ସାବିତ୍ରୀ Sābitrī
- ସଂ. ବିଣ. ସ୍ତ୍ରୀ. (ସବତୃ+ଅ+ସ୍ତ୍ରୀ. ଈ) — ସାବିତ୍ରର ସ୍ତ୍ରୀଲିଙ୍ଗ — The feminine of 'Sābitra'
- ବି — ସୂର୍ଯ୍ୟମଣ୍ଡଳର ଅଧିଷ୍ଠାତ୍ରୀ ଦେବତା — The Goddess presiding over the solar orb
- ବି — ବେଦମାତା; ଗାୟତ୍ରୀମନ୍ତ୍ରାଧିଷ୍ଠାତ୍ରୀ ଦେବୀଙ୍କର ଦ୍ୱିପ୍ରହରକାଳୀନ ଧ୍ୟେୟରୂପ — The form of the personified 'Gāyatrī' formula (Mantra) contemplated at noon, said to be the mother of the Bedas
- ବି — [ଦ୍ର—ଏ ଯୁବତୀ, ଶୁକ୍ଲ— ବର୍ଣ୍ଣା, ଚାରୁରୂପା, ଚତୁର୍ଭୁଜା, ଶୁକ୍ଳାମ୍ବରଦ୍ୱୟୋପେତା, ଗରୁଡ଼ସ୍କନ୍ଧସଂସ୍ଥିତା, ଶଙ୍ଖଚକ୍ରଗଦାପଦ୍ମଧାରିଣୀ ଓ ବିଷ୍ଣୁ ଦୈବତା ଅଟନ୍ତି। ବ୍ରାହ୍ମଣମାନେ ମଧ୍ୟାହ୍ନ ସନ୍ଧ୍ୟା ସମୟରେ ଗାୟତ୍ରୀ ଜପିବା ପୂର୍ବରୁ ଏହାଙ୍କୁ ଧ୍ୟାନ କରନ୍ତି।
- ବି — ଏ ବ୍ରହ୍ମାଙ୍କ ପତ୍ନୀ। ସବିତା (ସୂର୍ଯ୍ୟ)ଙ୍କ ଔରସରେ ତତ୍ପତ୍ନୀ ପୃଶ୍ନୀଙ୍କ ଗର୍ଭରୁ ଏ ଜନ୍ମିଥିଲେ। ଏ ବେଦମାନଙ୍କୁ ପ୍ରସବ କରିଥିଲେ। ଏହଙ୍କର ଅନ୍ଯ ନାମ ଶତରୂପା, ଗାୟତ୍ରୀ, ସରସ୍ୱତୀ, ବ୍ରହ୍ମାଣୀ।
- ବି — ଭାରତର ଭିନ୍ନ ଭିନ୍ନ ତୀର୍ଥରେ ଏ ଭିନ୍ନ ଭିନ୍ନ ନାମରେ ପୂଜିତ ହେଉଅଛନ୍ତି। ଯଥା—ପୁଷ୍କରରେ ସାବିତ୍ରୀ, ବାରାଣସୀରେ ବିଶାଳାକ୍ଷୀ, ପ୍ରୟାଗରେ ଲଳିତା, ଏକାମ୍ର କାନନରେ କୀର୍ତ୍ତିମତୀ, ବିନ୍ଧ୍ୟାଚଳରେ ସୀତା, ପୁରୀକ୍ଷେତ୍ରରେ ବିମଳା ଇତ୍ୟାଦି।]
- ବି — ଦୁର୍ଗା; ପାର୍ବତୀ (ମେଦିନୀ) — Goddess Pārbatī
- ବି — ମଦ୍ର— ଦେଶର ରାଜା ଅଶ୍ୱପତିଙ୍କ କନ୍ଯା ଓ ସତ୍ୟବାନଙ୍କୁ ସ୍ୱୟମ୍ବର ବିଧିରେ ବିବାହ କରିଥିବା ସାଧ୍ୱୀ (ସତ୍ୟବାନ୍ ତଳେ ଟୀକା ଦେଖ) — Name of the devoted wife of Satyabān
- ବି — ଦ୍ୱିଜବାଳକର ଉପନୟନ — Name of one of the rites performed for the assumption of the sacred thread of a twice born boy
- ବି — [ଦ୍ର—ଏହି ସଂସ୍କାର କରା ନ ଗଲେ ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟ ବ୍ରାତ୍ୟ ବା ପତିତ ହୁଅନ୍ତି। ଉପନୟନକାଳରେ ଦ୍ୱିଜବାଳକ ସାବିତ୍ରୀ ମନ୍ତ୍ରର ଦୀକ୍ଷା ଗ୍ରହଣ କରେ, ଏଥିପାଇଁ ଏ ସଂସ୍କାରର ନାମ ସାବିତ୍ରୀ। ବ୍ରାହ୍ମଣର ଷୋଡ଼ଶ ବର୍ଷ, କ୍ଷତ୍ରିୟର ଦ୍ୱାବିଂଶତି ବର୍ଷ ଓ ବୈଶ୍ୟର ଚତୁବିଂଶତି ବର୍ଷ ପର୍ଯ୍ୟନ୍ତ ଉପନୟନସଂସ୍କାରକାଳ। ଏହି ବୟସ ମଧ୍ୟରେ ସାବିତ୍ରୀ ସଂସ୍କାର ନ ହେଲେ ଉକ୍ତ ଜନ୍ମତଃ ଦ୍ୱିଜବାଳକକୁ ବ୍ରାତ୍ୟ ବୋଲାଯାଏ। ତତ୍ପରେ ଉପନୟନ ସଂସ୍କାର କରାଗଲେ ଯଥାବିଧାନ ବ୍ରାତ୍ୟ—ପ୍ରାୟଶ୍ଚିତ୍ତ କରିବାକୁ ହୁଏ। ଦ୍ୱିଜବର୍ଣ୍ଣତ୍ରୟ ଉପନଯନ ପରେ ପ୍ରତିଦିନ ତ୍ରିସନ୍ଧ୍ୟାରେ ସାବିତ୍ରୀ (ଗାୟତ୍ରୀ) ଜପ କରିବେ। ମନୁସଂହିତା 2 ୟ ଅଧ୍ୟାୟ 76 ଶ୍ଲୋକଠାରୁ 83 ଶ୍ଲୋକ ପର୍ଯ୍ୟନ୍ତ ସାବିତ୍ରୀ ଜପର ବର୍ଣ୍ଣନା ଅଛି। ପ୍ରଣବ (ଓଁ), ବ୍ୟାହୃତି (ଭୂଃ, ଭୁବଃ, ସ୍ୱଃ) ସହିତ ସାବିତ୍ରୀ (ତତ୍ ସବିତୁର୍ବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହିଃ ଧୀୟୋଯୋନଃ ପ୍ରଚୋଦୟାତ୍) ତ୍ରିସନ୍ଧ୍ୟାରେ ଦ୍ୱିଜମାତ୍ରେ ଜପ କରିବେ। ଦେବୀ ଭାଗବତ ( 9/26/34 ରେ ଲେଖାଅଛି ଯେ, ଥରେ ମାତ୍ର ସାବିତ୍ରୀ ଜପ କଲେ ଦିନକୃତ ପାପ, ଦଶବାର ଜପରେ ଅହୋରାତ୍ରକୃତ ପାପ, ଶତବାର ଜପରେ ମାସାର୍ଜିତ ପାପ, ସହସ୍ରବାର ଜପରେ ସମ୍ବତ୍ସରାର୍ଜିତ ପାପ, ଲକ୍ଷ ଜପରେ ଇହଜନ୍ମାର୍ଜିତ ପାପ, ଦଶ ଲକ୍ଷ ଜପରେ ଅନ୍ଯ ଜନ୍ମର ପାପ, ଶତ ଲକ୍ଷ ଜପରେ ସର୍ବଜନ୍ମର ପାପ ବିନଷ୍ଟ ହୁଏ ଓ ଦଶଶତ ଲକ୍ଷ ଜପ କଲେ ମୋକ୍ଷଲାଭ ହୁଏ। ଭଗବାନ ଶ୍ରୀକୃଷ୍ଣ ଗୋଲୋକରେ ବ୍ରହ୍ମାଙ୍କୁ ସାବିତ୍ରୀଦେବୀଙ୍କୁ ଅର୍ପଣ କଲେ ଓ ବ୍ରହ୍ମାଙ୍କ ସ୍ତବରେ ପରିତୁଷ୍ଟା ହୋଇ ସାବିତ୍ରୀ ବ୍ରହ୍ମାଙ୍କୁ ପତିରୂପେ ବରଣ କଲେ—(ବିଶ୍ୱକୋଷ।)] — [ଦ୍ର—ଏହି ସଂସ୍କାର କରା ନ ଗଲେ ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟ ବ୍ରାତ୍ୟ ବା ପତିତ ହୁଅନ୍ତି ଉପନୟନକାଳରେ ଦ୍ୱିଜବାଳକ ସାବିତ୍ରୀ ମନ୍ତ୍ରର ଦୀକ୍ଷା ଗ୍ରହଣ କରେ, ଏଥିପାଇଁ ଏ ସଂସ୍କାରର ନାମ ସାବିତ୍ରୀ ବ୍ରାହ୍ମଣର ଷୋଡ଼ଶ ବର୍ଷ, କ୍ଷତ୍ରିୟର ଦ୍ୱାବିଂଶତି ବର୍ଷ ଓ ବୈଶ୍ୟର ଚତୁବିଂଶତି ବର୍ଷ ପର୍ଯ୍ୟନ୍ତ ଉପନୟନସଂସ୍କାରକାଳ ଏହି ବୟସ ମଧ୍ୟରେ ସାବିତ୍ରୀ ସଂସ୍କାର ନ ହେଲେ ଉକ୍ତ ଜନ୍ମତଃ ଦ୍ୱିଜବାଳକକୁ ବ୍ରାତ୍ୟ ବୋଲାଯାଏ ତତ୍ପରେ ଉପନୟନ ସଂସ୍କାର କରାଗଲେ ଯଥାବିଧାନ ବ୍ରାତ୍ୟ—ପ୍ରାୟଶ୍ଚିତ୍ତ କରିବାକୁ ହୁଏ ଦ୍ୱିଜବର୍ଣ୍ଣତ୍ରୟ ଉପନଯନ ପରେ ପ୍ରତିଦିନ ତ୍ରିସନ୍ଧ୍ୟାରେ ସାବିତ୍ରୀ (ଗାୟତ୍ରୀ) ଜପ କରିବେ ମନୁସଂହିତା2ୟ ଅଧ୍ୟାୟ76ଶ୍ଲୋକଠାରୁ83ଶ୍ଲୋକ ପର୍ଯ୍ୟନ୍ତ ସାବିତ୍ରୀ ଜପର ବର୍ଣ୍ଣନା ଅଛି ପ୍ରଣବ (ଓଁ), ବ୍ୟାହୃତି (ଭୂଃ, ଭୁବଃ, ସ୍ୱଃ) ସହିତ ସାବିତ୍ରୀ (ତତ୍ ସବିତୁର୍ବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହିଃ ଧୀୟୋଯୋନଃ ପ୍ରଚୋଦୟାତ୍) ତ୍ରିସନ୍ଧ୍ୟାରେ ଦ୍ୱିଜମାତ୍ରେ ଜପ କରିବେ ଦେବୀ ଭାଗବତ (9/26/34ରେ ଲେଖାଅଛି ଯେ, ଥରେ ମାତ୍ର ସାବିତ୍ରୀ ଜପ କଲେ ଦିନକୃତ ପାପ, ଦଶବାର ଜପରେ ଅହୋରାତ୍ରକୃତ ପାପ, ଶତବାର ଜପରେ ମାସାର୍ଜିତ ପାପ, ସହସ୍ରବାର ଜପରେ ସମ୍ବତ୍ସରାର୍ଜିତ ପାପ, ଲକ୍ଷ ଜପରେ ଇହଜନ୍ମାର୍ଜିତ ପାପ, ଦଶ ଲକ୍ଷ ଜପରେ ଅନ୍ଯ ଜନ୍ମର ପାପ, ଶତ ଲକ୍ଷ ଜପରେ ସର୍ବଜନ୍ମର ପାପ ବିନଷ୍ଟ ହୁଏ ଓ ଦଶଶତ ଲକ୍ଷ ଜପ କଲେ ମୋକ୍ଷଲାଭ ହୁଏ ଭଗବାନ ଶ୍ରୀକୃଷ୍ଣ ଗୋଲୋକରେ ବ୍ରହ୍ମାଙ୍କୁ ସାବିତ୍ରୀଦେବୀଙ୍କୁ ଅର୍ପଣ କଲେ ଓ ବ୍ରହ୍ମାଙ୍କ ସ୍ତବରେ ପରିତୁଷ୍ଟା ହୋଇ ସାବିତ୍ରୀ ବ୍ରହ୍ମାଙ୍କୁ ପତିରୂପେ ବରଣ କଲେ—(ବିଶ୍ୱକୋଷ)]
- ବି — ଧର୍ମଙ୍କ ପତ୍ନୀ ଓ ଦକ୍ଷଙ୍କ କନ୍ଯା (ହି. ଶ) — Name of the wife of Dharma and daughter of Daksha
- ବି — କଶ୍ୟପଙ୍କ ସ୍ତ୍ରୀ (ହି. ଶ) — Name of a wife of sage Kaṡyapa