ସାରି Sāri

  • ସଂ. ବି (ସାର+ଈ) — ପାଶକ (ଶବ୍ଦରାତ୍ନାବଳୀ); ପଶାର ଗୋଟି — The balls used in the game of dice
  • ସଂ. ବି (ସାର+ଈ) — ପଶାଖେଳାଳି (ହି.ଶ) — A player at dice
  • ସଂ. ବି (ସାର+ଈ) — ସାରିକା; ମଇନା — The myna bird; Gracula Religeosa
  • ସଂ. ବି (ସାର+ଈ) — [ଦ୍ର—ସାରି ପକ୍ଷୀ ମୟୂରଭଞ୍ଜ, କେନ୍ଦୁଝର ଓ ଅନ୍ଯ କେତେକ ଗଡ଼ଜାତର ପର୍ବତରେ ଥାଆନ୍ତି। ଲୋକେ ସେମାନଙ୍କୁ ଧରି ଆଣି ବିକ୍ରି କରନ୍ତି। ଏମାନଙ୍କର କଥା ଉଚ୍ଚାରଣ କରିବା ଶକ୍ତି ଥିବାରୁ ଲୋକେ ଏମାନଙ୍କୁ ପାଳନ୍ତି; ଏମାନେ ମନୁଷ୍ୟର ସ୍ୱରକୁ ଅବିକଳ ଅନୁକରଣ କରନ୍ତି, ଏମନ୍ତକି, ହସିବା, କାଶିବା ପ୍ରଭୃତି ଅନୁକରଣ କରନ୍ତି; ଛାନ୍ଦ ଓ ସଙ୍ଗୀତ ଓ ପଦମାନ ଶିଖାଇଲେ ଠିକ୍ ସ୍ୱରରେ ତାହା ଗାଇ ପାରନ୍ତି। ପୋଷାସାରିକୁ ବୁଟ ଚୂନା, ଦୁଧ ଭାତ, ପାଚିଲା ଫଳ ଓ ସାମାନ୍ୟ ମାଂସ ଖଣ୍ଡ ଦିଆଯାଏ। ଏମାନେ ବଣି ଜାତୀୟ। କେତେକ ସାରିଙ୍କ ବେକ ଉପରେ ଓ ଥଣ୍ଟା ପାଖରେ ହଳିଦିଆ ଚିହ୍ନ ଥାଏ। ଏମାନଙ୍କୁ ସୁନା— କାନିଆ ସାରି ବୋଲାଯାଏ। କେତେକଙ୍କର ଧଳା ଚିହ୍ନ ଥାଏ; ତାଙ୍କୁ ରୂପାକାନିଆ ବୋଲାଯାଏ। ଏମାନେ ଅତ୍ୟନ୍ତ ସୁକୁମାର ଜୀବ। ଏମାନେ ବହୁତ ଖାଆନ୍ତି ଓ ବହୁତ ଝାଡ଼ା ଫେରନ୍ତି। ଆମ ଦେଶର ଲୋକବିଶ୍ୱାସ ଅଛି ଯେ, କେଉଟୁଣା, ହାଡ଼ିଆଣୀ ଆଦିଙ୍କ ନଜର ଏମାନଙ୍କ ଉପରେ ପଡ଼ିଲେ ଏମାନଙ୍କୁ ଡାହାଣୀ ଖାଇ ଯାଆନ୍ତି ଓ ଏମାନେ ମରି ଯାଆନ୍ତି। ଡାହାଣୀଙ୍କ ଦୃଷ୍ଟିରୁ ଏମାନଙ୍କୁ ରକ୍ଷା କରିବାକୁ ଲୋକେ ଏହାଙ୍କ ପଞ୍ଜୁରି ଉପରେ ଖଣ୍ଡିଏ ଜାଲ ଘେରାଇ ରଖନ୍ତି। ସାରିମାନେ ମାଂସ, ପୋକଜୋକ ଖାଆନ୍ତି। ଏଣ୍ଡୁଅମାଂସ ପୋଷାସାରିଙ୍କୁ ବେଳେବେଳେ ଖାଇବାକୁ ଦେଲେ ଏମାନେ ସୁସ୍ଥ ରହନ୍ତି। ଏମାନେ ସ୍ନାନପ୍ରିୟ।]
  • ଦେ. ବି (ସଂ. ଶ୍ରେଣୀ ବା ସରଣି) — ଧାଡ଼ି; ଶ୍ରେଣୀ; ପଂକ୍ତି — Row
  • ଦେ. ବି (ସଂ. ଶ୍ରେଣୀ ବା ସରଣି) — ସ୍ତ୍ରୀଲୋକଙ୍କ ନାମ — A name given to females
  • ଦେ. ବି (ସଂ. ଶ୍ରେଣୀ ବା ସରଣି) — (ସ୍ତ୍ରୀ) ସାରି ପରି ପ୍ରିୟା ସ୍ତ୍ରୀଲୋକ — A dearly loved or fondly loved woman