ସିଙ୍ଗାପୁର Siṅgāpura
- ଦେ. ବି. (ନାମ) — ମାଳୟ ଉପଦ୍ୱୀପର ଦକ୍ଷିଣ ପ୍ରାନ୍ତରେ ଥିବା ବନ୍ଦର — Singapore
- ଦେ. ବି. (ନାମ) — [ଦ୍ର—ଏହା ମାଳୟ ଉପଦ୍ୱୀପର ଦକ୍ଷିଣରେ ଅବସ୍ଥିତ ଗୋଟିଏ ଦ୍ୱୀପ। 1819 ସାଲରେ ସର୍ ଷ୍ଟାମ୍ଫୋର୍ଡ଼ ରାଫାଲ୍ସ ଏହାକୁ ବ୍ରିଟିଶ୍ସାମ୍ରାଜ୍ୟଭୁକ୍ତ କରିଥିଲେ। 1921 ସାଲରେ ଏଠାରେ ଦୁର୍ଗ ନିର୍ମାଣ କରିବାର ସ୍ଥିର ହେଲା। ସେତେବେଳେ ଏହା ଗୋଟିଏ ଜଙ୍ଗଲମୟ ସନ୍ତସନ୍ତିଆ ସ୍ଥାନ ଥିଲା; କେବଳ ଏଠାରେ ଗୋଟିଏ ପୁରାତନ କାଳର ପୋତାଶ୍ରୟ ଥିଲା। ବ୍ରିଟିଶ୍ ଇଞ୍ଜିନିୟର୍ମାନଙ୍କର ଚାତୁରୀ ବର୍ତ୍ତମାନ ଏହାକୁ ଶୁଷ୍କଭୂମି, ପୋତାଶ୍ରୟ, ରାସ୍ତା ଏବଂ ରେଳରାସ୍ତାରେ ପରିଣତ କରିଅଛି। ବର୍ତ୍ତମାନ ଏହା ପୃଥିବୀରେ ସର୍ବାପେକ୍ଷା ଦୁର୍ଭେଦ୍ୟ ଦୁର୍ଗସମ୍ପନ୍ନ ଦ୍ୱୀପ। ଏହା ବ୍ରିଟିଶ୍ଜାତିର ପ୍ରଶାନ୍ତ ମହାସାଗରରେ ସର୍ବପ୍ରଧାନ ନୌବାହିନୀ କେନ୍ଦ୍ର — [ଦ୍ର—ଏହା ମାଳୟ ଉପଦ୍ୱୀପର ଦକ୍ଷିଣରେ ଅବସ୍ଥିତ ଗୋଟିଏ ଦ୍ୱୀପ1819ସାଲରେ ସର୍ ଷ୍ଟାମ୍ଫୋର୍ଡ଼ ରାଫାଲ୍ସ ଏହାକୁ ବ୍ରିଟିଶ୍ସାମ୍ରାଜ୍ୟଭୁକ୍ତ କରିଥିଲେ1921ସାଲରେ ଏଠାରେ ଦୁର୍ଗ ନିର୍ମାଣ କରିବାର ସ୍ଥିର ହେଲା ସେତେବେଳେ ଏହା ଗୋଟିଏ ଜଙ୍ଗଲମୟ ସନ୍ତସନ୍ତିଆ ସ୍ଥାନ ଥିଲା; କେବଳ ଏଠାରେ ଗୋଟିଏ ପୁରାତନ କାଳର ପୋତାଶ୍ରୟ ଥିଲା ବ୍ରିଟିଶ୍ ଇଞ୍ଜିନିୟର୍ମାନଙ୍କର ଚାତୁରୀ ବର୍ତ୍ତମାନ ଏହାକୁ ଶୁଷ୍କଭୂମି, ପୋତାଶ୍ରୟ, ରାସ୍ତା ଏବଂ ରେଳରାସ୍ତାରେ ପରିଣତ କରିଅଛି ବର୍ତ୍ତମାନ ଏହା ପୃଥିବୀରେ ସର୍ବାପେକ୍ଷା ଦୁର୍ଭେଦ୍ୟ ଦୁର୍ଗସମ୍ପନ୍ନ ଦ୍ୱୀପ ଏହା ବ୍ରିଟିଶ୍ଜାତିର ପ୍ରଶାନ୍ତ ମହାସାଗରରେ ସର୍ବପ୍ରଧାନ ନୌବାହିନୀ କେନ୍ଦ୍ର[Naval Base].ଏହି ନୌକେନ୍ଦ୍ର ନିର୍ମାଣରେ900ଲକ୍ଷ ପାଉଣ୍ଡ ବା ସାଢ଼େ13କୋଟି ଟଙ୍କା ଖର୍ଚ୍ଚ ହୋଇଅଛି ଏଥିର ସଂପୃକ୍ତ କୋଠାବାଡ଼ିମାନଙ୍କ ଖର୍ଚ୍ଚ ହିସାବ କଲେ ମୋଟ ଖର୍ଚ୍ଚ ଦୁଇକୋଟି ପାଉଣ୍ଡ ବା30କୋଟି ଟଙ୍କାରୁ ଅଧିକ ହେବ ଏଠାରେ ବହୁସଂଖ୍ୟକ ଯୁଦ୍ଧଜାହାଜ ଏବଂ ଉଡ଼ା— ଜାହାଜ ରହିଅଛି ଅଷ୍ଟେଲିଆ, ନିଉଜିଲାଣ୍ଡ, ହଙ୍କ୍ଙ୍ଗ୍ ପ୍ରଭୃତି ଦେଶମାନଙ୍କୁ ଏବଂ ଚିନ୍ଦେଶରେ ବ୍ରିଟିଶ୍ଜାତିର ବିପୁଳ ବାଣିଜ୍ୟକୁ ରକ୍ଷା କରିବା ଏହି ନୌକେନ୍ଦ୍ରର ପ୍ରଧାନ ଉଦ୍ଦେଶ୍ୟ
- ଦେ. ବି. (ନାମ) — ସନ୍ଦର୍ଭଲେଖକ—ଶ୍ରୀ ଜଗନ୍ନାଥ ତ୍ରିପାଠୀ, ବି. ଏ. ବି. ଟି।]
- ଦେ. ବି. (ନାମ) — କଟକ ଜିଲ୍ଲାର ମଧୁପୁର ଜିଲ୍ଲାଅନ୍ତର୍ଗତ ଗ୍ରାମବିଶେଷ — Name of a village in Cuttack district
- ଦେ. ବି. (ନାମ) — [ଦ୍ର—ଏଠାରେ ପଣାସଂକ୍ରାନ୍ତି ସମୟରେ ଏକ— ମାସବ୍ୟାପୀ ଏକ ପ୍ରକାଣ୍ଡ ମେଳା ହୁଏ। ଓଡ଼ିଶା ବାହାର ଅଞ୍ଚଳମାନଙ୍କରୁ ଅନେକ ବେପାରୀ ଆସି ଏଠାରେ ମାସକ ପର୍ଯ୍ୟନ୍ତ ରହନ୍ତି। ନାନା ଦୂର ସ୍ଥାନରୁ ସହସ୍ରାଧିକ ନରନାରୀ ଏହି ମେଳା ଦେଖିବା ପାଇଁ ରୁଣ୍ଡ ହୁଅନ୍ତି।]