ସାରେଗାମା Sāregāmā
- ଦେ. ବି — ହିନ୍ଦୁ ସଙ୍ଗୀତର ସ୍ୱର ଗ୍ରାମ ସପ୍ତକ; ହିନ୍ଦୁ ସଙ୍ଗୀତର ସାତ ଗୋଟି ପ୍ରାଥମିକ ସ୍ୱର — The primary seven notes of the Hindu scale of music; solfa
- ଦେ. ବି — [ଦ୍ର—ସଂକ୍ଷେପରେ ପ୍ରଥମ ଚାରିଗୋଟି ସ୍ୱରର ଆଦ୍ୟଅକ୍ଷରର ନାମ କରାଯାଏ। ରାଗ ତଳେ ନୋଟ୍ ଦ୍ରଷ୍ଟବ୍ୟ। ସାରିଗମ ସ୍ୱର ଅନୁସାରେ ଶ୍ରୀଯୁକ୍ତ ମନମୋହନ ଘୋଷ ବି. ଏଲ୍. ଙ୍କ. ରଚିତ ନାରାୟଣ ରାଗର ଓଡ଼ିଆ ଗୀତ ନିମ୍ବରେ ଦିଆଗଲା। ସାରିଗାମା ଗୀତ ସ୍ୱରଗ୍ରାମର ସପ୍ତସ୍ୱର (ସାରିଗାମାପାଧାନି)ର ଅକ୍ଷରମାନଙ୍କ ସ୍ୱରବର୍ଣ୍ଣ ପରିବର୍ତ୍ତନ ଦ୍ୱାର ରଚିତ ସଙ୍ଗୀତ। ରାଗ ନାରାୟଣୀ; ତାଳ—ଖେମଟା। ଆରୋହୀ—ସାରିମାପାଧାସା ଅବରୋହୀ—ସାନିଧାପାମାରେସା ବାଦୀସ୍ୱର—ଧୈବତ; ସଂବାଦୀସ୍ୱର—ଋଷଭ ପକ୍କଡ଼—ଧାପାମାରେ
- ଦେ. ବି — ଅସ୍ଥାୟୀ— ଧନୀ ଧପା ମାରେ, ନିସାରେ ସାରେ, ନିଧନୀ ସରେ, ମରମେ ମର।ଧ୍ରୁବ। ଧନୀ ଧପାରେ ନିଧନୀ ସରେ, ନିସାରେ ସାରେ, ମରମେ ମରେ। 1 । — ଅସ୍ଥାୟୀ— ଧନୀ ଧପା ମାରେ, ନିସାରେ ସାରେ, ନିଧନୀ ସରେ, ମରମେ ମରଧ୍ରୁବ ଧନୀ ଧପାରେ ନିଧନୀ ସରେ, ନିସାରେ ସାରେ, ମରମେ ମରେ1
- ଦେ. ବି — ଅନ୍ତରା— ମାଧା ଧନୀ ନିସା ସାରେ ସେ ନିଧନୀ; ମାନୀ ଧନୀ ଧପା ମାରେ ସାନି ସାନି, ଧନୀ ଧାମା ଧରେ ନିଧନୀ ଧପାରେ ନିଧନୀ ସାଧେ ନିସା ନିଶାରେ। 2 । ନିସା ମାରିପାରେ ଧାରି ସାରେ ଧନ ସରେ ପଶା ନିଶାରେ। 3 । ଧନୀ ମାରିପାରେ ନିଧନୀ ପାମରେ। ସମରେ ସେ ଧନୀ ନିଧନୀ ପାଶରେ। 4 । ଧନ ଶେଷେ ଧନୀ ନିଧନୀ ସମରେ ଧପାମରା ପରେ ମାରି ମରି ସରେ। 5 । — ଅନ୍ତରା— ମାଧା ଧନୀ ନିସା ସାରେ ସେ ନିଧନୀ; ମାନୀ ଧନୀ ଧପା ମାରେ ସାନି ସାନି, ଧନୀ ଧାମା ଧରେ ନିଧନୀ ଧପାରେ ନିଧନୀ ସାଧେ ନିସା ନିଶାରେ2 ନିସା ମାରିପାରେ ଧାରି ସାରେ ଧନ ସରେ ପଶା ନିଶାରେ3 ଧନୀ ମାରିପାରେ ନିଧନୀ ପାମରେ ସମରେ ସେ ଧନୀ ନିଧନୀ ପାଶରେ4 ଧନ ଶେଷେ ଧନୀ ନିଧନୀ ସମରେ ଧପାମରା ପରେ ମାରି ମରି ସରେ5
- ଦେ. ବି — ଅର୍ଥ—
