ସିରା Sirā
- ସଂ. ବି (ସି ଧାତୁ=ବନ୍ଧନ କରିବା+କର୍ତ୍ତୃ ର+ଆ) — ନାଡ଼ି; ରକ୍ତବାହୀ ନାଡ଼ି (ହେମଚନ୍ଦ୍ର) — Artery; vein
- ସଂ. ବି (ସି ଧାତୁ=ବନ୍ଧନ କରିବା+କର୍ତ୍ତୃ ର+ଆ) — ଅମ୍ବୁବାହିନୀ; ବାରିବାହନାର୍ଥ ବ୍ଯବହୃତ ଚର୍ମମୁଣା; ଭିସ୍ତି — A water-carrier bag; bhisti
- ଦେ. ବି — ଶିରା (ଦେଖ) — Ṡirā (See)
- ପ୍ରାଦେ. ବି — (ଗଞ୍ଜାମ; ତୈଲଙ୍ଗ ଶବ୍ଦ)—ମସି; ସ୍ୟାହି; କାଳି — Ink
- ପ୍ରାଦେ. ବି — (ସମ୍ବଲପୁର) ଗିରି ଆଦିର ଶୃଙ୍ଗ; କୂଟ — The summit of a mountain
- ପ୍ରାଦେ. ବି — (ଯାଜପୁର) ଟୋକେଇ — Basket or wicker work