ସାରନାଥ Sāranātha
- ଦେ. ବି (ନାମ) — କାଶୀ ନିକଟବର୍ତ୍ତୀ ପ୍ରସିଦ୍ଧ ବୌଦ୍ଧ— ପୀଠ ଓ ପଲ୍ଲୀ — Name of a famous Buddhistic sacred place Benares
- ଦେ. ବି (ନାମ) — [ଦ୍ର—ବର୍ତ୍ତମାନ ବାରାଣସୀ ନଗରର ଉତ୍ତର ପଶ୍ଚିମରେ 4 ମାଇଲ୍ ଦୂରରେ ଏହି ସ୍ଥାନ ଅବସ୍ଥିତ। ଏଠାରେ ବୁଦ୍ଧ ପ୍ରଥମେ ବୌଦ୍ଧଧର୍ମ ପ୍ରଚାର କରିଥିଲେ। ଏହାର ପ୍ରାଚୀନ ନାମ ମୃଗଦାବ — [ଦ୍ର—ବର୍ତ୍ତମାନ ବାରାଣସୀ ନଗରର ଉତ୍ତର ପଶ୍ଚିମରେ4ମାଇଲ୍ ଦୂରରେ ଏହି ସ୍ଥାନ ଅବସ୍ଥିତ ଏଠାରେ ବୁଦ୍ଧ ପ୍ରଥମେ ବୌଦ୍ଧଧର୍ମ ପ୍ରଚାର କରିଥିଲେ ଏହାର ପ୍ରାଚୀନ ନାମ ମୃଗଦାବ(Deer park).ଏ ସ୍ଥାନ ନାନାବିଧ ବୌଦ୍ଧ କୀର୍ତ୍ତିରେ ମଣ୍ଡିତ; ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀର ପ୍ରାରମ୍ଭରେ ଚୀନ୍ ପରିବ୍ରାଜକ ଫାହିୟାନ୍ ଏ ସ୍ଥାନ ପରି— ଦର୍ଶନ କରିଥିଲେ; ଖ୍ରୀଷ୍ଟୀୟ ଦଶମ ଶତାବ୍ଦୀରେ ହୁଏନ୍ସାଂ ମଧ୍ୟ ଏ ସ୍ଥାନ ପରିଦର୍ଶନ କରିଥିଲେ ପାଶ୍ଚାତ୍ୟ ପ୍ରତ୍ନତତ୍ତ୍ୱବିଦ୍— ମାନେ ଗତ ଅଷ୍ଟାଦଶ ଶତାଦ୍ଦୀରୁ ଏ ସ୍ଥାନ ଖନନ କରାଇ ଅନେକ ପ୍ରାଚୀନ ବୈଦ୍ଧ କୀର୍ତ୍ତିର ଉଦ୍ଧାର କରିଅଛନ୍ତି
- ଦେ. ବି (ନାମ) — ପଣ୍ଡିତ ଶ୍ରୀ କୁଳମଣି ଦାସଙ୍କ ପ୍ରଣୀତ ('ହିମାଳୟ ପଥେ' ନାମକ ପୁସ୍ତକରେ ସାରନାଥର ବିସ୍ତୃତ ବିବରଣ ପ୍ରଦତ୍ତ ହୋଇଅଛି।
- ଦେ. ବି (ନାମ) — ଏଠାରେ ଭୂଗର୍ଭରୁ ମହାରାଜ ଅଶୋକଙ୍କର ଗୋଟିଏ ଶିଳାଲିପି, ଗୋଟିଏ ମନ୍ଦିରର ଭିତ୍ତି, କନିଷ୍କଙ୍କ ସମୟର ବୋଧିସତ୍ୱମୂର୍ତ୍ତି, ପ୍ରସ୍ତରସ୍ତମ୍ଭ ଓ ସ୍ତମ୍ଭ ଗାତ୍ରୋତ୍କୀର୍ଣ୍ଣ ଲିପି, ଗୋଟିଏ ବୃହତ୍ ସଂଘାରାମର ଭିତ୍ତି, ବହୁ ହିନ୍ଦୁ, ଜୈନ ଓ ବୌଦ୍ଧ ଦେବଦେବୀଙ୍କ ମୂର୍ତ୍ତି ଓ ଗୁଡ଼ିଏ ବୌଦ୍ଧସ୍ତୂପ ବାହାରି ଅଛି।]