ସିତା Sitā

  • ସଂ. ବିଣ. (ସିତ+ଆ) ସିତର ସ୍ତ୍ରୀଲିଙ୍ଗ; ଶ୍ୱେତା; ଶୁକ୍ଳା — Feminine of sita (white)
  • ସଂ. ବି — ଶ୍ୱେତ ଶର୍କରା; ଖଣ୍ଡ; କନ୍ଦ; ନବାତ; ଚିନି (ରାଜନିର୍ଘଣ୍ଟ) — Bleached sugar; white sugar
  • ସଂ. ବି — [ଉ— ମାଧୁର୍ଯ୍ୟ ଲୋଭରେ ଖାଇଲେ ସିତା—କବିସୂର୍ଯ୍ୟ, ସଙ୍ଗୀତ।]
  • ସଂ. ବି — [ଦ୍ର—ଏହା ସୁମଧୁର, ରୁଚ୍ୟ, ବାତପିତ୍ତଦାହହର, ଶୁକ୍ରକର, ମୁର୍ଚ୍ଛାଚ୍ଛର୍ଦ୍ଦିଜ୍ୱର ନାଶକ ଅଟେ।]
  • ସଂ. ବି — ମଲ୍ଲିକା (ଶବ୍ଦରତ୍ନୀବଳୀ) — Jasmine
  • ସଂ. ବି — ଶ୍ୱେତ କଣ୍ଟକାରୀ (ଦେଖ) — Ṡweta kaṇṭakārī (See)
  • ସଂ. ବି — ବାକୁଚୀ; ସୋମରାଜୀ — Serratula Anthelmentica
  • ସଂ. ବି — ବିଦାରୀ; ଭୂଇଁ କଖାରୁ (ରାଜନିର୍ଘଣ୍ଟ) — A medicinal bulbous root; Ipomoea Digitata
  • ସଂ. ବି — ଶ୍ୱେତଦୂର୍ବା (ରାଜନିର୍ଘଣ୍ଟ) — The white doob grass
  • ସଂ. ବି — ଚନ୍ଦ୍ରିକା; ହାଲିମ (ରାଜନିର୍ଘଣ୍ଟ) — Common cress
  • ସଂ. ବି — କୁଟୁମ୍ବିନୀ ଗୁଳ୍ମ (ରାଜନିର୍ଘଣ୍ଟ) — A kind of plant
  • ସଂ. ବି — ମଦ୍ୟ (ରାଜନିର୍ଘଣ୍ଟ) — Wine