ସିତାର Sitāra

  • ବୈଦେ. ବି. [ଫା. ସେତାର, ସିତାର୍ (ସେ, ସି= ତିନି+ତାର); ବୋଧହୁଏ ପୂର୍ବେ ଏଥିରେ 3 ଟି ତାର ଥିଲା; ସଂ. ତ୍ରିତନ୍ତ୍ରୀ] — ଲାଉତୁମ୍ବୀ ଲାଗିଥିବା ଏବଂ ଲୁହାର 1 ଗୋଟି ଓ ପିତଳର 4 ଟି ବା 6 ଟି, ଏପରି ମୋଟରେ 5 ଟି ବା 7 ଟି ତାରଯୁକ୍ତ ବାଦ୍ୟଯନ୍ତ୍ର ବିଶେଷ — ଲାଉତୁମ୍ବୀ ଲାଗିଥିବା ଏବଂ ଲୁହାର1ଗୋଟି ଓ ପିତଳର4ଟି ବା6ଟି, ଏପରି ମୋଟରେ5ଟି ବା7ଟି ତାରଯୁକ୍ତ ବାଦ୍ୟଯନ୍ତ୍ର ବିଶେଷ— Guitar
  • ବୈଦେ. ବି. [ଫା. ସେତାର, ସିତାର୍ (ସେ, ସି= ତିନି+ତାର); ବୋଧହୁଏ ପୂର୍ବେ ଏଥିରେ 3 ଟି ତାର ଥିଲା; ସଂ. ତ୍ରିତନ୍ତ୍ରୀ] — [ଦ୍ର—ଲାଉ ତୁମ୍ବୀର ପାତ୍ରାକାର ଅର୍ଦ୍ଧାଂଶ ଉପରେ ପଟା ଛାଆଣି କରି ତହିଁରେ ଗୋଟିଏ ପୋଲା ଦଣ୍ଡା ଲଗାଯାଏ; ସେହି ଦଣ୍ଡାର ଏକ ମୁଣ୍ଡରେ କଣାମାନ କରି ସେ କଣାମାନଙ୍କରେ କାଠର ଖିଲମାନ ପୋତାଯାଏ। ତୁମ୍ବୀର ଯେଉଁ ମୁଣ୍ଡରେ ଦଣ୍ଡ ଲାଗିଥାଏ ତହିଁରେ ବିପରୀତ ମୁଣ୍ଡରେ ଗୋଟିଏ ଖିଲମାରି ସେ ଖିଲରେ ତାରଗୁଡ଼ିକର ଗୋଟିଏ ମୁଣ୍ଡ ବନ୍ଧାଯାଏ ଓ ସେ ତାରାମାନଙ୍କୁ ଦଣ୍ଡର ଉପରେ ଲମ୍ବ ଭାବରେ ନେଇ ଦଣ୍ଡର ଅନ୍ଯ ମୁଣ୍ଡର ଛିଦ୍ରମାନଙ୍କରେ ପୋତାଥିବା ଖିଲ— ମାନଙ୍କ ଦେହରେ ବାନ୍ଧିବାକୁ ହୁଏ ଓ ଉକ୍ତ ଖିଲମାନଙ୍କ ଦ୍ୱାରା ଉକ୍ତ ତାରମାନଙ୍କୁ ଭିଡ଼ାଯାଏ ବା ହୁଗୁଳା କରାଯାଏ। ଦଣ୍ଡର ଆଡ଼ ବାଗରେ ଧାତୁର ଗୁଡ଼ିଏ ପରଦା ବା ଘାଟି ବନ୍ଧାଯାଏ। ଡାହାଣ ହାତର ବିଷିଆଙ୍ଗୁଠି ଦ୍ୱାରା ତାରମାନଙ୍କୁ ଧ୍ୱନିତ କରାଯାଏ ଓ ବାଁଆଁ ହାତ ଦ୍ୱାରା ଦଣ୍ଡକୁ ମୁଠାଇ ଧରି ବାଁଆଁ ହାତର ବିଷିଆଙ୍ଗୁଠି ଦ୍ୱାରା ତାରକୁ ଉକ୍ତ ପରଦା ବା ଘାଟି (ସଂ. ଘଟ୍ଟ)ମାନଙ୍କ ଉପରେ ଚିପିବାକୁ ଓ ଛାଡ଼ିଦେବାକୁ ହୁଏ ଓ ପରଦାମାନଙ୍କ ଉପରେ ବାଁଆଁ ହାତର ବିଷିଆଙ୍ଗୁଠିକୁ ଉପରକୁ ବା ତଳଆଡ଼କୁ ଚଳାଇଲେ ଭିନ୍ନ ଭିନ୍ନ ସ୍ୱର ବାହାରେ। ଲୁହା ତାର ଦ୍ୱାରା ନିର୍ମିତ 'ମିଜରାବ୍'କୁ ଡାହାଣ ହାତର ବିଷିଆଙ୍ଗୁଠିରେ ଟୋପିପରି ପିନ୍ଧି ଏହି ତାରମାନଙ୍କୁ ବଜାଇବାକୁ ହୁଏ।
