ତାହା ପକ୍ଷରେ କଷ୍ଟ— କର ହେବାରୁ ସେ ପ୍ରଥମେ ଏହି ସ୍ଥାନରେ ତାହାର କୁଟୀର ସ୍ଥାପନ କଲା। କ୍ରମେ ତାହାର ବଂଶ ବୃଦ୍ଧି ସଙ୍ଗେ ସଙ୍ଗେ ଏହା ବର୍ତ୍ତମାନ ଗୋଟିଏ ଗ୍ରାମରେ ପରିଣତ ହୋଇ ଭାଙ୍ଗୁଆପଶି ନାମରେ ଅଭିହିତ ହେଉଅଛି। ତେଣୁ ଭାଙ୍ଗୁଆପଶି ଗ୍ରାମଟି ସୀତାବିଞ୍ଜ ଗ୍ରାମର ସୃଷ୍ଟିର ବହୁକାଳ ପରେ ସ୍ଥାପିତ।
  • ଦେ. ବି (ନାମ) — ନିକଟବର୍ତ୍ତୀ ବହୁ ଗ୍ରାମରୁ ଯାତ୍ରୀମାନେ ଏଠାକୁ ପ୍ରତି ଗୁରୁବାର ଦିନ ଆସନ୍ତି। ରଜସଂକ୍ରାନ୍ତି ସମୟରେ ଏଠାରେ ତିନି ଦିନ ମେଳା ହିଏ। ଯେଉଁ ସ୍ତ୍ରୀମାନଙ୍କ ସନ୍ତାନ ପ୍ରସବ କରିବାରେ ବିଳମ୍ବ ଦେଖାଯାଏ ସେମାନେ ଏଠାକୁ ଆସି ସୀତା ଦେବୀଙ୍କ ମୂର୍ତ୍ତିଙ୍କୁ ପୂଜା କରନ୍ତି। ପ୍ରକୃତରେ ସେମାନେ ସନ୍ତାନ ପ୍ରସବ କରି ପାରିବେ କି ନାଁ, ଏହା ସ୍ଥିର କରିବା ନିମନ୍ତେ ଲବ କୁଶଙ୍କ ପ୍ରସ୍ତର ମୂର୍ତ୍ତି ଦୁଇଟିକୁ ଦୁଇ କାଖରେ ଧରି ସେହି ଠାକୁରାଣୀ ଥିବା ଗୁହାର ଚାରି ପାଖରେ ବୁଲନ୍ତି। ଯେଉଁ ନାରୀ ଅବଲୀଳାକ୍ରମେ ସାତବାର ପରିକ୍ରମଣ କରି ପାରେ ତାହାର ବନ୍ଧ୍ୟାତ୍ୱ ପ୍ରତିପାଦିତ ହୁଏ। ଯେଉଁମାନେ ଦୁଇ ତିନିବାର ପରିକ୍ରମଣ କରି ଶ୍ରାନ୍ତ—କ୍ଳାନ୍ତ ହୋଇ ପଡ଼ନ୍ତି ସେମାନେ ଗର୍ଭଧାରଣ କରି ପାରିବେ ବୋଲି ସୂଚନା ମିଳେ। ଏହି ପରୀକ୍ଷା ଦେବା ନିମନ୍ତେ ଅନେକ ରମଣୀ ଏଠାକୁ ଆସିଥାନ୍ତି।
  • ଦେ. ବି (ନାମ) — ଉକ୍ତ ବାଲ୍ମୀକି ଆଶ୍ରମ ପାହାଡ଼ର ଅନତିଦୁରରେ ଆଉ ଦୁଇଗୋଟି କ୍ଷୁଦ୍ର ପାହାଡ଼ ଅଛି। ତହିଁମଧ୍ୟରୁ ଗୋଟିକୁ ରାବଣ ଛାୟା ଓ ଅନ୍ୟଟିକୁ ଭଣ୍ଡାରଘର କହନ୍ତି ରାବଣ ଛାୟା ପାହାଡ଼ରେ ରାମ ରାବଣ ଯୁଦ୍ଧର ଚିତ୍ରମାନ ରହି ଅଛି। ସୀତା ଦେବୀ ମୂର୍ତ୍ତିଙ୍କ ଦେହରେ ଯେଉଁ ଚନ୍ଦନ ଦିଆ ଯାଏ ତାହା ପ୍ରକୃତ ଚନ୍ଦନ ନୁହେଁ। ଉକ୍ତ ଭଣ୍ଡାରଘର ପାହାଡ଼ରୁ ଦେହୁରି (ପୂଜକ) ଏକପ୍ରକାର ପଥର ଆଣି ତାକୁ ଚନ୍ଦନ ପରି ଘୋରି ଠାକୁରାଣୀଙ୍କ ଦେହରେ ଲଗାଏ। ସେଭଳି ପଥର ଅନ୍ଯ ଜାଗାରେ ମିଳେ ନାହିଁ
  • ଦେ. ବି (ନାମ) — ଭଣ୍ଡାରଘର ପାହାଡ଼ରୁ ରାବଣ ଛାୟା ପାହାଡ଼କୁ ଯିବା ବାଟରେ ଇଷ୍ଟକ ସ୍ତୂପମାନ ରହିଅଛି। ସେ ସବୁ ଗୋଟିଏ ଦୁର୍ଗର ଭଗ୍ନାବଶେଷ ପରି ଜଣାଯାଏ—ସନ୍ଦର୍ଭ ଲେଖକ, ଶ୍ରୀ ବଂଶୀଧର ମହାନ୍ତି।]