ସିଂହ ନାଥ Siṁha nātha
- ଦେ. ବି (ନାମ) — ବାଙ୍କୀ ବୈଦ୍ଯେସ୍ୱରର ସମ୍ମୁଖରେ ମହାନଦୀ ଗର୍ଭରେ ବଡ଼ମ୍ବା ରାଜ୍ୟଭୁକ୍ତ ଏକ ପାହାଡ଼ ଦ୍ୱୀପ ଓ ତହିଁରେ ଥିବା ମନ୍ଦିରରେ ପ୍ରତିଷ୍ଠିତ ଶିବବିଗ୍ରହ — Name of an idol of Ṡiba on a hillock-island in the bed of the Mahānadī river opposite Baidyeswara in Banki
- ଦେ. ବି (ନାମ) — (ଉ—ସ୍ରୋତ ଶୈଳଶୃଙ୍ଗେ ଶଶାଙ୍କ ଶେଖର, ସିଂହନାଥ ପୁଣି ଧବଳଈଶ୍ୱର। ରାଧାନାଥ, ନନ୍ଦିକେଶରୀ।)
- ଦେ. ବି (ନାମ) — [ଦ୍ର—ଏହା ପାହାଡ଼କୁ ସିଂହନାଥ ମୁଣ୍ଡିଆ ବୋଲାଯାଏ। ଏହା ମହାନଦୀ ଗର୍ଭସ୍ଥ ଗୋଟିଏ ଦ୍ୱୀପ। ଏହି ପାହାଡ଼ରେ ଗୋଟିଏ ଗୁହା ଅଛି ଏବଂ ସେହି ଗୁହାରେ ଗୋଟିଏ ବୈରାଗୀ (ଯେ ପୂର୍ବେ ଗୃହସ୍ଥ ଥାଇ ଦ୍ୱିତୀୟ ଥର ଦାରପରିଗ୍ରହ କରିଥିଲେ ଓ ପରେ ସସ୍ତ୍ରୀକ ସଂସାର ତ୍ୟାଗ କରିଅଛନ୍ତି) ଓ ତାଙ୍କ ମାତାଜୀ (ବୈରାଗୀଙ୍କର ଦ୍ୱିତୀୟ ବିବାହିତା ସ୍ତ୍ରୀ) ମଠ କରି ଅଛନ୍ତି। ସେହି ପାହାଡ଼କୁ ଲାଗି ଗୋଟିଏ ଆମ୍ବତୋଟା ଅଛି। ମନ୍ଦିରଟି ପ୍ରସ୍ତରଶିଳ୍ପରେ ପୂର୍ଣ୍ଣ। ଏହି ମୁଣ୍ଡିଆ ଉପରେ ବଡ଼ାମ୍ବା ରାଜାଙ୍କର ଗୋଟିଏ କୋଠା ଅଛି। ଏଠାରେ ଅନ୍ଯ କେହି ବାସ କରନ୍ତି ନାହିଁ, ଏବଂ ବୈଦ୍ୟଶ୍ୱରନିବାସୀ ପଣ୍ଡାମାନେ ପ୍ରତିଦିନ ନଦୀ ପାରି ହୋଇ ଆସି ମହାଦେବଙ୍କର ସେବା କରନ୍ତି।
- ଦେ. ବି (ନାମ) — ସ୍ଥାନୀୟ କିମ୍ବଦନ୍ତୀ ଅଛି ଯେ, ରାମଚନ୍ଦ୍ରଙ୍କ ବନବାସ ସମୟରେ ଏ ବିଗ୍ରହ ଲକ୍ଷ୍ମଣଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇ— ଥିଲା। ରାମଚନ୍ଦ୍ରଙ୍କ ପ୍ରତିଷ୍ଠିତ ରାମନାଥ ଶିବଲିଙ୍ଗ ନଦୀର ଅପର ପାରରେ ଓ ସୀତା ବା ବୈଦେହୀଙ୍କ ପ୍ରତିଷ୍ଠିତ ବୈଦ୍ୟନାଥ ଶିବଲିଙ୍ଗ ନିକଟବର୍ତ୍ତୀ ବୈଦ୍ଯେଶ୍ୱର ମୁଣ୍ଡିଆ ତଳେ ପ୍ରତିଷ୍ଠିତ। ବଡ଼ମ୍ବାରେ ମିଳୁଥିବା ଓଡ଼ିଆ ରାମାୟଣରେ ଏହି କିମ୍ବଦନ୍ତୀର ଉଲ୍ଲେଖ ଅଛି। ଓଡ଼ିଶା ଗଡ଼ଜାତର ଅରଣ୍ୟ ଦଣ୍ଡକାରଣ୍ୟର ଅନ୍ତର୍ଗତ ଥିବାରୁ କେହି କେହି ଏପରି ଅନୁମାନ କରନ୍ତି। କଥିତ ଅଛି— ଭୁବନେଶ୍ୱର ମନ୍ଦିର ନିର୍ମାତା—ଲଲାଟେନ୍ଦୁ କେଶରୀଙ୍କ ଭାଇ ବିରାଟ କେଶରୀ (ଖ୍ରୀଷ୍ଟୀୟ 7 ମ ଶତାଦ୍ଦୀ) ଏ ମନ୍ଦିରକୁ ତୋଳାଇଥିଲେ।] — ସ୍ଥାନୀୟ କିମ୍ବଦନ୍ତୀ ଅଛି ଯେ, ରାମଚନ୍ଦ୍ରଙ୍କ ବନବାସ ସମୟରେ ଏ ବିଗ୍ରହ ଲକ୍ଷ୍ମଣଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇ— ଥିଲା ରାମଚନ୍ଦ୍ରଙ୍କ ପ୍ରତିଷ୍ଠିତ ରାମନାଥ ଶିବଲିଙ୍ଗ ନଦୀର ଅପର ପାରରେ ଓ ସୀତା ବା ବୈଦେହୀଙ୍କ ପ୍ରତିଷ୍ଠିତ ବୈଦ୍ୟନାଥ ଶିବଲିଙ୍ଗ ନିକଟବର୍ତ୍ତୀ ବୈଦ୍ଯେଶ୍ୱର ମୁଣ୍ଡିଆ ତଳେ ପ୍ରତିଷ୍ଠିତ ବଡ଼ମ୍ବାରେ ମିଳୁଥିବା ଓଡ଼ିଆ ରାମାୟଣରେ ଏହି କିମ୍ବଦନ୍ତୀର ଉଲ୍ଲେଖ ଅଛି ଓଡ଼ିଶା ଗଡ଼ଜାତର ଅରଣ୍ୟ ଦଣ୍ଡକାରଣ୍ୟର ଅନ୍ତର୍ଗତ ଥିବାରୁ କେହି କେହି ଏପରି ଅନୁମାନ କରନ୍ତି କଥିତ ଅଛି— ଭୁବନେଶ୍ୱର ମନ୍ଦିର ନିର୍ମାତା—ଲଲାଟେନ୍ଦୁ କେଶରୀଙ୍କ ଭାଇ ବିରାଟ କେଶରୀ (ଖ୍ରୀଷ୍ଟୀୟ7ମ ଶତାଦ୍ଦୀ) ଏ ମନ୍ଦିରକୁ ତୋଳାଇଥିଲେ]