ସିଂହିକା Siṁhikā

  • ସଂ. ବି. ସ୍ତ୍ରୀ. (ସିଂହୀ=ରାହୁର ମାତା+ସ୍ୱାର୍ଥେ. କ+ଆ) — ଏକତମା ଦକ୍ଷରାଜତନୟା; କାଶ୍ୟପପତ୍ନୀ; ରାହୁ ମାତା — Name of the mother of Rāhu
  • ସଂ. ବି. ସ୍ତ୍ରୀ. (ସିଂହୀ=ରାହୁର ମାତା+ସ୍ୱାର୍ଥେ. କ+ଆ) — [ଦ୍ର—ମହର୍ଷି କାଶ୍ୟପଙ୍କ ଔରସରେ ଏହାଙ୍କ ଗର୍ଭରୁ ଗନ୍ଧର୍ବଗଣ ଓ ରାହୁ ଜନ୍ମିଥିଲେ।]
  • ସଂ. ବି. ସ୍ତ୍ରୀ. (ସିଂହୀ=ରାହୁର ମାତା+ସ୍ୱାର୍ଥେ. କ+ଆ) — ସିଂହୀ — Lioness
  • ସଂ. ବି. ସ୍ତ୍ରୀ. (ସିଂହୀ=ରାହୁର ମାତା+ସ୍ୱାର୍ଥେ. କ+ଆ) — ରାମାୟଣବର୍ଣ୍ଣିତ ଜଣେ ରାକ୍ଷସୀ — Name of a demonsess mentioned in the Rāmāyaṇa
  • ସଂ. ବି. ସ୍ତ୍ରୀ. (ସିଂହୀ=ରାହୁର ମାତା+ସ୍ୱାର୍ଥେ. କ+ଆ) — [ଦ୍ର—ଏ ଲଙ୍କା ନିକଟସ୍ଥସାଗର ଗର୍ଭରେ ବାସ କରୁଥିଲା ଏବଂ ଆକାଶରେ ଚଳପ୍ରଚଳ ହେଉଥିବା ଜୀବ ଜନ୍ତୁଙ୍କ ଛାୟା ଜଳ ଉପରେ ପଡ଼ିଲେ ଏହି ରାକ୍ଷସୀ ମାୟା ବଳରେ ଉକ୍ତ ଜୀବ ଜନ୍ତୁଙ୍କୁ ଆକର୍ଷଣ କରି ଆଣି ଖାଉଥିଲା। ହନୁମାନ ସୀତାଙ୍କୁ ଠାବ କରିବାପାଇଁ ସାଗର ଉପରେ ଲଙ୍କାକୁ ଉଡ଼ି ଗଲାବେଳେ ତାହାର ଛାଇ ପାଣି ଉପରେ ପଡ଼ିବାରୁ ସିଂହିକା ହନୁମାନଙ୍କୁ ଆକର୍ଷଣ କରି ଗିଳିଦେଲା। କିନ୍ତୁ ହନୁମାନ ନିଜ ବିକ୍ରମରେ ରାକ୍ଷସୀର ପେଟ ଚିରି ବାହାରି ଅଇଲା ଏବଂ ଫଳରେ ରାକ୍ଷସୀ ମରିଗଲା।]