ସିଦ୍ଧ ନାଥ Siddha nātha
- ସଂ. ବି — ମହାଦେବ — Ṡiba
- ଦେ. ବି — ମହା— ଦେବଙ୍କ ମୂର୍ତ୍ତିବିଶେଷ; ସିଦ୍ଧେଶ୍ୱର — Name of an idol of Ṡiba
- ଦେ. ବି — ପୁରୁଷଙ୍କ ନାମ — A name given to males
- ଦେ. ବି — କଟକ ଜିଲ୍ଲାର ମହାନଦୀରୁ କାଠଯୋଡ଼ୀ ବାହାରିଥିବା ସ୍ଥାନ ନରାଜର ପାହାଡ଼ରେ ଅବସ୍ଥିତ ଶିବଲିଙ୍ଗ ଓ ପାହାଡ଼ — Name of a Ṡibaliṅga as well as of a hillock in Narāja where the Kāṭhajoṟḍ̠i branches off from the Mahānadī (Orissa)