ସିଂହ Siṁha

  • ସଂ. ବି. ପୁଂ. (ହିନ୍ସ୍ ଧାତୁ=ହିଂସା କରିବା; ବଧ କରିବା+ କର୍ତ୍ତୃ. ଅ; ବର୍ଣ୍ଣ ବିପର୍ଯ୍ଯୟରେ ନିପାତନ ସିଦ୍ଧ) — ପ୍ରସିଦ୍ଧ ଶ୍ୱାପଦ ବନ୍ୟ ପଶୁ; ମୃଗେନ୍ଦ୍ର — The lion; Felis Leo
  • ସଂ. ବି. ପୁଂ. (ହିନ୍ସ୍ ଧାତୁ=ହିଂସା କରିବା; ବଧ କରିବା+ କର୍ତ୍ତୃ. ଅ; ବର୍ଣ୍ଣ ବିପର୍ଯ୍ଯୟରେ ନିପାତନ ସିଦ୍ଧ) — [ଦ୍ର—ଏହାର ବେକରେ ଓ ମୁଣ୍ଡରେ ଦୀର୍ଘ କେଶର ଥାଏ ଓ ଲାଙ୍ଗୁଡ଼ର ଅଗରେ କୃଷ୍ଣବର୍ଣ୍ଣ ଲୋମଗୁଚ୍ଛ ଥାଏ। ସିଂହୀର ବେକରେ ଓ ମୁହଁରେ କେଶର ନ ଥାଏ। ସିଂହର ବର୍ଣ୍ଣ ପିଙ୍ଗଳ ବା ଫକା ହଳଦିଆ। ଆଫ୍ରିକାର ଆଲଜିରିଆଠାରୁ କେପ୍କ— ଲୋନି ପର୍ଯ୍ୟନ୍ତ ସବୁ ଅଞ୍ଚଳରେ ଓ ପରସ୍ୟରେ ସିଂହ ଦେଖାଯାଆନ୍ତି। ପୂର୍ବେ ଭାରତବର୍ଷରେ ଅନେକ ସିଂହ ଥିଲେ। ଉତ୍କଳର ଦେବାଳୟାଦିରେ ସିଂହର ମୂର୍ତ୍ତି ବହୁଳ ପରିମାଣରେ ଦେଖାଯାଏ। କିନ୍ତୁ ବର୍ତ୍ତମାନ କେବଳ ଜଙ୍ଗଲରେ ସିଂହ ଦେଖାଯାଆନ୍ତି।
  • ସଂ. ବି. ପୁଂ. (ହିନ୍ସ୍ ଧାତୁ=ହିଂସା କରିବା; ବଧ କରିବା+ କର୍ତ୍ତୃ. ଅ; ବର୍ଣ୍ଣ ବିପର୍ଯ୍ଯୟରେ ନିପାତନ ସିଦ୍ଧ) — ସିଂହର ଗର୍ଜନ ଅତି ଭୟଙ୍କର। ଏହାର କଟି ଅତି ସରୁ ଥିବାରୁ ସରୁ କଟୀଯୁକ୍ତା ସ୍ତ୍ରୀମାନଙ୍କର କଟୀକୁ ମୃଗେନ୍ଦ୍ର କଟୀ ସଙ୍ଗେ ତୁଳନା କରା ଯାଏ। ସିଂହ ସମସ୍ତ ବନ୍ୟ ପଶୁ ମଧ୍ୟରେ ବଳୁଆ; ସେଥିପାଇଁ ତାକୁ 'ପଶୁରାଜ' ବୋଲାଯାଏ। ଆଫ୍ରିକାର ଜଙ୍ଗଲରେ ଅନେକ ସିଂହ ଅଛନ୍ତି। ସିଂହମାନେ ପର୍ବତର ଗୁହାରେ ବାସ କରନ୍ତି। ଆଫ୍ରିକାର ସିଂହମାନେ ବାଲୁକାମୟ ସ୍ଥାନରେ ବିଚରଣ କରନ୍ତି। ପୁରୁଷ ସିଂହର ବେକ ଉପରେ କେଶର ଥାଏ, ମାଈ ସିଂହର କେଶର ନ ଥାଏ। ସିଂହୀ ଏକାଥରକେ 3/4 ଟି ଶାବକ ପ୍ରସବ କରେ। ନବ— ଜାତ ଶିଶୁଙ୍କର 10/15 ଦିନ ପରେ ଆଖି ଫିଟେ। ସିଂହକୁ ଗୃହରେ ଆଣି ପୋଷିଲେ ସେ ବିରାଡ଼ି ପରି ପୋଷା ମାନେ। — ସିଂହର ଗର୍ଜନ ଅତି ଭୟଙ୍କର ଏହାର କଟି ଅତି ସରୁ ଥିବାରୁ ସରୁ କଟୀଯୁକ୍ତା ସ୍ତ୍ରୀମାନଙ୍କର କଟୀକୁ ମୃଗେନ୍ଦ୍ର କଟୀ ସଙ୍ଗେ ତୁଳନା କରା ଯାଏ ସିଂହ ସମସ୍ତ ବନ୍ୟ ପଶୁ ମଧ୍ୟରେ ବଳୁଆ; ସେଥିପାଇଁ ତାକୁ 'ପଶୁରାଜ' ବୋଲାଯାଏ ଆଫ୍ରିକାର ଜଙ୍ଗଲରେ ଅନେକ ସିଂହ ଅଛନ୍ତି ସିଂହମାନେ ପର୍ବତର ଗୁହାରେ ବାସ କରନ୍ତି ଆଫ୍ରିକାର ସିଂହମାନେ ବାଲୁକାମୟ ସ୍ଥାନରେ ବିଚରଣ କରନ୍ତି ପୁରୁଷ ସିଂହର ବେକ ଉପରେ କେଶର ଥାଏ, ମାଈ ସିଂହର କେଶର ନ ଥାଏ ସିଂହୀ ଏକାଥରକେ3/4ଟି ଶାବକ ପ୍ରସବ କରେ ନବ— ଜାତ ଶିଶୁଙ୍କର10/15ଦିନ ପରେ ଆଖି ଫିଟେ ସିଂହକୁ ଗୃହରେ ଆଣି ପୋଷିଲେ ସେ ବିରାଡ଼ି ପରି ପୋଷା ମାନେ
  • ସଂ. ବି. ପୁଂ. (ହିନ୍ସ୍ ଧାତୁ=ହିଂସା କରିବା; ବଧ କରିବା+ କର୍ତ୍ତୃ. ଅ; ବର୍ଣ୍ଣ ବିପର୍ଯ୍ଯୟରେ ନିପାତନ ସିଦ୍ଧ) — ବୈଦ୍ୟଶାସ୍ତ୍ର ଅନୁସାରେ ଏହାର ମାଂସ ଅର୍ଶ, ପ୍ରମେହ, ଜଠରାମୟ ଓ ଜଡ଼ତା ନାଶ କର। ଅନ୍ଯ ଗୃହାଶୟ ଜୀବମାନଙ୍କ ମାଂସପରି ସିଂହର ମାଂସ ବାତହର, ଗୁରୁ, ଉଷ୍ଣ, ମଧୁର, ସ୍ନିଗ୍ଧା ବଲ୍ୟ ଓ ନେତ୍ର ଗୁହ୍ୟ ବିକାରରେ ହିତକର। ସିଂହର ଚ୍ଚର୍ବି ବାତରୋଗରେ ଔଷଧରୂପେ ବ୍ଯବହୃତ ହୁଏ।]
  • ସଂ. ବି. ପୁଂ. (ହିନ୍ସ୍ ଧାତୁ=ହିଂସା କରିବା; ବଧ କରିବା+ କର୍ତ୍ତୃ. ଅ; ବର୍ଣ୍ଣ ବିପର୍ଯ୍ଯୟରେ ନିପାତନ ସିଦ୍ଧ) — (ଅନ୍ଯ ଜାତିବାଚକ ଶବ୍ଦ ସଙ୍ଗେ ଯୁକ୍ତ ହେଲେ ଶ୍ରେଷ୍ଠତା ବୁଝାଏ। ଯଥା—ନରସିଂହ, ପୁରୁଷ— ସିଂହ, କପିସିଂହ) ଶ୍ରେଷ୍ଠ — Chief of a class
  • ସଂ. ବି. ପୁଂ. (ହିନ୍ସ୍ ଧାତୁ=ହିଂସା କରିବା; ବଧ କରିବା+ କର୍ତ୍ତୃ. ଅ; ବର୍ଣ୍ଣ ବିପର୍ଯ୍ଯୟରେ ନିପାତନ ସିଦ୍ଧ) — [ଉ—ତହିଁ ଦ୍ୱିଜ ସଙ୍ଗେ ସେ ନୃପକୁଳ ସିଂହ—କୃଷ୍ଣସିଂହ, ମହାଭାରତ, ବନ।]
  • ସଂ. ବି. ପୁଂ. (ହିନ୍ସ୍ ଧାତୁ=ହିଂସା କରିବା; ବଧ କରିବା+ କର୍ତ୍ତୃ. ଅ; ବର୍ଣ୍ଣ ବିପର୍ଯ୍ଯୟରେ ନିପାତନ ସିଦ୍ଧ) — (ଜ୍ୟୋତିଷ) ମେଷାଦି ଦ୍ୱାଦଶ ରାଶିର ଅନ୍ତର୍ଗତ ପଞ୍ଚମ ରାଶି—3. The astrological sign Leo.
