ସାମୁଦ୍ର Sāmudra

  • ସଂ. ବିଣ (ସମୁଦ୍ର+ଭାବ ପ୍ରଭୃତି ଅର୍ଥରେ ଅ) — ସମୁଦ୍ର ସମ୍ବନ୍ଧୀୟ — Relating to ocean; marine; maritime
  • ସଂ. ବିଣ (ସମୁଦ୍ର+ଭାବ ପ୍ରଭୃତି ଅର୍ଥରେ ଅ) — ସମୁଦ୍ର ଜାତ — Born of the sea
  • ସଂ. ବିଣ (ସମୁଦ୍ର+ଭାବ ପ୍ରଭୃତି ଅର୍ଥରେ ଅ) — ସମୁଦ୍ରରୁ ଉତ୍ପନ୍ନ — Produced from the sea
  • ବି — ସମୁଦ୍ର ଫେନ (ରାଜ— ନିର୍ଘଣ୍ଟ) — Bone of the cuttle fish
  • ବି — ସମୁଦ୍ର ଜଳଜାତ ଲବଣ; କରକଚ ଲବଣ (ରାଜବଲ୍ଲଭ) — Sea-salt
  • ବି — ସମୁଦ୍ର ଯାତ୍ରୀ — A person undertaking a sea-voyage
  • ବି — ଦେହସ୍ଥ ଚିହ୍ନ (ମେଦିନୀ) — Natal marks on the body
  • ବି — (ସମୁଦ୍ର ମୁନି କଥିତ) ସାମୁଦ୍ରିକ; ଶରୀରସ୍ଥ ଚିହ୍ନ (ବିଶେଷତଃ ହାତ ପାପୁଲିର ରେଖା)ମାନଙ୍କୁ ଦେଖି ମନୁଷ୍ୟର ଗୁଣ ଓ ପ୍ରକୃତି ନିର୍ଣ୍ଣାୟକ ଶାସ୍ତ୍ର — Cheiro mancy; a treatise dealing with personal marks on the body
  • ବି — ସାମୁଦ୍ରିକ ଶାସ୍ତ୍ର— ବେତ୍ତା — A person versed in palmistry; fortune-teller
  • ବି — ସମୁଦ୍ର ଗାମୀ ବଣିକ (ବିଶ୍ୱକୋଷ) — Maritime trader
  • ବି — ସୁଶ୍ରୁତୋକ୍ତ ବିଷଶ୍ରାବୀ ମଶକ ବିଶେଷ (ବିଶ୍ୱକୋଷ) — A kind of poisonous mosquito
  • ବି — [ଦ୍ର—ଏ ମଶକ ଦଂଶନ କଲେ ତୀବ୍ରକଣ୍ଡୁ, ଦଂଶ ଓ ଶୋଥ ଉତ୍ପନ୍ନ ହୁଏ। ସୁଶ୍ରୁତ— 5 । 8 ] — [ଦ୍ର—ଏ ମଶକ ଦଂଶନ କଲେ ତୀବ୍ରକଣ୍ଡୁ, ଦଂଶ ଓ ଶୋଥ ଉତ୍ପନ୍ନ ହୁଏ ସୁଶ୍ରୁତ—58]