ସାରସ Sārasa
- ସଂ. ବି (ସରସ୍=ସରୋବର+ଅ; ସରୋବରରେ ବିଚରଣ କରୁଥିବାରୁ) — (ପୁଂ) ଜଳଚର ପକ୍ଷିବିଶେଷ; ଚଢ଼ିଆକାଙ୍କ — The White stork or crane; Indian or Siberian crane; Ardea Ṡiberica (M.W.) Cineria Alba; Grus Oinerea
- ସଂ. ବି (ସରସ୍=ସରୋବର+ଅ; ସରୋବରରେ ବିଚରଣ କରୁଥିବାରୁ) — [ଦ୍ର—ଏହା କୂଳଚର ବର୍ଗର ଧଳା ଓ ଦୁଇ ହାତ ଲମ୍ବର ପକ୍ଷୀ। ଏ ଉତ୍ତର— ଭାରତବାସୀ, କିନ୍ତୁ ଶୀତକାଳରେ ଏ ଦେଶକୁ ଆସନ୍ତି। ଏମାନଙ୍କ ଆକାର ହାଡ଼ଗିଳା ପକ୍ଷୀଙ୍କ ପରି। ଏମାନେ ଏକତ୍ର ଯୋଡ଼ା ଯୋଡ଼ା ହୋଇ ବିଚରଣ କରନ୍ତି। ଏମାନଙ୍କ ଗୋଡ଼ ଓ ବେକ ଲମ୍ବ; ଥଣ୍ଟ ବଡ଼ଓ ମୁନିଆଁ। ଏ ପକ୍ଷୀର ମାଂସ ମଧୁର, ଅମ୍ଳ, କଷାୟ; ଏବଂ ମହାତିସାର, ପିତ୍ତ, ଗ୍ରହଣୀ ଓ ଅର୍ଶୋରୋଗରେ ଉପକାରୀ। ଏ ପକ୍ଷୀ ସାଧାରଣତଃ ଜଳା ଭୂମିରେ ବାସ କରେ। ଏହାର ଦେହର ପାଳକ [ଲୋମ] ଗୁ଼ଡ଼ିର ଧୂସର; ମସ୍ତକର ଅଗ୍ରଭାଗ, ଚକ୍ଷୁ ଓ ଚଞ୍ଚୁର ମଧ୍ୟବର୍ତ୍ତୀ ସ୍ଥାନର ପାଳକମାନ କଳା; ମସ୍ତକର ଠିକ୍ ଉପରି ଭାଗ ସମ୍ପୂର୍ଣ୍ଣ ଲୋମହୀନ ଓ ରକ୍ତବର୍ଣ୍ଣ; ରଞ୍ଚୁ ହରିତାଭ କୃଷ୍ଣବର୍ଣ୍ଣ, ଚଞ୍ଚୁର ଅଗ୍ରଭାଗ ଈଷତ୍ କୃଷ୍ଣ; ପାଦ କଳା; ଏହିର ଚଞ୍ଚୁର ଅଗ୍ରରୁ ପୁଚ୍ଛର ଶେଷ ପର୍ଯ୍ୟନ୍ତ ଦୈର୍ଘ୍ୟ 4 ଫୁଟ୍। ଏ ଭ୍ରମଣଶୀଳ ପକ୍ଷୀ, ବର୍ଷଯାକ ଏମାନେ ଏକ ସ୍ଥାନରୁ ଅନ୍ଯ ସ୍ଥାନକୁ ଯାଆ ଆସ କରନ୍ତି। ଏମାନେ କୃଷକଦ୍ୱାରା କ୍ଷେତ୍ରରେ ବୁଣା ଯାଇଥିବା ଶଷ୍ୟବୀଜମାନଙ୍କୁ କ୍ଷେତ୍ରରୁ ଖୁଣ୍ଟିକରି ଖାଆନ୍ତି; ଶାମୁକା, ଗେଣ୍ଡା, ବେଙ୍ଗ ଇତ୍ୟାଦି ମଧ୍ୟ ଖାଆନ୍ତି। ବେଳେ ବେଳେ ଏମାନେ କୁଟା ବା ଛଣ ଗଦା ମଧ୍ୟରେ ଓ ଭଗ୍ନ ଅଟ୍ଟାଳିକାର ଜୀର୍ଣ୍ଣ ପ୍ରାଚୀର ଗର୍ଭରେ ବସା ବାନ୍ଧନ୍ତି। ଏ ନୀଳାଭ ହରିତ 2 ଟି ଡିମ୍ବ ପ୍ରସବ କରେ ଓ ଶାବକଙ୍କୁ ମନୁଷ୍ୟ ଅପେକ୍ଷା ବେଶି ସେହ୍ନରେ ଓ ଯତ୍ନରେ ପାଳେ। ଆସିଆ, ଆଫ୍ରିକା ଅଷ୍ଟ୍ରେଲିଆ ଓ ଇଉରୋପର ଉତ୍ତରାଂଶରେ ଏ ପକ୍ଷୀ ଦେଖା ଯାଆନ୍ତି। ଏମାନେ ଏକ ଦେଶ ଛାଡ଼ି ଅନ୍ଯ ଦେଶକୁ ଯିବା ବେଳେ ରାତ୍ରିର ଆକାଶରେ ବହୁ ଊର୍ଦ୍ଧ୍ୱରେ ଅର୍ଦ୍ଧ୍ରଚନ୍ଦ୍ରାକାର ଶ୍ରେଣୀବଦ୍ଧ ହୋଇ ଗମ୍ଭୀର ଶବ୍ଦ କରି ଉଡ଼ନ୍ତି। ସାରସ ପକ୍ଷୀ ଶୀଘ୍ର ପୋଷା ମାନେ ଓ ପାଳିତ ସାରସ ପକ୍ଷୀ ପାଳକଙ୍କ ଉଦ୍ୟାନରେ ବିଚରଣ କରି ଉଦ୍ୟାନରୁ କୀଟ ପତଙ୍ଗ ଖାଆନ୍ତି ଓ ସେ ସ୍ଥାନରୁ ଉଡ଼ି ପଳାଇ ଯାଆନ୍ତି ନାହିଁ। ଶାକୁନ ଶାସ୍ତ୍ରରେ ଲେଖା ଅଛି ଯେ, ଯାତ୍ରାଦି ଶୁଭ କାର୍ଯ୍ୟରେ ସାରସଦ୍ୱନ୍ଦଙ୍କୁ ଦେଖିଲେ ଇଷ୍ଟ ସିଦ୍ଧ ହୁଏ; ଗମନକାଳରେ ପୃଷ୍ଠଦେଶରେ ଏମାନଙ୍କ ଧ୍ୱନି ଶୁଣିଲେ ଇଷ୍ଟନାଷ ଘଟେ; ବାମଦିଗରେ ଧ୍ୱନି ଶୁଣାଗଲେ ସ୍ତ୍ରୀଲାଭ; ଆଗରେ ଶୁଣାଗଲେ ରାଜାଙ୍କଠାରୁ ଅର୍ଥଲାଭ ହୁଏ; ଦୁଇଟି ସାରସଙ୍କ ଏକତ୍ର କଳଧ୍ୱନି ଶୁଣାଗଲେ ଅର୍ଥଲାଭ ହୁଏ। (ବିଶ୍ୱକୋଷ)। — [ଦ୍ର—ଏହା କୂଳଚର ବର୍ଗର ଧଳା ଓ ଦୁଇ ହାତ ଲମ୍ବର ପକ୍ଷୀ ଏ ଉତ୍ତର— ଭାରତବାସୀ, କିନ୍ତୁ ଶୀତକାଳରେ ଏ ଦେଶକୁ ଆସନ୍ତି ଏମାନଙ୍କ ଆକାର ହାଡ଼ଗିଳା ପକ୍ଷୀଙ୍କ ପରି ଏମାନେ ଏକତ୍ର ଯୋଡ଼ା ଯୋଡ଼ା ହୋଇ ବିଚରଣ କରନ୍ତି ଏମାନଙ୍କ ଗୋଡ଼ ଓ ବେକ ଲମ୍ବ; ଥଣ୍ଟ ବଡ଼ଓ ମୁନିଆଁ ଏ ପକ୍ଷୀର ମାଂସ ମଧୁର, ଅମ୍ଳ, କଷାୟ; ଏବଂ ମହାତିସାର, ପିତ୍ତ, ଗ୍ରହଣୀ ଓ ଅର୍ଶୋରୋଗରେ ଉପକାରୀ ଏ ପକ୍ଷୀ ସାଧାରଣତଃ ଜଳା ଭୂମିରେ ବାସ କରେ ଏହାର ଦେହର