ସାହିତ୍ୟ Sāhitya

  • ସଂ. ବି (ସହିତ+ଭାବ. ଯ) — ସଙ୍ଗ — Company
  • ସଂ. ବି (ସହିତ+ଭାବ. ଯ) — ସଂସର୍ଗ — Association
  • ସଂ. ବି (ସହିତ+ଭାବ. ଯ) — ସାହାଯ୍ୟ — Help
  • ସଂ. ବି (ସହିତ+ଭାବ. ଯ) — ଏକତ୍ର ମିଳନ — Meeting
  • ସଂ. ବି (ସହିତ+ଭାବ. ଯ) — ପରସ୍ପରର ସାପେକ୍ଷ ବହୁ ଶବ୍ଦର ଏକ କ୍ରିୟାନ୍ୱୟିତ୍ୱ — The state of many words governing or being governed by the same verb
  • ସଂ. ବି (ସହିତ+ଭାବ. ଯ) — (ଉଦାହରଣ—ଧବ ଖଦିର ପଳାଶ ଛେଦନ କର—ଏଠାରେ ସାହିତ୍ୟ ହୋଇଅଛି।)
  • ସଂ. ବି (ସହିତ+ଭାବ. ଯ) — (ସମ୍=ସମଂକ୍+ହିତ+ଯ; କିମ୍ବା ସହିତ+ଯ)— ଶବ୍ଦ ଶାସ୍ତ୍ର, କାବ୍ୟ, ନାଟକ, ଅଳଙ୍କାର ପ୍ରଭୃତି — Literature; belles lettres
  • ସଂ. ବି (ସହିତ+ଭାବ. ଯ) — [ଦ୍ର—ଏକ ମନୁଷ୍ୟର ବା ଏକ ସମାଜର ମନୋଗତ ଭାବକୁ ଅନ୍ଯ ବ୍ଯକ୍ତିର ବା ଅନ୍ଯ ସମାଜର ଚିତ୍ତାକର୍ଷକ କରିବା ପାଇଁ କୃତିତୃ ପ୍ରଯୋଗ କରା ଗଲେ ତାହାକୁ ସାହିତ୍ୟ ବୋଲା ଯାଏ।]
  • ସଂ. ବି (ସହିତ+ଭାବ. ଯ) — ଅନ୍ଯ ଲୋକ ବୁଝି ପାରିବା ଭଳି ଲିଖିତ ଭାଷାରେ ବ୍ୟକ୍ତ କରାଯିବା ମାନବର ବ୍ଯକ୍ତିଗତ ବା ଜାତୀୟ ଚିନ୍ତା — Literature; thoughts of a person or a group of persons when reduced to writing for the purpose of being understood or appreciated by others
  • ସଂ. ବି (ସହିତ+ଭାବ. ଯ) — [ଦ୍ର—ମନୁଷ୍ୟର ମନର ଭାବ ବା ଚିନ୍ତା ଅନ୍ଯ ବ୍ଯକ୍ତି ନିକଟରେ ମୁଖର 'ଭାଷା' ଦ୍ୱାରା ବ୍ଯକ୍ତ କରାଯାଏ ଓ ସେହି ଚିନ୍ତା ଯେତେବେଳେ ଲିଖିତ ଆକାରରେ ବ୍ୟକ୍ତ କରାଯାଏ ତାହା ସାହିତ୍ୟ ନାମ ଧାରଣ କରେ। ମନୁଷ୍ୟର ମନର ଭାବ ଯେତେ ଆଡ଼କୁ ବିସ୍ତୁତ ହୋଇଅଛି 'ସାହିତ୍ୟ' ମଧ୍ୟ ସେହି ସେହି ଦିଗକୁ ଅଧିକାର କରିଅଛି। ଧର୍ମଶାସ୍ତ୍ର, କର୍ମ ଶାସ୍ତ୍ର, ଯୋଗ ଶାସ୍ତ୍ର, ବିଜ୍ଞାନ, ଦର୍ଶନ, ଇତିହାସ ଗଣିତ, ଜ୍ୟୋତିଷ ଇତ୍ୟାଦି 'ସାହିତ୍ୟର' ସୀମା ମଧ୍ୟରେ। ସାହିତ୍ୟ ସାଧାରଣତଃ ଦୁଇଟି ଆକାରରେ ଦେଖାଯାଏ, ଯଥା—ଗଦ୍ୟ ଓ ପଦ୍ଯ। ପଦ୍ଯ ପରି ଗଦ୍ୟ ସାହିତ୍ୟର ରଚନାରେ ମଧ୍ୟ କଳା ବା ଚାତୁରୀ ପ୍ରଯୋଗ କରାଯାଏ। କିନ୍ତୁ ଯେଉଁ ସାହିତ୍ୟରେ କଳା ବା ଚାତୁରୀ (ଯଥା— କଳ୍ପନା ଚାତୁରୀ, ଶବ୍ଦ ଚାତୁରୀ, ଛନ୍ଦୋବନ୍ଧନ ଚାତୁରୀ, ଅଳଙ୍କାର ଚାତୁରୀ, ବ୍ୟାକରଣ ପ୍ରଯୋଗ) ସ୍ପଷ୍ଟ ରୂପେ ପ୍ରତୀୟମାନେ ହୁଏ ତାହାକୁ 'ବିଶୁଦ୍ଧ ସାହିତ୍ୟ' ବା ଉଚ୍ଚ ଶ୍ରେଣୀର ସାହିତ୍ୟ ବୋଲାଯାଏ। ଭିନ୍ନ ଭିନ୍ନ ଅଙ୍ଗ, ପ୍ରତ୍ୟଙ୍ଗ, ଶ୍ରେଣୀ, ଉପଶ୍ରେଣୀ, ଭାଗ, ବିଭାଗ, ଦେଶ ଅନୁସାରେ ସାହିତ୍ୟ, ଭିନ୍ନ ଭିନ୍ନ ନାମର ଅଭିହିତ ହୁଏ। ଯଥା—ଧର୍ମ ସାହିତ୍ୟ, ଐତିହାସିକ ସାହିତ୍ୟ, ଜାତୀୟ ସାହିତ୍ୟ (ଏକ ଜାତିର ବା ସମାଜର ବିଶେଷତ୍ୱ ଜ୍ଞାପକ ସାହିତ୍ୟ), ବିଶୁଦ୍ଧ ସାହିତ୍ୟ, (କାବ୍ୟ, ଅଳଙ୍କାର ଆଦି କଳାଯୁକ୍ତ ସାହିତ୍ୟ), ବିଜ୍ଞାନ ସାହିତ୍ୟ (ଯହିଁରେ ବିଜ୍ଞାନର ଚର୍ଚ୍ଚା ହୋଇଥାଏ), ଉଚ୍ଚ ସାହିତ୍ୟ (କଳା, ଚାତୁରୀ ଓ କଳ୍ପନା ପ୍ରସୂତ ସାହିତ୍ୟ), ଲୌକିକ ସାହିତ୍ୟ (ଇତର ଲୋକସମାଜରେ ଚଳିତ ବିଷୟମାନ ଯେଉଁ ସାହିତ୍ୟରେ ଲିପିବଦ୍ଧ ହୋଇଥାଏ। ଯଥା—ଢଗ, କାହାଣୀ, ପ୍ରବଚନ, ଲୌକିକ ଗୀତ ଆଦି), ଉତ୍କଳ ସାହିତ୍ୟ ବା ଓଡ଼ିଆ ସାହିତ୍ୟ (ଉତ୍କଳ ପ୍ରଦେଶର ଭାଷା ବିଷୟକ ସାହିତ୍ୟ। ଏହିପରି ବଙ୍ଗୀୟ ସାହିତ୍ୟ ଇଂରାଜି ସାହିତ୍ୟ ଆଦି ହୁଏ), ଲଘୁ ସାହିତ୍ୟ (ସୁକୁମାର ଶିଶୁ ଆଦିଙ୍କ ଉପଯୋଗୀ ସାହିତ୍ୟ ଓ ଯହିଁରେ କଳ୍ପନା ଶକ୍ତିର ବିଶେଷ ଖେଳା ନ ଥାଏ। ଯଥା—ଶିଶୁ ସଙ୍ଗୀତ, ନୀତି ବଚନ ଆଦି)। ଭାରତରେ ଇଂରାଜି ବିଦ୍ଯା ପ୍ରଚାର ଦ୍ୱାରା ବର୍ତ୍ତମାନ ସାହିତ୍ୟ କହିଲେ କାବ୍ୟ, ବ୍ୟାକରଣ, ଅଳଙ୍କାର, ଦର୍ଶନ, ପୁରାଣ, ଇତିହାସ, ଗଣିତ, ରସାୟନ, ଉଦ୍ଭିଦ ବିଦ୍ଯା ପ୍ରଭୃତି ସକଳ ଶାସ୍ତ୍ର ବୁଝାଯାଏ।]