ସି Si
- ଦେ. ଅ — (ଧ୍ୱନ୍ୟନୁକରଣ) ଲଙ୍କାମରିଚ ବା ରାଗ ଖାଇଲେ ପାଟିରୁ ବାହାରିବା ଶବ୍ଦ — Hissing sound made by a person after tasting pungent things
- ଦେ. ଅ — (ଅନୁକରଣ ଧ୍ୱନି) ସିଟି ମାରିବାର ଶବ୍ଦ — Whistling sound
- ଦେ. ଅ — (ସଂ. ବର୍ତ୍ତମାନ କାଳ ଓ ଅନୁଜ୍ଞା 2 ୟ ପୁରୁଷ ଏକବଚନାର୍ଥକ କ୍ରିୟାରେ ଯୋଗ କରାଯିବା ଅକ୍ଷର) ପ୍ରାଚୀନ ଓଡ଼ିଆରେ ଅନୁଜ୍ଞା 2 ୟ ପୁରୁଷ ଏକବଚନରେ କ୍ରିୟାର ରୂପରେ ଯୋଗ କରାଯିବା ଅକ୍ଷର — (ସଂ. ବର୍ତ୍ତମାନ କାଳ ଓ ଅନୁଜ୍ଞା2ୟ ପୁରୁଷ ଏକବଚନାର୍ଥକ କ୍ରିୟାରେ ଯୋଗ କରାଯିବା ଅକ୍ଷର) ପ୍ରାଚୀନ ଓଡ଼ିଆରେ ଅନୁଜ୍ଞା2ୟ ପୁରୁଷ ଏକବଚନରେ କ୍ରିୟାର ରୂପରେ ଯୋଗ କରାଯିବା ଅକ୍ଷର—. An inflection used after a verb in the imperative mood, singular number
- ଦେ. ଅ — (ଉ—ସେ କଥା ନିକଟ ତୋର ଏବେ ହେଲା ଆସି, ଜାଣିଣ କୋଦଣ୍ଡ ତୁହି ବିମନ ନୁହସି। ବଳରାମ, ରାମାୟଣ, ଆଦିକାଣ୍ଡ।)
- ଦେ. ଅ — (ଧ୍ୱନ୍ୟନୁକରଣ) ଶୀତାର୍ତ୍ତ ବ୍ଯକ୍ତିର ସିତ୍କାର ଶବ୍ଦ — The hissing sound of a person shivering with cold
- ଦେ. ଅ — ସି ଅକ୍ଷର (ଦେଖ) — Si akshara (See)
- ପ୍ରାଦେ. (ସମ୍ବଲପୁର) (କ୍ରିୟାର ପ୍ରତ୍ୟୟ ବିଶେଷ) — ବର୍ତ୍ତମାନ କାଳ 3 ୟ ଓ 1 ମ ପୁରୁଷ ଏକବଚନ ଓ ଭବିଷ୍ୟତ୍କାଳ 1 ମ ପୁରୁଷ ଏକବଚନରେ କ୍ରିୟାରୂପରେ ଯୋଗ କରାଯିବା ଅକ୍ଷର — ବର୍ତ୍ତମାନ କାଳ3ୟ ଓ1ମ ପୁରୁଷ ଏକବଚନ ଓ ଭବିଷ୍ୟତ୍କାଳ1ମ ପୁରୁଷ ଏକବଚନରେ କ୍ରିୟାରୂପରେ ଯୋଗ କରାଯିବା ଅକ୍ଷର—Inflection added to a verd to indicate Indicative mood, future tense, 1st person singular and present tense, 1st. and 3rd persons singular
- ପ୍ରାଦେ. (ସମ୍ବଲପୁର) (କ୍ରିୟାର ପ୍ରତ୍ୟୟ ବିଶେଷ) — [ଦ୍ର—ଓଡ଼ିଆରେ କ୍ରୟା ପରେ 'ଛି' ର ବ୍ଯବହାର ପରି ଏହାର ବ୍ଯବହାର ଅଟେ। ଯଥା— ହୋସି=ହେଉଛି।]
- ପ୍ରାଦେ. (ସମ୍ବଲପୁର) (କ୍ରିୟାର ପ୍ରତ୍ୟୟ ବିଶେଷ) — (ଉ—ଦୂତି! ମୁଇଁ ତୋ କୋନ୍ତା କରସି ଗୋ। ନନ୍ଦପୁଅର କଥା ମତେ କେନ୍ତାକେନ୍ତା ଲାଗସି ଗୋ। ଦିଶୁଥାଇସି କଲିଆ ଟର୍ଟର୍ ପିନ୍ଧୁ ଥାଇସି ହଲ୍ ଦିଆ ଜର୍ଜର୍ ଧୋବ ଫର୍ ଫର୍ଟେ ଜଅନ୍ ବାଗିର୍ଟେ ବେକେ ଓହ୍ଲାଇ ଥାଇସି ଗୋ। ଯିବାବେଲ୍ କେ ଯମ୍ନା ଜଲେ ବସି ଥାଇସି କଦମ୍ ତଲେ ମତେ ଅନାଇ କାଲିଆ ଟୋକା କାଇକାଇ କଥା କହିସି ଗୋ। କାଇ କାଇ ମନ୍ତର ଆଇସି ତାଇକେ ମୂଷା ଡଇଁଶା ହୋସି ଘାଏକେ ଯେତେ ଥାଇସି କ୍ଷୀର୍ ଲହୁନୀ ଚୋରାଇ କରି ଖାଇସି ଗୋ। ସମ୍ବଲପୁରୀ ଲୌକିକ ଗୀତ।)
- ପ୍ରାଦେ. (ଗଞ୍ଜାମ) ଅ — ମଧ୍ୟ; ବି — Too; also
- ପ୍ରାଦେ. (ଗଞ୍ଜାମ) ଅ — [ଉ—ମୁଁ ସି ଯାଇଥିଲି।]