  • ବୈଦେ. ବି. [ଫା. ସେତାର, ସିତାର୍ (ସେ, ସି= ତିନି+ତାର); ବୋଧହୁଏ ପୂର୍ବେ ଏଥିରେ 3 ଟି ତାର ଥିଲା; ସଂ. ତ୍ରିତନ୍ତ୍ରୀ] — ଲାଉର ଖୋଳର ଅଧଫାଳକୁ ତୁମ୍ବ, ତୁମ୍ବା ବା ତୁମ୍ବୀ (ସଂ. ତୁମ୍ବ) ବୋଲାଯାଏ। ତୁମ୍ବ ଉପରେ ଛୁଆଣି ହୋଇ ଥିବା ପତଳା କାଠର ପଟାକୁ 'ତବଲି' କହନ୍ତି। ତବଲି ଓ ତୁମ୍ବୀର ଗୋଟିଏ ପାଖରେ ଗୋଟିଏ ଖିଲ (ପନ୍ଥି)ରେ ତାରମାନଙ୍କୁ ଖଟାଇ ରଖି ତବଲିର କେନ୍ଦ୍ରରେ ଦୁଇଟି ଗୋଡ଼ ଥିବା ହାଡ଼ର ବା ହାତୀଦାନ୍ତର ଘୋଡ଼ିଆ (ସଉଆରି, ଚଉକୀ, ସବାରି)ର ଉପର ଦେଇ ତାରମାନଙ୍କୁ ଟାଣି କରି ଦଣ୍ଡର ଶେଷ ଭାଗରେ ଆଡ଼ ବାଗରେ ସଂଲଗ୍ନ 2 ଟି ହାଡ଼ ବା ହାତୀଦାନ୍ତର ମଗରମୁହାଁ ପିଢ଼ା [ଆଡ଼ି ବା ସରସ୍ୱତୀ; ସଂ. ଆଳି] ଉପର ବାଟେ ନେଇ ତାରମାନଙ୍କୁ ଦଣ୍ଡାର ମୁଣ୍ଡରେ ଥିବା କାଠ ଖିଲ [କାନ; ସଂ. କର୍ଣ୍ଣୀ]ରେ ଗୁଡ଼ାଇବାକୁ ହୁଏ। — ଲାଉର ଖୋଳର ଅଧଫାଳକୁ ତୁମ୍ବ, ତୁମ୍ବା ବା ତୁମ୍ବୀ (ସଂ. ତୁମ୍ବ) ବୋଲାଯାଏ ତୁମ୍ବ ଉପରେ ଛୁଆଣି ହୋଇ ଥିବା ପତଳା କାଠର ପଟାକୁ 'ତବଲି' କହନ୍ତି ତବଲି ଓ ତୁମ୍ବୀର ଗୋଟିଏ ପାଖରେ ଗୋଟିଏ ଖିଲ (ପନ୍ଥି)ରେ ତାରମାନଙ୍କୁ ଖଟାଇ ରଖି ତବଲିର କେନ୍ଦ୍ରରେ ଦୁଇଟି ଗୋଡ଼ ଥିବା ହାଡ଼ର ବା ହାତୀଦାନ୍ତର ଘୋଡ଼ିଆ (ସଉଆରି, ଚଉକୀ, ସବାରି)ର ଉପର ଦେଇ ତାରମାନଙ୍କୁ ଟାଣି କରି ଦଣ୍ଡର ଶେଷ ଭାଗରେ ଆଡ଼ ବାଗରେ ସଂଲଗ୍ନ2ଟି ହାଡ଼ ବା ହାତୀଦାନ୍ତର ମଗରମୁହାଁ ପିଢ଼ା [ଆଡ଼ି ବା ସରସ୍ୱତୀ; ସଂ. ଆଳି] ଉପର ବାଟେ ନେଇ ତାରମାନଙ୍କୁ ଦଣ୍ଡାର ମୁଣ୍ଡରେ ଥିବା କାଠ ଖିଲ [କାନ; ସଂ. କର୍ଣ୍ଣୀ]ରେ ଗୁଡ଼ାଇବାକୁ ହୁଏ