ପାଳକ [ଲୋମ] ଗୁ଼ଡ଼ିର ଧୂସର; ମସ୍ତକର ଅଗ୍ରଭାଗ, ଚକ୍ଷୁ ଓ ଚଞ୍ଚୁର ମଧ୍ୟବର୍ତ୍ତୀ ସ୍ଥାନର ପାଳକମାନ କଳା; ମସ୍ତକର ଠିକ୍ ଉପରି ଭାଗ ସମ୍ପୂର୍ଣ୍ଣ ଲୋମହୀନ ଓ ରକ୍ତବର୍ଣ୍ଣ; ରଞ୍ଚୁ ହରିତାଭ କୃଷ୍ଣବର୍ଣ୍ଣ, ଚଞ୍ଚୁର ଅଗ୍ରଭାଗ ଈଷତ୍ କୃଷ୍ଣ; ପାଦ କଳା; ଏହିର ଚଞ୍ଚୁର ଅଗ୍ରରୁ ପୁଚ୍ଛର ଶେଷ ପର୍ଯ୍ୟନ୍ତ ଦୈର୍ଘ୍ୟ4ଫୁଟ୍ ଏ ଭ୍ରମଣଶୀଳ ପକ୍ଷୀ, ବର୍ଷଯାକ ଏମାନେ ଏକ ସ୍ଥାନରୁ ଅନ୍ଯ ସ୍ଥାନକୁ ଯାଆ ଆସ କରନ୍ତି ଏମାନେ କୃଷକଦ୍ୱାରା କ୍ଷେତ୍ରରେ ବୁଣା ଯାଇଥିବା ଶଷ୍ୟବୀଜମାନଙ୍କୁ କ୍ଷେତ୍ରରୁ ଖୁଣ୍ଟିକରି ଖାଆନ୍ତି; ଶାମୁକା, ଗେଣ୍ଡା, ବେଙ୍ଗ ଇତ୍ୟାଦି ମଧ୍ୟ ଖାଆନ୍ତି ବେଳେ ବେଳେ ଏମାନେ କୁଟା ବା ଛଣ ଗଦା ମଧ୍ୟରେ ଓ ଭଗ୍ନ ଅଟ୍ଟାଳିକାର ଜୀର୍ଣ୍ଣ ପ୍ରାଚୀର ଗର୍ଭରେ ବସା ବାନ୍ଧନ୍ତି ଏ ନୀଳାଭ ହରିତ2ଟି ଡିମ୍ବ ପ୍ରସବ କରେ ଓ ଶାବକଙ୍କୁ ମନୁଷ୍ୟ ଅପେକ୍ଷା ବେଶି ସେହ୍ନରେ ଓ ଯତ୍ନରେ ପାଳେ ଆସିଆ, ଆଫ୍ରିକା ଅଷ୍ଟ୍ରେଲିଆ ଓ ଇଉରୋପର ଉତ୍ତରାଂଶରେ ଏ ପକ୍ଷୀ ଦେଖା ଯାଆନ୍ତି ଏମାନେ ଏକ ଦେଶ ଛାଡ଼ି ଅନ୍ଯ ଦେଶକୁ ଯିବା ବେଳେ ରାତ୍ରିର ଆକାଶରେ ବହୁ ଊର୍ଦ୍ଧ୍ୱରେ ଅର୍ଦ୍ଧ୍ରଚନ୍ଦ୍ରାକାର ଶ୍ରେଣୀବଦ୍ଧ ହୋଇ ଗମ୍ଭୀର ଶବ୍ଦ କରି ଉଡ଼ନ୍ତି ସାରସ ପକ୍ଷୀ ଶୀଘ୍ର ପୋଷା ମାନେ ଓ ପାଳିତ ସାରସ ପକ୍ଷୀ ପାଳକଙ୍କ ଉଦ୍ୟାନରେ ବିଚରଣ କରି ଉଦ୍ୟାନରୁ କୀଟ ପତଙ୍ଗ ଖାଆନ୍ତି ଓ ସେ ସ୍ଥାନରୁ ଉଡ଼ି ପଳାଇ ଯାଆନ୍ତି ନାହିଁ ଶାକୁନ ଶାସ୍ତ୍ରରେ ଲେଖା ଅଛି ଯେ, ଯାତ୍ରାଦି ଶୁଭ କାର୍ଯ୍ୟରେ ସାରସଦ୍ୱନ୍ଦଙ୍କୁ ଦେଖିଲେ ଇଷ୍ଟ ସିଦ୍ଧ ହୁଏ; ଗମନକାଳରେ ପୃଷ୍ଠଦେଶରେ ଏମାନଙ୍କ ଧ୍ୱନି ଶୁଣିଲେ ଇଷ୍ଟନାଷ ଘଟେ; ବାମଦିଗରେ ଧ୍ୱନି ଶୁଣାଗଲେ ସ୍ତ୍ରୀଲାଭ; ଆଗରେ ଶୁଣାଗଲେ ରାଜାଙ୍କଠାରୁ ଅର୍ଥଲାଭ ହୁଏ; ଦୁଇଟି ସାରସଙ୍କ ଏକତ୍ର କଳଧ୍ୱନି ଶୁଣାଗଲେ ଅର୍ଥଲାଭ ହୁଏ (ବିଶ୍ୱକୋଷ)