- ଦେ. ବି — ଅସ୍ଥାୟୀ ପଦ— ଧନୀ ଧପାମାରିଦ ଯେଉଁ ଧନ ଆଣେ ତାହାକୁ ନିସାରେ ଉଡ଼ାଇ ଦିଏ। ନିର୍ଧନବ୍ଯକ୍ତି ଧନୀ ଦ୍ୱାରା ବଞ୍ଚିତ ହୋଇ ମରମେ ମରମେ ବ୍ଯଥା ପାଏ। ଧ୍ରୁବ। ଧନୀର ଧପାଦ୍ୱାରା ନିର୍ଧନର ସର୍ବନାଶ ଘଟେ; ଧନୀ ଧପାମରା ଧନକୁ ନିସାରେ ଅପବ୍ଯୟ କରି ସୁଦ୍ଧା ମରମେ ମରମେ ବ୍ୟଥିତ ହୁଏ। 1 । — ଅସ୍ଥାୟୀ ପଦ— ଧନୀ ଧପାମାରିଦ ଯେଉଁ ଧନ ଆଣେ ତାହାକୁ ନିସାରେ ଉଡ଼ାଇ ଦିଏ ନିର୍ଧନବ୍ଯକ୍ତି ଧନୀ ଦ୍ୱାରା ବଞ୍ଚିତ ହୋଇ ମରମେ ମରମେ ବ୍ଯଥା ପାଏ ଧ୍ରୁବ ଧନୀର ଧପାଦ୍ୱାରା ନିର୍ଧନର ସର୍ବନାଶ ଘଟେ; ଧନୀ ଧପାମରା ଧନକୁ ନିସାରେ ଅପବ୍ଯୟ କରି ସୁଦ୍ଧା ମରମେ ମରମେ ବ୍ୟଥିତ ହୁଏ1
- ଦେ. ବି — ଅନ୍ତରା— ନିର୍ବୁଦ୍ଧିଆ ଧନୀର ନିସା ବା ଧନଗର୍ବ ନିର୍ଦ୍ଧନକୁ ସର୍ବସ୍ୱାନ୍ତ କରେ, ସମାଜରେ ସମ୍ମାନିତ ଧନୀ ବାରମ୍ବାର ନିର୍ଧନକୁ ଧପା ମାରୁଥାଏ। (ଏଥିର ପ୍ରତିହିଂସାରେ)—ନିର୍ଦ୍ଧନ ବ୍ଯକ୍ତିର ଷଡ଼— ଯନ୍ତ୍ରରେ ଧନୀ ବ୍ଯକ୍ତି ବେକୁବ୍ ବନେ ଓ ନିର୍ଦ୍ଧନ ବ୍ଯକ୍ତି ରାତିରେ ଲୋକଚକ୍ଷୁର ଅନ୍ତରାଳରେ ନିସା ଖାଇ ମନର ସାଧକୁ ମେଣ୍ଟାଏ। 2 । ନିସା ବ୍ଯକ୍ତି ନିର୍ବିଶେଷରେ ଲୋକର ସର୍ବନାଶ ଘଟାଏ ଓ ଋଣ କରାଇ ତାକୁ ସର୍ବସ୍ୱାନ୍ତ କରାଏ। ଧନୀ ବ୍ଯକ୍ତିର ଧନ ଜୁଆଖେଳରେ ଓ ନିସାରେ ନିଃଶେଷ ହୁଏ। 3 । ଅକିଞ୍ଚନ ନିର୍ଦ୍ଧନବ୍ଯକ୍ତିକୁ ଧନୀ ସର୍ବସ୍ୱାନ୍ତ କରେ, କିନ୍ତୁ ଯୁଦ୍ଧବେଳେ ଧନୀ ଓ ନିର୍ଦ୍ଧନବ୍ଯକ୍ତି ସମାନସ୍କନ୍ଦ ହୋଇ ଠିଆ ହୁଅନ୍ତି। 4 । ଧନ ଶେଷ ହେଲାରୁ ଧନୀ ନିର୍ଦ୍ଧନର ସମାନ ହୁଏ। ଫଳରେ ଯେ ଧପା ମାରି ଧନ ଅର୍ଜିଥାଏ ସେ ସର୍ବସ୍ୱାନ୍ତ ହୁଏ, ପରକୁ ମାରେ ଓ ନିଜେ ସରେ। 5 ।] — ଅନ୍ତରା— ନିର୍ବୁଦ୍ଧିଆ ଧନୀର ନିସା ବା ଧନଗର୍ବ ନିର୍ଦ୍ଧନକୁ ସର୍ବସ୍ୱାନ୍ତ କରେ, ସମାଜରେ ସମ୍ମାନିତ ଧନୀ ବାରମ୍ବାର ନିର୍ଧନକୁ ଧପା ମାରୁଥାଏ (ଏଥିର ପ୍ରତିହିଂସାରେ)—ନିର୍ଦ୍ଧନ ବ୍ଯକ୍ତିର ଷଡ଼— ଯନ୍ତ୍ରରେ ଧନୀ ବ୍ଯକ୍ତି ବେକୁବ୍ ବନେ ଓ ନିର୍ଦ୍ଧନ ବ୍ଯକ୍ତି ରାତିରେ ଲୋକଚକ୍ଷୁର ଅନ୍ତରାଳରେ ନିସା ଖାଇ ମନର ସାଧକୁ ମେଣ୍ଟାଏ2 ନିସା ବ୍ଯକ୍ତି ନିର୍ବିଶେଷରେ ଲୋକର ସର୍ବନାଶ ଘଟାଏ ଓ ଋଣ କରାଇ ତାକୁ ସର୍ବସ୍ୱାନ୍ତ କରାଏ ଧନୀ ବ୍ଯକ୍ତିର ଧନ ଜୁଆଖେଳରେ ଓ ନିସାରେ ନିଃଶେଷ ହୁଏ3 ଅକିଞ୍ଚନ ନିର୍ଦ୍ଧନବ୍ଯକ୍ତିକୁ ଧନୀ ସର୍ବସ୍ୱାନ୍ତ କରେ, କିନ୍ତୁ ଯୁଦ୍ଧବେଳେ ଧନୀ ଓ ନିର୍ଦ୍ଧନବ୍ଯକ୍ତି ସମାନସ୍କନ୍ଦ ହୋଇ ଠିଆ ହୁଅନ୍ତି4 ଧନ ଶେଷ ହେଲାରୁ ଧନୀ ନିର୍ଦ୍ଧନର ସମାନ ହୁଏ ଫଳରେ ଯେ ଧପା ମାରି ଧନ ଅର୍ଜିଥାଏ ସେ ସର୍ବସ୍ୱାନ୍ତ ହୁଏ, ପରକୁ ମାରେ ଓ ନିଜେ ସରେ5]