ସାଳନ୍ଦୀ Sāḻandī
- ଦେ. ବି (ନାମ) — ବାଲେଶ୍ୱର ଜିଲ୍ଲାର ଭଦ୍ରଖର ନିକଟ— ବାହିନୀ କ୍ଷୁଦ୍ର ନଦୀ — Name of a small river passing by the town of Bhadrak in Balasore
- ଦେ. ବି (ନାମ) — [ଦ୍ର—ଏ ନଦୀ ମୟୂରଭଞ୍ଜର ମେଘାସନ ପର୍ବତରୁ ବାହାରି ବାଲେଶ୍ୱର ଜିଲ୍ଲାରେ ବୈତରଣୀ ନଦୀରେ ମିଶି ବଙ୍ଗୋପସାଗରରେ ପଡ଼ିଅଛି। ବାଲେଶ୍ୱରର କାଉପୁର ଠାରେ ଏ ନଦୀର ଶଯ୍ଯା ପ୍ରସ୍ତରମୟ ଓ ଏ ଶଯ୍ଯାର ନାମ ସୀତାକୁଣ୍ଡ। ଭଦ୍ରଖ ନିକଟରେ ଏହାର ଦୁଇ କୂଳର ମୃତ୍ତିକା ଅତ୍ୟନ୍ତ ଉର୍ବର ହୋଇ ଥିବାରୁ ସେଥିରେ ପ୍ରଚୁର ପରିବା ଚାଷ ହୁଏ। ଅନିଜ ମହାଦେବ; ଭଦ୍ରକାଳୀ ଓ ଦପା ନାମକ ଗ୍ରାମର ନାୟିକା ଦେବୀ ସାଳନ୍ଦୀ କୂଳର ପ୍ରଧାନ ଦେବତା। ସାଳନ୍ଦୀ ଓ ବୈତରଣୀର ସଙ୍ଗମ ସ୍ଥଳରେ ଅଖଣ୍ଡଳ ମଣି ବା ଆରଡ଼େଶ୍ୱର ନାମକ ମହାଦେବ ବିରାଜିତ। ଏ ନଦୀ ଉପରେ ଭଦ୍ରଖ ନଗରୀ ଅବସ୍ଥିତ। ଭଦ୍ରଖ ଷ୍ଟେସନ୍ ଠାରୁ ଭଦ୍ରଖ ସହରକୁ ଯିବାବେଳେ ଏହା ଉପରେ ନିର୍ମିତ ସୃଦୃଢ଼ ପୋଲ ଉପରେ ମଟର ପ୍ରଭୃତି ଯାତାୟାତ କରେ।