- ସଂ. ବି (ସରସ୍=ସରୋବର+ଅ; ସରୋବରରେ ବିଚରଣ କରୁଥିବାରୁ) — ହଂସ (ପ୍ରକୃତିବାଦ) — Swan
- ସଂ. ବି (ସରସ୍=ସରୋବର+ଅ; ସରୋବରରେ ବିଚରଣ କରୁଥିବାରୁ) — (ସରସ୍+ଜାତାର୍ଥେ ଅ)—ପଦ୍ମ (ଅମର) — Lotus
- ସଂ. ବି (ସରସ୍=ସରୋବର+ଅ; ସରୋବରରେ ବିଚରଣ କରୁଥିବାରୁ) — [ସ=ସହ+ରସ]—ଚନ୍ଦ୍ର (ମେଦିନୀ) — The moon
- ସଂ. ବି (ସରସ୍=ସରୋବର+ଅ; ସରୋବରରେ ବିଚରଣ କରୁଥିବାରୁ) — ସ୍ତ୍ରୀକଟ୍ୟାଭରଣ; ଗୋଠ; ଚନ୍ଦ୍ରହାର — A waist chain
- ସଂ. ବି (ସରସ୍=ସରୋବର+ଅ; ସରୋବରରେ ବିଚରଣ କରୁଥିବାରୁ) — ପକ୍ଷୀ — A bird in general [M.W.]
- ସଂ. ବି (ସରସ୍=ସରୋବର+ଅ; ସରୋବରରେ ବିଚରଣ କରୁଥିବାରୁ) — ପଦ୍ମବନ — A place where lotus plants grow
- ସଂ. ବି (ସରସ୍=ସରୋବର+ଅ; ସରୋବରରେ ବିଚରଣ କରୁଥିବାରୁ) — [ଉ—ବାଣ ତୁଷାର ବୃଷ୍ଟି କପି ସାରସ ତୁଟି ସଞ୍ଚରଣ ଭୂସ୍ଥଳେ ଯେ—ଭଞ୍ଜ, ବୈଦେହୀଶ ବିଳାସ।]
- ସଂ. ବି (ସରସ୍=ସରୋବର+ଅ; ସରୋବରରେ ବିଚରଣ କରୁଥିବାରୁ) — ସରୋବର ଜଳ — Water of a tank
- ସଂ. ବି (ସରସ୍=ସରୋବର+ଅ; ସରୋବରରେ ବିଚରଣ କରୁଥିବାରୁ) — [ଦ୍ର—ପର୍ବତ ପ୍ରଭୃତି ଦ୍ୱାରା ନଦ୍ୟାଦିର ଜଳ ରୁଦ୍ଧ ସ୍ଥାନକୁ ସରସ୍ ଓ ତହିଁର ଜଳକୁ ସାରସ ଜଳ ବୋଲାଯାଏ। ଏହି ଜଳ ବଳକର, ପିପାସା— ନାଶକ, ମଧୁରରସ, ଲଘୁ, ରୁଚିକର, କଷାୟରସ, ରୁକ୍ଷ ଓ ମଳ ମୂତ୍ରରୋଧକ—ଭାବପ୍ରକାଶ।]