ସିନ୍ଦିଆ Sindiā

  • ଦେ. ବି — ସିନ୍ଦିଆର (ଦେଖ) — Sindiāra (See)
  • ଦେ. ବି — ସିନ୍ଧି କରିବା ବାଲା — House breaker
  • ଦେ. ବି — (ନାମ) (ମରହଟ୍ଟୀ) ଭାରତର ମହରଟ୍ଟା ରାଜ୍ୟ ବିଶେଷ ଓ ତହିଁର ରାଜାଙ୍କ ଉପାଧି — The Sindhiā (a Marhatta State and the title of its Chief.)
  • ଦେ. ବି — [ଦ୍ର—ସିନ୍ଧିଆ ରାଜ୍ୟର ଉତ୍ତରରେ ଚମ୍ପଲ୍ ଓ ଦକ୍ଷିଣରେ ନର୍ମଦା ନଦୀ। ଏହି ରାଜ୍ୟର ରାଜଧାନୀ ଗୋଆଲିଅର୍ ଅଟେ। ଶିବାଜୀଙ୍କ ପରେ ମରହଟ୍ଟାଙ୍କର ଏକାଧିପତ୍ୟ ଖଣ୍ଡ ଖଣ୍ଡ ହୋଇ 5 ଗୋଟି ମରହଟ୍ଟା ରାଜ୍ୟର ସୃଷ୍ଟି ହୋଇଥିଲା। ଯଥା— ରାଜାଙ୍କ ଉପାଧି ରାଜଧାନୀ 1। ପେଶବା— ପୁନା 2। ଗାଇକବାଡ଼— ବରୋଦା 3। ସିନ୍ଧିଆ— ଗୋଆଲିଅର୍ 4। ହୋଲ୍କାର୍— ଇନ୍ଦୋର 5। ଭୋଁସ୍ଲା— ନାଗପୁର ପ୍ରଥମେ ପେଶ୍ବା (ଅର୍ଥାତ୍, ମନ୍ତ୍ରୀ) ମରହଟ୍ଟାଙ୍କର ମନ୍ତ୍ରୀ ଥିଲେ। ପରେ ସେ ମରହଟ୍ଟା ରାଜ୍ୟର ରାଜା ହେଲେ। — [ଦ୍ର—ସିନ୍ଧିଆ ରାଜ୍ୟର ଉତ୍ତରରେ ଚମ୍ପଲ୍ ଓ ଦକ୍ଷିଣରେ ନର୍ମଦା ନଦୀ ଏହି ରାଜ୍ୟର ରାଜଧାନୀ ଗୋଆଲିଅର୍ ଅଟେ ଶିବାଜୀଙ୍କ ପରେ ମରହଟ୍ଟାଙ୍କର ଏକାଧିପତ୍ୟ ଖଣ୍ଡ ଖଣ୍ଡ ହୋଇ5ଗୋଟି ମରହଟ୍ଟା ରାଜ୍ୟର ସୃଷ୍ଟି ହୋଇଥିଲା ଯଥା—ରାଜାଙ୍କ ଉପାଧିରାଜଧାନୀ1 ପେଶବା—ପୁନା2 ଗାଇକବାଡ଼—ବରୋଦା3 ସିନ୍ଧିଆ—ଗୋଆଲିଅର୍4 ହୋଲ୍କାର୍—ଇନ୍ଦୋର5 ଭୋଁସ୍ଲା—ନାଗପୁରପ୍ରଥମେ ପେଶ୍ବା (ଅର୍ଥାତ୍, ମନ୍ତ୍ରୀ) ମରହଟ୍ଟାଙ୍କର ମନ୍ତ୍ରୀ ଥିଲେ ପରେ ସେ ମରହଟ୍ଟା ରାଜ୍ୟର ରାଜା ହେଲେ
  • ଦେ. ବି — ପରବର୍ତ୍ତୀ 4 ଗୋଟି ରାଜା ପ୍ରଥମେ ମରହଟ୍ଟା ରାଜାଙ୍କୁ ଅର୍ଥାତ୍ ପେଶ୍ବାଙ୍କୁ 'ଚଉଥ' ବା ପେଶ୍କସ୍ ଦେଉଥିଲେ; କିନ୍ତୁ ପରେ ସେମାନେ ପେଶ୍ବାଙ୍କୁ ନ ମାନି ନିଜେ ସ୍ୱାଧୀନ ହେଲେ। ଏହି ପାଞ୍ଚଗୋଟି ମରହଟ୍ଟା ରାଜ୍ୟ ମଧ୍ୟରୁ ପେଶ୍ବାଙ୍କ ରାଜ୍ୟ (ପୁନା) ଓ ଭୋଁସ୍ଲାଙ୍କ ରାଜ୍ୟ (ନାଗପୁର) ଇଂରେଜମାନଙ୍କ ହସ୍ତଗତ ହୋଇଅଛି ଓ ଅନ୍ଯ 3 ଜଣ ରାଜା (ସିନ୍ଧିଆ, ଗାଇକବାଡ଼୍ ଓ ହୋଲ୍କାର) ଏ ପର୍ଯ୍ୟନ୍ତ ଇଂରେଜ ସରକାରଙ୍କ ମିତ୍ର— ରାଜାରୂପେ ନିଜ ନିଜ ରାଜ୍ୟ ଶାସନ କରୁଅଛନ୍ତି। ସିନ୍ଧିଆ ରାଜ୍ୟର ମୃତ ରାଜା ଦଉଲତ୍ ରାଓ ସିନ୍ଧିଆଙ୍କ ବିଧବାରାଣୀଙ୍କ ଦ୍ୱାରା ପୋଷ୍ୟପୁତ୍ରରୂପେ ଗୃହୀତ ଜନକାଜୀ ସିନ୍ଧିଆଙ୍କୁ ଲର୍ଡ଼ ଓଲିୟମ୍ ବେଣ୍ଟିକ୍ ରାଜଗାଦିରେ ବସାଇଥିଲେ। କିନ୍ତୁ ସେ ଅପୁତ୍ରକ ହୋଇ ମୃତ ହେବାରୁ ତାଙ୍କର 12 ବର୍ଷର ବିଧବା ସ୍ତ୍ରୀ ଗୋଟିଏ ପୋଷ୍ୟପୁତ୍ର ଗ୍ରହଣ କଲେ ଏବଂ ଇଂରେଜଙ୍କ ସଙ୍ଗେ ଯୁଦ୍ଧ କଲେ। ଅବଶେଷରେ ମହାରାଜପୁର ଓ ପୁନ୍ନିଆର ଯୁଦ୍ଧରେ 1843 ଖ୍ରୀ: ଅ: ରେ ଇଂରେଜମାନେ ସିନ୍ଧିଆଙ୍କ ସୈନ୍ୟମାନଙ୍କୁ ପରାସ୍ତ କରି ଉକ୍ତ ପୋଷ୍ୟପୁତ୍ର ନାବାଲଗ୍ ଜୟାଜୀ ସିନ୍ଧିଆଙ୍କୁ ରାଜା କରାଇଲେ। ସେହିକାଳରୁ ସିନ୍ଧିଆ ରାଜବଂଶଧରମାନେ ଇଂରେଜ ସରକାରଙ୍କ ମିତ୍ରରାଜାରୂପେ ନିଜ ରାଜ୍ୟ ଶାସନ କରୁଅଛନ୍ତି।] — ପରବର୍ତ୍ତୀ4ଗୋଟି ରାଜା ପ୍ରଥମେ ମରହଟ୍ଟା ରାଜାଙ୍କୁ ଅର୍ଥାତ୍ ପେଶ୍ବାଙ୍କୁ 'ଚଉଥ' ବା ପେଶ୍କସ୍ ଦେଉଥିଲେ; କିନ୍ତୁ ପରେ ସେମାନେ ପେଶ୍ବାଙ୍କୁ ନ ମାନି ନିଜେ ସ୍ୱାଧୀନ ହେଲେ ଏହି ପାଞ୍ଚଗୋଟି ମରହଟ୍ଟା ରାଜ୍ୟ ମଧ୍ୟରୁ ପେଶ୍ବାଙ୍କ ରାଜ୍ୟ (ପୁନା) ଓ ଭୋଁସ୍ଲାଙ୍କ ରାଜ୍ୟ (ନାଗପୁର) ଇଂରେଜମାନଙ୍କ ହସ୍ତଗତ ହୋଇଅଛି ଓ ଅନ୍ଯ3ଜଣ ରାଜା (ସିନ୍ଧିଆ, ଗାଇକବାଡ଼୍ ଓ ହୋଲ୍କାର) ଏ ପର୍ଯ୍ୟନ୍ତ ଇଂରେଜ ସରକାରଙ୍କ ମିତ୍ର— ରାଜାରୂପେ ନିଜ ନିଜ ରାଜ୍ୟ ଶାସନ କରୁଅଛନ୍ତି ସିନ୍ଧିଆ ରାଜ୍ୟର ମୃତ ରାଜା ଦଉଲତ୍ ରାଓ ସିନ୍ଧିଆଙ୍କ ବିଧବାରାଣୀଙ୍କ ଦ୍ୱାରା ପୋଷ୍ୟପୁତ୍ରରୂପେ ଗୃହୀତ ଜନକାଜୀ ସିନ୍ଧିଆଙ୍କୁ ଲର୍ଡ଼ ଓଲିୟମ୍ ବେଣ୍ଟିକ୍ ରାଜଗାଦିରେ ବସାଇଥିଲେ କିନ୍ତୁ ସେ ଅପୁତ୍ରକ ହୋଇ ମୃତ ହେବାରୁ ତାଙ୍କର12ବର୍ଷର ବିଧବା ସ୍ତ୍ରୀ ଗୋଟିଏ ପୋଷ୍ୟପୁତ୍ର ଗ୍ରହଣ କଲେ ଏବଂ ଇଂରେଜଙ୍କ ସଙ୍ଗେ ଯୁଦ୍ଧ କଲେ ଅବଶେଷରେ ମହାରାଜପୁର ଓ ପୁନ୍ନିଆର ଯୁଦ୍ଧରେ1843ଖ୍ରୀ: ଅ: ରେ ଇଂରେଜମାନେ ସିନ୍ଧିଆଙ୍କ ସୈନ୍ୟମାନଙ୍କୁ ପରାସ୍ତ କରି ଉକ୍ତ ପୋଷ୍ୟପୁତ୍ର ନାବାଲଗ୍ ଜୟାଜୀ ସିନ୍ଧିଆଙ୍କୁ ରାଜା କରାଇଲେ ସେହିକାଳରୁ ସିନ୍ଧିଆ ରାଜବଂଶଧରମାନେ ଇଂରେଜ ସରକାରଙ୍କ ମିତ୍ରରାଜାରୂପେ ନିଜ ରାଜ୍ୟ ଶାସନ କରୁଅଛନ୍ତି]