  • ସଂ. ବି. ପୁଂ. (ହିନ୍ସ୍ ଧାତୁ=ହିଂସା କରିବା; ବଧ କରିବା+ କର୍ତ୍ତୃ. ଅ; ବର୍ଣ୍ଣ ବିପର୍ଯ୍ଯୟରେ ନିପାତନ ସିଦ୍ଧ) — [ଦ୍ର—ସିଂହ ରାଶି ମଘା ଓ ପୂର୍ବଫାଲ୍ଗୁନୀ ନକ୍ଷତ୍ର ଓ ଏବଂ ଉତ୍ତର ଫାଲ୍ଗୁନୀର ପ୍ରଥମ ପାଦ ଅଧିକାର କରିଅଛି। ସୂର୍ଯ୍ୟ ଭାଦ୍ର ମାସରେ ଏ ରାଶିରେ ଅବସ୍ଥାନ କରନ୍ତି। ଏହି ରାଶିରେ ଜନ୍ମିବା ବ୍ଯକ୍ତି କ୍ରୋଧୀ, ଶୀଘ୍ରଗତି, ହାସ୍ୟବାଣୀ, ଅତି ବକ୍ତା, ଚଞ୍ଚଳ, ଶୀତଳ ଓ ମତ୍ସ୍ୟପ୍ରିୟ ହୁଏ। ସିଂହ ଲଗ୍ନରେ ଜତ ବ୍ଯକ୍ତି ଭୋଗୀ, ଶତ୍ରୁ ବିମର୍ଦ୍ଦନ ସ୍ୱଳ୍ପୋଦର, ଅଳ୍ପ ପୁତ୍ର, ଉତ୍ସାହୀ ଓ ଗଜବିକ୍ରମ ହୁଏ।]
  • ସଂ. ବି. ପୁଂ. (ହିନ୍ସ୍ ଧାତୁ=ହିଂସା କରିବା; ବଧ କରିବା+ କର୍ତ୍ତୃ. ଅ; ବର୍ଣ୍ଣ ବିପର୍ଯ୍ଯୟରେ ନିପାତନ ସିଦ୍ଧ) — ସୌର ଭାଦ୍ର ମାସ — The solar month of Bhādra
  • ସଂ. ବି. ପୁଂ. (ହିନ୍ସ୍ ଧାତୁ=ହିଂସା କରିବା; ବଧ କରିବା+ କର୍ତ୍ତୃ. ଅ; ବର୍ଣ୍ଣ ବିପର୍ଯ୍ଯୟରେ ନିପାତନ ସିଦ୍ଧ) — ରକ୍ତ ଶିଗ୍ରୁ; ନାଲି ସଜନା (ରାଜ— ନିର୍ଘଣ୍ଟ) — The red variety of horse radish
  • ସଂ. ବି. ପୁଂ. (ହିନ୍ସ୍ ଧାତୁ=ହିଂସା କରିବା; ବଧ କରିବା+ କର୍ତ୍ତୃ. ଅ; ବର୍ଣ୍ଣ ବିପର୍ଯ୍ଯୟରେ ନିପାତନ ସିଦ୍ଧ) — ବୌଦ୍ଧ ଯତିମାନଙ୍କର ଧ୍ୱଜ (ହେମଚନ୍ଦ୍ର) — The flag of Buddhist monks
  • ସଂ. ବି. ପୁଂ. (ହିନ୍ସ୍ ଧାତୁ=ହିଂସା କରିବା; ବଧ କରିବା+ କର୍ତ୍ତୃ. ଅ; ବର୍ଣ୍ଣ ବିପର୍ଯ୍ଯୟରେ ନିପାତନ ସିଦ୍ଧ) — ରାମାୟଣରେ ବର୍ଣ୍ଣିତ ଚନ୍ଦ୍ରଗିରି ପର୍ବତବାସୀ ବିଶାଳ ପକ୍ଷିବିଶେଷ — Name of a gigantic mythological bird mentioned in the Rāmāyaṇa