ସାମନ୍ତ Sāmanta

  • ସଂ ବିଣ (ବହୁବ୍ରୀହି; ସମ=ସଂଲଗ୍ନ ଅଟେ ଅନ୍ତ=ଏକ— ଦେଶ ଯାହାର; କିମ୍ବା ସମନ୍ତାତ୍+ଭବ ଅର୍ଥରେ ଅ; ନିପାତନ) — ରାଜ୍ୟର ସମୀପବର୍ତ୍ତୀ — Adjacent to the kingdom
  • ସଂ ବିଣ (ବହୁବ୍ରୀହି; ସମ=ସଂଲଗ୍ନ ଅଟେ ଅନ୍ତ=ଏକ— ଦେଶ ଯାହାର; କିମ୍ବା ସମନ୍ତାତ୍+ଭବ ଅର୍ଥରେ ଅ; ନିପାତନ) — ନିକଟବର୍ତ୍ତୀ — Adjacent
  • ସଂ ବି — ରାଜାଙ୍କ ଅଧୀନ ଛୋଟ ରାଜା — A tributary or feudatory chief under a king
  • ସଂ ବି — [ଦ୍ର—ରାଜ୍ୟର ମଧ୍ୟରେ ତତ୍ସଂଲଗ୍ନ ଭୂମିର କିୟଦଂଶର ଭୂସ୍ୱାମୀଙ୍କୁ ସାମନ୍ତ କହନ୍ତି— ବିଶ୍ୱକୋଷ)
  • ସଂ ବି — ସମୀପବର୍ତ୍ତୀ ଦେଶର ରାଜା — King of an adjacent kingdom
  • ସଂ ବି — ଅଧିନାୟକ (ବିଶ୍ୱକୋଷ) — Leader
  • ସଂ ବି — ସାମୀପ୍ୟ (ପ୍ରକୃତିବାଦ) — Propinquity
  • ସଂ ବି — ଶ୍ରେଷ୍ଠ ପ୍ରଜା— ମଣ୍ଡଳ (ପ୍ରକୃତିବାଦ) — Prominent subjects of a kingdom
  • ଦେ. ବି — ସାଆନ୍ତ (ଦେଖ) — Sā-ānta (See)
  • ଦେ. ବି — ମଣ୍ଡଳେଶ୍ୱର; ଜମିଦାର — A landlord
  • ଦେ. ବି — ଗ୍ରାମର ମଣ୍ଡଳ — The headman of a village
  • ଦେ. ବି — ରାଜବିରାଦର — A royal kinsman or agnate