ସିସୋଦୀୟା Sisodīyā

  • ଦେ. ବି — ଗୁହଲୌତ ରାଜପୁତମାନଙ୍କର ଏକ ପ୍ରସିଦ୍ଧ ଶାଖା — A celebrated branch of the Rajputs
  • ଦେ. ବି — [ଦ୍ର—ରାଜପୁତନାର ସିସୋଦ ନାମକ ସ୍ଥାନରେ ଏ ଶାଖାର ବ୍ଯକ୍ତିମାନେ କିଛି ଦିନ ବାସ କରିଥିବାରୁ ଉକ୍ତ ସ୍ଥାନର ନାମ ଅନୁସାରେ ଏ ଶାଖାର ନାମ ହୋଇଅଛି। କ୍ଷତ୍ରିୟମାନଙ୍କ ମଧ୍ୟରେ ଏମାନଙ୍କ ପ୍ରତିଷ୍ଠା ସର୍ବୋଚ୍ଚ। ଚିତୋର ଏମାନଙ୍କ ପ୍ରାଚୀନ ରାଜଧାନୀ ଓ ଉଦୟପୁର ବର୍ତ୍ତମାନ ରାଜଧାନୀ ଏମାନେ ସୂର୍ଯ୍ୟବଂଶୀୟ ରାଜା ରାମଚନ୍ଦ୍ରଙ୍କ ବଂଶଧର ବୋଲି କଥିତ। ଏମାନେ ପ୍ରଥମେ ଗୁଜୁରାଟର ବଲ୍ଲଭୀପୁରରେ ରାଜତ୍ୱ କରୁଥିଲେ, ପରେ ଚିତୋରର ପ୍ରାଚୀନ ରାଜାଙ୍କୁ ପରାସ୍ତ କରି ସେଠାରେ ରାଜ୍ୟ ସ୍ଥାପନ କଲେ। ମୁସଲମାନ ଓ ମୋଗଲ୍ ରାଜତ୍ୱ କାଳରେ ମଧ୍ୟ ଚିତୋର ହିନ୍ଦୁ ରାଜଶକ୍ତିର ପ୍ରଧାନ ସ୍ଥାନ ଥିଲା। ଏ ବଂଶର ରାଜାମାନଙ୍କ ଉପାଧି ରାଣା। ରାଣା ସମର ସିଂହ, ରାଣା କୁମ୍ଭା, ରାଣା ସଂଗ୍ରାମ ସିଂହ ମୁସଲମାନଙ୍କ ସଙ୍ଗେ ବୀରତା ସହକାରେ ଯୁଦ୍ଧ କରିଥିଲେ। ରାଣା ପ୍ରତାପ ସମ୍ରାଟ୍ ଆକବରଙ୍କ ବଶତା ସ୍ୱୀକାର କରି ନ ଥିଲେ। ଉଦୟପୁର ରାଜ୍ୟ ( 12610 ବର୍ଗ ମାଇଲ, ଲୋକ ସଂଖ୍ୟା 14 ଲକ୍ଷ)ର ମହାରାଣା ଏହି ବଂଶୀୟ ଅଟନ୍ତି—ହିନ୍ଦି. ଶବ୍ଦସାଗର।] — [ଦ୍ର—ରାଜପୁତନାର ସିସୋଦ ନାମକ ସ୍ଥାନରେ ଏ ଶାଖାର ବ୍ଯକ୍ତିମାନେ କିଛି ଦିନ ବାସ କରିଥିବାରୁ ଉକ୍ତ ସ୍ଥାନର ନାମ ଅନୁସାରେ ଏ ଶାଖାର ନାମ ହୋଇଅଛି କ୍ଷତ୍ରିୟମାନଙ୍କ ମଧ୍ୟରେ ଏମାନଙ୍କ ପ୍ରତିଷ୍ଠା ସର୍ବୋଚ୍ଚ ଚିତୋର ଏମାନଙ୍କ ପ୍ରାଚୀନ ରାଜଧାନୀ ଓ ଉଦୟପୁର ବର୍ତ୍ତମାନ ରାଜଧାନୀ ଏମାନେ ସୂର୍ଯ୍ୟବଂଶୀୟ ରାଜା ରାମଚନ୍ଦ୍ରଙ୍କ ବଂଶଧର ବୋଲି କଥିତ ଏମାନେ ପ୍ରଥମେ ଗୁଜୁରାଟର ବଲ୍ଲଭୀପୁରରେ ରାଜତ୍ୱ କରୁଥିଲେ, ପରେ ଚିତୋରର ପ୍ରାଚୀନ ରାଜାଙ୍କୁ ପରାସ୍ତ କରି ସେଠାରେ ରାଜ୍ୟ ସ୍ଥାପନ କଲେ ମୁସଲମାନ ଓ ମୋଗଲ୍ ରାଜତ୍ୱ କାଳରେ ମଧ୍ୟ ଚିତୋର ହିନ୍ଦୁ ରାଜଶକ୍ତିର ପ୍ରଧାନ ସ୍ଥାନ ଥିଲା ଏ ବଂଶର ରାଜାମାନଙ୍କ ଉପାଧି ରାଣା ରାଣା ସମର ସିଂହ, ରାଣା କୁମ୍ଭା, ରାଣା ସଂଗ୍ରାମ ସିଂହ ମୁସଲମାନଙ୍କ ସଙ୍ଗେ ବୀରତା ସହକାରେ ଯୁଦ୍ଧ କରିଥିଲେ ରାଣା ପ୍ରତାପ ସମ୍ରାଟ୍ ଆକବରଙ୍କ ବଶତା ସ୍ୱୀକାର କରି ନ ଥିଲେ ଉଦୟପୁର ରାଜ୍ୟ (12610ବର୍ଗ ମାଇଲ, ଲୋକ ସଂଖ୍ୟା14ଲକ୍ଷ)ର ମହାରାଣା ଏହି ବଂଶୀୟ ଅଟନ୍ତି—ହିନ୍ଦି. ଶବ୍ଦସାଗର]