  • ବୈଦେ. ବି. [ଫା. ସେତାର, ସିତାର୍ (ସେ, ସି= ତିନି+ତାର); ବୋଧହୁଏ ପୂର୍ବେ ଏଥିରେ 3 ଟି ତାର ଥିଲା; ସଂ. ତ୍ରିତନ୍ତ୍ରୀ] — ପ୍ରଥମ ତାର ଇସ୍ପାତର। ଏହାକୁ 'ବାଜ୍' 'ପକ୍କା' ବା 'ନାୟକୀ' ତାର ବୋଲାଯାଏ। ଏହି ତାରକୁ ଡାହାଣ ହାତରେ ମଜରବ୍ ଦ୍ୱାରା ବଜାଇ ବାଆଁ ହାତର ଆଙ୍ଗୁଠି— ମାନଙ୍କ ଦ୍ୱାରା ଘାଟି ବା ପରଦା ଉପରେ ଘଷି ସ୍ୱରକୁ ନିୟନ୍ତ୍ରିତ କରାଯାଏ। ଅନ୍ଯ ପିତଳ ତାରଗୁଡ଼ିକରେ କେବଳ ମଜ୍ରବ୍କୁ ଆଘାତ କରିବାକୁ ହୁଏ। 2 ୟ ଓ 3 ୟ ତାରକୁ 'ଖରଜ' ଯୋଡ଼ି, 4 ର୍ଥ ଲୁହାର ତାରକୁ 'ପଞ୍ଚମ' ଓ 5 ମ ତାରକୁ 'ଖରଜ' ବୋଲାଯାଏ। ଏହି 5 ଟି ତାର ବ୍ୟତୀତ 2 ଟି ଛୋଟ ଲୁହା ତାରକୁ 'ତରଫ୍ ତାର' ବା 'ଚିକାରୀ' ବୋଲାଯାଏ। 'ନାୟକୀ' ତାରର ସ୍ୱରକୁ ଉଚ୍ଚନୀଚ କରିବା ପାଇଁ ତାରର ମୁଣ୍ଡ ଅର୍ଥାତ୍ ସବାରି ଓ ପନ୍ଥିର ମଧ୍ୟରେ ଥିବା ଅଂଶରେ କାଚର ମାଳି ବା ଗୋଲୀ ବା ଛୋଟ କଉଡ଼ି [ମାନ୍କୀ] ଲଗା ଯାଇଥାଏ। — ପ୍ରଥମ ତାର ଇସ୍ପାତର ଏହାକୁ 'ବାଜ୍' 'ପକ୍କା' ବା 'ନାୟକୀ' ତାର ବୋଲାଯାଏ ଏହି ତାରକୁ ଡାହାଣ ହାତରେ ମଜରବ୍ ଦ୍ୱାରା ବଜାଇ ବାଆଁ ହାତର ଆଙ୍ଗୁଠି— ମାନଙ୍କ ଦ୍ୱାରା ଘାଟି ବା ପରଦା ଉପରେ ଘଷି ସ୍ୱରକୁ ନିୟନ୍ତ୍ରିତ କରାଯାଏ ଅନ୍ଯ ପିତଳ ତାରଗୁଡ଼ିକରେ କେବଳ ମଜ୍ରବ୍କୁ ଆଘାତ କରିବାକୁ ହୁଏ2ୟ ଓ3ୟ ତାରକୁ 'ଖରଜ' ଯୋଡ଼ି,4ର୍ଥ ଲୁହାର ତାରକୁ 'ପଞ୍ଚମ' ଓ5ମ ତାରକୁ 'ଖରଜ' ବୋଲାଯାଏ ଏହି5ଟି ତାର ବ୍ୟତୀତ2ଟି ଛୋଟ ଲୁହା ତାରକୁ 'ତରଫ୍ ତାର' ବା 'ଚିକାରୀ' ବୋଲାଯାଏ 'ନାୟକୀ' ତାରର ସ୍ୱରକୁ ଉଚ୍ଚନୀଚ କରିବା ପାଇଁ ତାରର ମୁଣ୍ଡ ଅର୍ଥାତ୍ ସବାରି ଓ ପନ୍ଥିର ମଧ୍ୟରେ ଥିବା ଅଂଶରେ କାଚର ମାଳି ବା ଗୋଲୀ ବା ଛୋଟ କଉଡ଼ି [ମାନ୍କୀ] ଲଗା ଯାଇଥାଏ
  • ବୈଦେ. ବି. [ଫା. ସେତାର, ସିତାର୍ (ସେ, ସି= ତିନି+ତାର); ବୋଧହୁଏ ପୂର୍ବେ ଏଥିରେ 3 ଟି ତାର ଥିଲା; ସଂ. ତ୍ରିତନ୍ତ୍ରୀ] — ପୂର୍ବେ ଓଡ଼ିଶା ଗଡ଼ଜାତର କେନ୍ଦୁଝରରେ ସିତାରର ଉତ୍କୃଷ୍ଟ ତାର ପ୍ରସ୍ତୁତ ହେଉଥିଲା। ବର୍ତ୍ତମାନ ଯୁକ୍ତପ୍ରଦେଶର ବଂଶବରେଳୀରୁ ସିତାର ପାଇଁ ଉତ୍କୃଷ୍ଟ ତାର ଆସେ।]