ସାରା କରି ଦେବା Sārā kari debā

  • ଦେ. କ୍ରି — ଭୂଇଁ ତଳକୁ ସମାନ କରିବା — To level the ground
  • ଦେ. କ୍ରି — (ସାରୀ କରିବା—ଅନ୍ଯରୂପ)
  • ଦେ. କ୍ରି — ଦଣ୍ଡ ଦେବା; ଯବତ୍ କରିବା;ଶାସ୍ତି ଦେବା — To punish
  • ଦେ. କ୍ରି — [ଉ—ଠକ ଠାପୁଆ ଲୋକମାନଙ୍କୁ କାଳ। ସାରା କରନ୍ତି ଯେହୁ ହୁଏ ପ୍ରବଳ—ବ୍ରଜନାଥ, ସମରତରଙ୍ଗ।]
  • ଦେ. କ୍ରି — ନିଷ୍ପତ୍ତି କରିବା; ମୀମାଂସା କରିବା; ଦୁଇ ଜଣଙ୍କ ବିବାଦ ବା କଥିତ ମତଭେଦକୁ ମଧ୍ୟସ୍ଥତାଦ୍ୱାରା ମୀମାଂସା କରିବା — To finally settle the Difference between two persons by mediation
  • ଦେ. କ୍ରି — କୌଣସି କାର୍ଯ୍ୟକୁ ସମ୍ପନ୍ନ କରିବା — To finish or complete any work
  • ଦେ. କ୍ରି — (ଯଥା—ଏ କାର୍ଯ୍ୟକୁ ସାରା କରିଦେଇ ମୋ ପାଖକୁ ଆସିବ)