ସିଂହଭୂମି Siṁhabhumi

  • ଦେ. ବି. (ନାମ) — ଆଧୁନିକ ବିହାର ପ୍ରଦେଶରେ ଅନ୍ତର୍ଗତ ଓଡ଼ିଆ ଜିଲ୍ଲାବିଶେଷ — A district now in the province of Bihar mostly inhabited by Hos and the Oriyas
  • ଦେ. ବି. (ନାମ) — [ଦ୍ର— 1 । ଏହା ପ୍ରଥମେ ଭୂୟାଁମାନଙ୍କର ରାଜ୍ୟ ଥିଲା। ଭୂୟାଁମାନଙ୍କ ଅଦ୍ଭ୍ୟୁଦୟ ପୂର୍ବେ ଏଠାରେ ସରାକ (ଜୈନ— ଶ୍ରାବଣ) ଜାତିର ପ୍ରାଧାନ୍ୟ ଥିଲା। ଏଠାରେ ସିଂହବାହୁ ରାଜା ରାଜତ୍ୱ କରୁଥିଲେ। ଏ ଏପରି ପ୍ରଜାପ୍ରିୟ ଥିଲେ ଯେ, ପ୍ରଜାମାନଙ୍କ ଆପତ୍ତି ଯୋଗୁଁ ଅତ୍ୟାଚାରୀ ଯୁବରାଜ ବିଜୟସିଂଙ୍କୁ ଆକୁଣ୍ଠିତ ଚିତ୍ତରେ ରାଜ୍ୟରୁ ବିତାଡ଼ିତ କରି ଦେଇଥିଲେ। ସିଂହବାହୁ ଅନେକ ଜଳାଶୟ, ପୁଷ୍କରିଣୀ ଓ କୁଲ୍ୟ (କେନାଲ) ଖୋଳାଇ ଥିଲେ। — [ଦ୍ର—1 ଏହା ପ୍ରଥମେ ଭୂୟାଁମାନଙ୍କର ରାଜ୍ୟ ଥିଲା ଭୂୟାଁମାନଙ୍କ ଅଦ୍ଭ୍ୟୁଦୟ ପୂର୍ବେ ଏଠାରେ ସରାକ (ଜୈନ— ଶ୍ରାବଣ) ଜାତିର ପ୍ରାଧାନ୍ୟ ଥିଲା ଏଠାରେ ସିଂହବାହୁ ରାଜା ରାଜତ୍ୱ କରୁଥିଲେ ଏ ଏପରି ପ୍ରଜାପ୍ରିୟ ଥିଲେ ଯେ, ପ୍ରଜାମାନଙ୍କ ଆପତ୍ତି ଯୋଗୁଁ ଅତ୍ୟାଚାରୀ ଯୁବରାଜ ବିଜୟସିଂଙ୍କୁ ଆକୁଣ୍ଠିତ ଚିତ୍ତରେ ରାଜ୍ୟରୁ ବିତାଡ଼ିତ କରି ଦେଇଥିଲେ ସିଂହବାହୁ ଅନେକ ଜଳାଶୟ, ପୁଷ୍କରିଣୀ ଓ କୁଲ୍ୟ (କେନାଲ) ଖୋଳାଇ ଥିଲେ
  • ଦେ. ବି. (ନାମ) — ସିଂହଭୂମିରେ ନାମ ପୂର୍ବରେ ଯେ କଅଣ ଥିଲା ତାହା ଏପର୍ଯ୍ୟନ୍ତ ଆମ୍ଭେମାନେ ଜାଣି ପାରୁ ନାହିଁ। ତେବେ ସ୍ଥୂଳତଃ ଜଣାଯାଏ ଯେ, ଏହା ଗୋଟିଏ ଜଙ୍ଗଲ—ମୂଲକ ଥିଲା। ଏହାର ଆଦିମ ବାସିନ୍ଦା ହୋ ଓ ଭୂୟାଁ ପ୍ରଭୃତି ଥିଲେ; ଆର୍ଯ୍ୟ ଜାତି କେହି ବାସ କରୁ ନ ଥିଲେ। ଯେତେ— ବେଳେ ସିଂହ ରାଜାମାନେ ରାଜପୁତାନାରୁ ଆସି ଅନାର୍ଯ୍ୟ— ମାନଙ୍କୁ ଜୟ କରି ଏଠାରେ ରାଜ୍ୟ ସ୍ଥାପନ କଲେ, ସେହି ଦିନଠାରୁ ସିଂହଭୂମିର ନାମକରଣ, ସିଂହ ରାଜାମାନଙ୍କ ଅଧିକୃତ ହେବାରୁ, ସିଂହଭୂମି ହେଲା। କେହି କେହି ସାହେବ ଓ ପ୍ରତ୍ନତତ୍ୱାନୁସନ୍ଧିତ୍ସୁ କହନ୍ତି ଯେ, ହୋ ମାନେ ସୂର୍ଯ୍ୟଦେବତାଙ୍କୁ 'ସିଙ୍ଗିବଙ୍ଗା' କହନ୍ତି; ସୁତରାଂ ଏହି ଶବ୍ଦର ଅପଭ୍ରଂଶର ସିଂହଭୂମି ହୋଇଅଛି। କିନ୍ତୁ ଏହା ଯୁକ୍ତିସିଦ୍ଧ ବା ସର୍ବବାଦିସମ୍ମତ ହୋଇ ନ ପାରେ ବୋଲି ଆମ୍ଭମାନଙ୍କର ମତ। ଆମ୍ବେ ସିଂହରାଜାମାନଙ୍କ ଏ ଅବଧି ତେର ପୁରୁଷ ପର୍ଯ୍ୟନ୍ତ ଜାଣିପାରୁଅଛୁଁ। ପୂର୍ବରେ ସିଂହରାଜଙ୍କର ଆଉ କେତେ ପୁରୁଷ ଥିଲେ, ତାହା ଆମ୍ଭମାନଙ୍କୁ ଜଣା ନାହିଁ। କିମ୍ବା ପ୍ରଥମତଃ କେଉଁ ବ୍ଯକ୍ତି ଆସି ସିଂହଭୂମିରେ ରାଜ୍ୟ ସ୍ଥାପନ କରିଥିଲେ ତାହା ମଧ୍ୟ ଅବିଦିତ। କିନ୍ତୁ ଏହା ଧ୍ରୁବ ସତ୍ୟ ଯେ, ଏହାର ପ୍ରତିଷ୍ଠାତା ସିଂହରାଜାମାନେହିଁ ଅଟନ୍ତି। ପୋଡ଼ହାଟ, କେରା, ଆନନ୍ଦପୁର, ଷୋଡ଼ଶକଳା (ଷଢ଼େଇକଳା), ଖରସୁଆଁ ପ୍ରଭୃତି ଯେତେ ରାଜ୍ୟ ଅଛି, ସେ ରାଜ୍ୟର ରାଜବଂଶଗଣ ଏକ ସିଂହବଂଶର ଶାଖା। ଏହି ସିଂହଭୂମିର ତଦାନୀନ୍ତନ ମହାରାଜା ଘନଶ୍ୟାମ ସିଂହ ସନ 1818 ମସୀହାରେ ବ୍ରିଟିଶ୍ ଗଭର୍ଣ୍ଣମେଣ୍ଟ୍ଙ୍କ ଅଧୀନତା ସ୍ୱୀକାର କଲେ। ପୂର୍ବରେ ଉପର୍ଯ୍ୟୁକ୍ତ ସମସ୍ତ ରାଜ୍ୟ ସ୍ୱତନ୍ତ୍ର ଥିଲା। ସେହି ପୂରାକାଳରୁହିଁ ଏହି ସିଂହରାଜାମାନେ ଓଡ଼ିଆ ଭାଷାକୁ ନିଜ ମାତୃଭାଷାରୂପେ ଗ୍ରହଣ କରି ଆସିଅଛନ୍ତି। ଓଡ଼ିଶାର ସମ୍ରାଟ ଗଜପତିଙ୍କର ସିଂହଭୂମିର ମହାରାଜାଙ୍କ ସହ ବିଶେଷ ବନ୍ଧୁତ୍ୱ ଥିଲା; ଗଜପତିଙ୍କ ରାଜ୍ୟରୁ ବାସିନ୍ଦା ଓଡ଼ିଆମାନଙ୍କୁ ଅଣାଇ ସିଂହଭୂମିର ମହରାଜା ତାଙ୍କ ରାଜ୍ୟରେ ରଖାଇ ଥିଲେ। ଆଜିକାଲି ବହୁ ଆର୍ଯ୍ୟବାସିନ୍ଦା ଏ ଅଞ୍ଚଳରେ ଅଛନ୍ତି ଏବଂ ଉତ୍କଳୀୟ ବ୍ରାହ୍ମଣ, କରଣ ଓ ଖଣ୍ଡାୟତ ପ୍ରଭୃତିହିଁ ରାଜାଙ୍କ ପ୍ରଧାନ କର୍ମଚାରୀରୂପେ ପୁରୁଷାନୁକ୍ରମେ ବୃତ୍ତିଭୋଗୀ ହୋଇ ରହି ଅଛନ୍ତି। ଆଜି ଯାଏ ଯେଉଁ ସମସ୍ତ ସିରସ୍ତାର କାଗଜପତ୍ର, ଦଲିଲ ଦସ୍ତାବେଜ ପ୍ରଭୃତି ସିଂହରାଜାମାନଙ୍କର ଅଛି, ସେ ସମସ୍ତହିଁ ଓଡ଼ିଆ ଭାଷାରେ ଲେଖା। ଅବଶ୍ୟ ପରେ ପରେ କ୍ରମାନୁସାରେ ଆର୍ଯ୍ୟବାସିନ୍ଦାମାନେ ସୁଦ୍ଧା ଅନ୍ଯାନ୍ୟ ପ୍ରଦେଶରୁ ଆସି ସିଂହଭୂମିରେ ବାସ କରିଅଛନ୍ତି। କିନ୍ତୁ ସେମାନେ ଓଡ଼ିଆ ଭାଷାକୁହିଁ ସିଂହଭୂମିର ପ୍ରଧାନ ଭାଷା ବୋଲି ଗ୍ରହଣ କରିଅଛନ୍ତି ଓ ଓଡ଼ିଆମାନଙ୍କ ଅନୁକରଣରେ ସମସ୍ତ ପର୍ବପର୍ବାଣି ଓ ସାମାଜିକ ବିଧିମାନ ସମ୍ପାଦନ କରନ୍ତି। ହଣ୍ଟର ସାହେବ — ସିଂହଭୂମିରେ ନାମ ପୂର୍ବରେ ଯେ କଅଣ ଥିଲା ତାହା ଏପର୍ଯ୍ୟନ୍ତ ଆମ୍ଭେମାନେ ଜାଣି ପାରୁ ନାହିଁ ତେବେ ସ୍ଥୂଳତଃ ଜଣାଯାଏ ଯେ, ଏହା ଗୋଟିଏ ଜଙ୍ଗଲ—ମୂଲକ ଥିଲା ଏହାର ଆଦିମ ବାସିନ୍ଦା ହୋ ଓ ଭୂୟାଁ ପ୍ରଭୃତି ଥିଲେ; ଆର୍ଯ୍ୟ ଜାତି କେହି ବାସ କରୁ ନ ଥିଲେ ଯେତେ— ବେଳେ ସିଂହ ରାଜାମାନେ ରାଜପୁତାନାରୁ ଆସି ଅନାର୍ଯ୍ୟ— ମାନଙ୍କୁ ଜୟ କରି ଏଠାରେ ରାଜ୍ୟ ସ୍ଥାପନ କଲେ, ସେହି ଦିନଠାରୁ ସିଂହଭୂମିର ନାମକରଣ, ସିଂହ ରାଜାମାନଙ୍କ ଅଧିକୃତ ହେବାରୁ, ସିଂହଭୂମି ହେଲା କେହି କେହି ସାହେବ ଓ ପ୍ରତ୍ନତତ୍ୱାନୁସନ୍ଧିତ୍ସୁ କହନ୍ତି ଯେ, ହୋ ମାନେ ସୂର୍ଯ୍ୟଦେବତାଙ୍କୁ 'ସିଙ୍ଗିବଙ୍ଗା' କହନ୍ତି; ସୁତରାଂ ଏହି ଶବ୍ଦର ଅପଭ୍ରଂଶର ସିଂହଭୂମି ହୋଇଅଛି କିନ୍ତୁ ଏହା ଯୁକ୍ତିସିଦ୍ଧ ବା ସର୍ବବାଦିସମ୍ମତ ହୋଇ ନ ପାରେ ବୋଲି ଆମ୍ଭମାନଙ୍କର ମତ ଆମ୍ବେ ସିଂହରାଜାମାନଙ୍କ ଏ ଅବଧି ତେର ପୁରୁଷ ପର୍ଯ୍ୟନ୍ତ ଜାଣିପାରୁଅଛୁଁ ପୂର୍ବରେ ସିଂହରାଜଙ୍କର ଆଉ କେତେ ପୁରୁଷ ଥିଲେ, ତାହା ଆମ୍ଭମାନଙ୍କୁ ଜଣା ନାହିଁ କିମ୍ବା ପ୍ରଥମତଃ କେଉଁ ବ୍ଯକ୍ତି ଆସି ସିଂହଭୂମିରେ ରାଜ୍ୟ ସ୍ଥାପନ କରିଥିଲେ ତାହା ମଧ୍ୟ ଅବିଦିତ କିନ୍ତୁ ଏହା ଧ୍ରୁବ ସତ୍ୟ ଯେ, ଏହାର ପ୍ରତିଷ୍ଠାତା ସିଂହରାଜାମାନେହିଁ ଅଟନ୍ତି ପୋଡ଼ହାଟ, କେରା, ଆନନ୍ଦପୁର, ଷୋଡ଼ଶକଳା (ଷଢ଼େଇକଳା), ଖରସୁଆଁ ପ୍ରଭୃତି ଯେତେ ରାଜ୍ୟ ଅଛି, ସେ ରାଜ୍ୟର ରାଜବଂଶଗଣ ଏକ ସିଂହବଂଶର ଶାଖା ଏହି ସିଂହଭୂମିର ତଦାନୀନ୍ତନ ମହାରାଜା ଘନଶ୍ୟାମ ସିଂହ ସନ1818ମସୀହାରେ ବ୍ରିଟିଶ୍ ଗଭର୍ଣ୍ଣମେଣ୍ଟ୍ଙ୍କ ଅଧୀନତା ସ୍ୱୀକାର କଲେ ପୂର୍ବରେ ଉପର୍ଯ୍ୟୁକ୍ତ ସମସ୍ତ ରାଜ୍ୟ ସ୍ୱତନ୍ତ୍ର ଥିଲା ସେହି ପୂରାକାଳରୁହିଁ ଏହି ସିଂହରାଜାମାନେ ଓଡ଼ିଆ ଭାଷାକୁ ନିଜ ମାତୃଭାଷାରୂପେ ଗ୍ରହଣ କରି ଆସିଅଛନ୍ତି ଓଡ଼ିଶାର ସମ୍ରାଟ ଗଜପତିଙ୍କର ସିଂହଭୂମିର ମହାରାଜାଙ୍କ ସହ ବିଶେଷ ବନ୍ଧୁତ୍ୱ ଥିଲା; ଗଜପତିଙ୍କ ରାଜ୍ୟରୁ ବାସିନ୍ଦା ଓଡ଼ିଆମାନଙ୍କୁ ଅଣାଇ ସିଂହଭୂମିର ମହରାଜା ତାଙ୍କ ରାଜ୍ୟରେ ରଖାଇ ଥିଲେ ଆଜିକାଲି ବହୁ ଆର୍ଯ୍ୟବାସିନ୍ଦା ଏ ଅଞ୍ଚଳରେ ଅଛନ୍ତି ଏବଂ ଉତ୍କଳୀୟ ବ୍ରାହ୍ମଣ, କରଣ ଓ ଖଣ୍ଡାୟତ ପ୍ରଭୃତିହିଁ ରାଜାଙ୍କ ପ୍ରଧାନ କର୍ମଚାରୀରୂପେ ପୁରୁଷାନୁକ୍ରମେ ବୃତ୍ତିଭୋଗୀ ହୋଇ ରହି ଅଛନ୍ତି ଆଜି ଯାଏ ଯେଉଁ ସମସ୍ତ ସିରସ୍ତାର କାଗଜପତ୍ର, ଦଲିଲ ଦସ୍ତାବେଜ ପ୍ରଭୃତି ସିଂହରାଜାମାନଙ୍କର ଅଛି, ସେ ସମସ୍ତହିଁ ଓଡ଼ିଆ ଭାଷାରେ ଲେଖା ଅବଶ୍ୟ ପରେ ପରେ କ୍ରମାନୁସାରେ ଆର୍ଯ୍ୟବାସିନ୍ଦାମାନେ ସୁଦ୍ଧା ଅନ୍ଯାନ୍ୟ ପ୍ରଦେଶରୁ ଆସି ସିଂହଭୂମିରେ ବାସ କରିଅଛନ୍ତି କିନ୍ତୁ ସେମାନେ ଓଡ଼ିଆ ଭାଷାକୁହିଁ ସିଂହଭୂମିର ପ୍ରଧାନ ଭାଷା ବୋଲି ଗ୍ରହଣ କରିଅଛନ୍ତି ଓ ଓଡ଼ିଆମାନଙ୍କ ଅନୁକରଣରେ ସମସ୍ତ ପର୍ବପର୍ବାଣି ଓ ସାମାଜିକ ବିଧିମାନ ସମ୍ପାଦନ କରନ୍ତି ହଣ୍ଟର ସାହେବStatistical Account of Indiaବୋଲି ଯେଉଁ ପୁସ୍ତକଟି ପ୍ରଣୟନ କରିଅଛନ୍ତି [ସନ1877] ସେଥିରେ ସେ ଯେଉଁ ହିସାବ ଦେଖାଇ ଅଛନ୍ତି, ସେଥିରୁ ସ୍ପଷ୍ଟଭାବେ ଆଭାଷ ମିଳେ ଯେ, ସିଂହଭୂମିରେ ଅନାର୍ଯ୍ୟମାନଙ୍କୁ ଛାଡ଼ି ଦେଲେ ଓଡ଼ିଆ ଜାତିରହିଁ ପ୍ରଚୁରତା ଓ ପ୍ରକର୍ଷ ଉପଲବ୍ଧି ହୁଏ—ସନ୍ଦର୍ଭ ଲେଖକ ହରିଚରଣ ରାଉତ, ଦୈନିକ ଆଶା8/1/30
  • ଦେ. ବି. (ନାମ) — ବର୍ତ୍ତମାନ 'ହୋ' [ସାନ୍ତାଳ]ମାନେ ସିଂହଭୂମିର ପ୍ରଧାନ ଅଧିବାସୀ ଅଟନ୍ତି ଓ ଏଠାରେ ବହୁସଖ୍ୟକ ଓଡ଼ିଆ ବାସ କରନ୍ତି। ଏହି ଜିଲ୍ଲାର ଜାମସେଦପୁର [ଟାଟାନଗର] ଠାରେ ଟାଟାକମ୍ପାନୀଙ୍କ ପୃଥିବୀ ବିଖ୍ୟାତ ଲୁହା ଓ ଇସ୍ପାତ କାରଖାନା — [Tata iron and steel works]ପ୍ରତିଷ୍ଠିତ ହେବାରୁ ଏହି କାରଖାନାରେ କାମ କରିବା ପାଇଁ ବହୁ ହିନ୍ଦୀଭାଷୀ ଓ ବଙ୍ଗଭାଷୀ ଲୋକ ଏଠାରେ ଅଧିବାସୀ ହୋଇଛନ୍ତି ଏହା ଓଡ଼ିଆବହୁଳ ଅଞ୍ଚଳ ଥିବାରୁ ପୂର୍ବେ ଭାଷାସୂତ୍ରରେ ଗଢ଼ା କଂଗ୍ରେସ—ପ୍ରଦେଶମାନଙ୍କ ମଧ୍ୟରେ ସିଂହଭୂମି ଉତ୍କଳର ଅନ୍ତର୍ଭୁକ୍ତ ହୋଇଥିଲା, କିନ୍ତୁ ପରେ କଂଗ୍ରେସ ନେତା ବିହାରୀ ରାଜେନ୍ଦ୍ରପ୍ରସାଦଙ୍କ ଆଦେଶରେଏହା ବିହାରର ଅନ୍ତର୍ଗତ ହୋଇଅଛି ଦୁର୍ଭାଗ୍ୟର ବିଷୟ ଯେ ସିଂହଭୂମି ରାଜନୀତିକ ଓଡ଼ିଶାର ସୀମାଭୁକ୍ତ ହୋଇ ନାହିଁ ଓ ଏଥିର ଫଳରେ ଏଠାରେ ଅଧିବାସୀ ଓଡ଼ିଆମାନେ ନିଜ ମାତୃଭାଷା ଶିକ୍ଷା ଲାଭ କରବାକୁ ସୁବିଧା ପାଉନାହାନ୍ତି ଓ କ୍ରମଶଃ ଜାତୀୟତା ହରାଉ ଅଛନ୍ତି ସିଂହଭୂମିକୁ ଓଡ଼ିଶା ପ୍ରଦେଶକୁ ଆଣିବା ପାଇଁ ସିଂହଭୂମିର ତଥା ଓଡ଼ିଶାର ଓଡ଼ିଆମାନଙ୍କର ଚେଷ୍ଟା ଲାଗିଅଛି
  • ଦେ. ବି. (ନାମ) — ସିଂହଭୂମିରେ ଓଡ଼ିଆ ଶିକ୍ଷା ପ୍ରଚାର ଓ ପ୍ରସାର ବୃଦ୍ଧି ପାଇଁ ଓଡ଼ିଆ ବିଦ୍ୟାଳୟମାନ ସ୍ଥାପନ କରିବା ଓ ଓଡ଼ିଆ ଶିକ୍ଷାର ଅଭିବୃଦ୍ଧି ପାଇଁ ବିହାର ଗଭର୍ଣ୍ଣମେଣ୍ଟଙ୍କଠାରୁ ଲୋକ ସଂଖ୍ୟା ଅନୁପାତରେ ସାହାଯ୍ୟ କରିବା ପାଇଁ ପଣ୍ଡିତ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ କେତ ଦେଶକର୍ମୀ ସିଂହଭୂମି ଉତ୍କଳ ସଭାଦ୍ୱାରା ଚେଷ୍ଟା କରୁଅଛନ୍ତି। ସମ୍ପ୍ରତି କଟକର ଶ୍ରୀମାନ୍ ବୃନ୍ଦାବନ ସାହୁ ପ୍ରମୁଖ କେତେଗୁଡ଼ିଏ ଦେଶପ୍ରେମିକ ଯୁବକ ଓଡ଼ିଶା ପ୍ରଦେଶରେ ଭୁକ୍ତ ନ ହୋଇଥିବା ଅନ୍ଯାନ୍ୟ ଓଡ଼ିଆ ଅଞ୍ଚଳ ସଙ୍ଗେ ସିଂହଭୂମି କିପରି ଓଡ଼ିଶାପ୍ରଦେଶକୁ ଆସିବ ଏଥିପଇଁ 'ବିଚ୍ଛିନ୍ନ ଉତ୍କଳ ଅବକାଶ ବାହନୀ' ନାମରେ ଗୋଟିଏ ସଂଘ ଗଢ଼ି ଅଛନ୍ତି।]