ସିନ୍ଧୁର Sindhura
- ସଂ. ବି. ସ୍ତ୍ରୀ (ସିନ୍ଧୁ=ମଦବାଲି+ଅଛି ଅର୍ଥରେ. ର) — ହସ୍ତୀ (ହେମଚନ୍ଦ୍ର) — Elephant
- ସଂ. ବି. ସ୍ତ୍ରୀ (ସିନ୍ଧୁ=ମଦବାଲି+ଅଛି ଅର୍ଥରେ. ର) — [ଉ—ପୁଣି କି ସିନ୍ଧୁ ମନ୍ଥିଲେ ଦେବେ, ସିନ୍ଧୁର କୁଳ ଜନମି ଏବେ, ଅସଂଖ୍ୟ ହୋଇ ଆସୁଅଛନ୍ତି ଅତି ହରଷେ—ବ୍ରଜନାଥ, ସମତରଙ୍ଗ।]
- ସଂ. ବି. ସ୍ତ୍ରୀ (ସିନ୍ଧୁ=ମଦବାଲି+ଅଛି ଅର୍ଥରେ. ର) — ଆଠ ସଂଖ୍ୟା (ହି. ଶ.) — The number eight