ସାବିତ୍ରୀ ଉପାଖ୍ୟାନ Sābitrī upākhyāna

  • ଦେ. ବି — ସତ୍ୟବାନଙ୍କ ପତ୍ନୀ ସାବିତ୍ରୀଙ୍କ ଚରିତ — The anecdote of 'Sābitrī'
  • ଦେ. ବି — [ଦ୍ର—ସାବିତ୍ରୀ ମଦ୍ର ଦେଶର ରାଜା ଅଶ୍ୱପତିଙ୍କର ଏକମାତ୍ର ଦୁହିତା ଓ ପିତା— ମାତାଙ୍କର ଅତ୍ୟନ୍ତ ସ୍ନେହାସ୍ପଦ ଥିଲେ। ଯୁବତୀ ହେବା ପରେ ଏହାଙ୍କ ପାଇଁ ଉପଯୁକ୍ତ ବର ନ ମିଳିବାରୁ ଏ ପିତା— ମାତାଙ୍କ ଅନୁମତିକ୍ରମେ ଅମାତ୍ୟଗଣ ସମଭିବ୍ଯାହାରରେ ଗୋଟିଏ ଅନୁରୂପ ବର ଖୋଜିବାକୁ ବାହାରି ବହୁ ଦେଶ ବୁଲି ବୁଲି ଶେଷରେ ଗୋଟିଏ ତପୋବନରେ ପହଞ୍ଚିଲେ। ସେଠାରେ ସ୍ୱରାଜ୍ୟରୁ ନିର୍ବାସିତ ଶାଲ୍ୱ ଦେଶର ରାଜା ଦ୍ୟୁମତ୍ ସେନ୍ ଓ ତାଙ୍କ ରାଣୀଙ୍କ ସହ ବାସ କରୁଥିବା ରାଜପୁତ୍ର ସତ୍ୟବାନଙ୍କ ଉପରେ ଏହାଙ୍କ ଦୃଷ୍ଟି ପଡ଼ିବାରୁ ସାବିତ୍ରୀ ତାଙ୍କୁ ନିଜର ଭାବିସ୍ୱାମୀରୂପେ ମନୋନୀତ କରି ରାଜଧାନୀକୁ ଫେରି ପିତାଙ୍କୁ ଜଣାଇଲେ। ଏହି ସମୟରେ ଦେବର୍ଷି ନାରଦ ଅଶ୍ୱପତିଙ୍କ ନିକଟରେ ଉପସ୍ଥିତ ହୋଇ ଏ ବିବାହରେ ମତ ନ ଦେବା ପାଇଁ ଅଶ୍ୱପତିଙ୍କୁ ଅନୁରୋଧ କଲେ। କାରଣ, ନାରଦ ତପୋବଳରେ ଜାଣିପାରିଲେ ଯେ, ସତ୍ୟବାନଙ୍କ ପରମାୟୁ ଆଉ ଏକ ବର୍ଷ ମାତ୍ର ଅଛି। ମାତ୍ର ସାବିତ୍ରୀ ଏ ପ୍ରସ୍ତାବରେ କର୍ଣ୍ଣପାତ ନ କରି କହିଲେ—ମୁଁ ଯାହାଙ୍କୁ ପତିରୂପେ ବରଣ କରିସାରିଛି, ସେହି ମୋର ପତି, ଓ ତାଙ୍କ ଛଡ଼ା ଅନ୍ଯ କେହି ମୋର ସ୍ୱାମୀ ହୋଇ ନ ପାରନ୍ତି। ରାଜା ଅଗତ୍ୟା ସାବିତ୍ରୀଙ୍କୁ ସତ୍ୟବାନଙ୍କ ସହିତ ବିବାହ ଦେଲେ। ବିବାହ ପରେ ସାବିତ୍ରୀ ପିତୃଗୃହର ରାଜ ସମ୍ପଦ, ବିଳାସ ଓ ଦାସଦାସୀବର୍ଗଙ୍କୁ ତ୍ୟାଗ କରି ସ୍ୱାମୀଙ୍କ ସହିତ ତପୋବନରେ କୁଟୀରରେ ଏକା ରହି ଶାଶୁ ଓ ଶ୍ୱଶୁରଙ୍କ ସେବାରେ ଲାଗିଲେ।
  • ଦେ. ବି — ବିବାହର ଏକ ବର୍ଷ ପୂରିବାକୁ 3 ଦିନ ବାକି ଅଛି ସାବିତ୍ରୀ ତ୍ରିରାତ୍ର—ବ୍ରତ ଅବଲମ୍ବନ କଲେ। ଅନନ୍ତର ଯେଉଁ ଦିନ ଏକ ବର୍ଷ ପୂର୍ଣ୍ଣ ହେବ ଓ ସତ୍ୟବାନଙ୍କର ପରମାୟୁ ଶେଷ ହେବ, ସେ ଦିନ ସତ୍ୟବାନ ଫଳ ମୂଳ ଓ ସମିଧ ଆହରଣ କରିବାକୁ ବନକୁ ଯିବାବେଳେ ସାବିତ୍ରୀ ତାଙ୍କ ସଙ୍ଗରେ ଗଲେ। ସତ୍ୟବାନ ଫଳ ଆହରଣ କରିବା ସମୟରେ ଗୋଟାଏ ଗଛର ଡାଳ ତାଙ୍କ ମୁଣ୍ଡରେ ବାଜିଲା ଓ ସେ ଅଶାନ୍ତି ବୋଧ କରିବାରୁ ବନ ମଧ୍ୟରେ ଗୋଟିଏ ବୃକ୍ଷ ମୂଳେ ସାବିତ୍ରୀଙ୍କ କୋଳରେ ମୁଣ୍ଡ ରଖି ନିଦ୍ରାଗଲେ ଓ ତାହାହିଁ ତାଙ୍କର ମହାନିଦ୍ରା (ମୃତ୍ୟୁ) ହେଲା। କିନ୍ତୁ ସାବିତ୍ରୀ ମୃତ ସ୍ୱାମୀଙ୍କ ମସ୍ତକକୁ ନିଜ କ୍ରୋଡ଼ରେ ରଖି ସେହି ଗଛ ମୂଳରେ ବସି ରହିଲେ। ଏହି ସମୟରେ ଯମଦୂତମାନେ ସତ୍ୟବାନଙ୍କ ଆତ୍ମାକୁ ନେବାକୁ ସେଠାକୁ ଆସିଲେ; ମାତ୍ର ସାବିତ୍ରୀଙ୍କ ପରି ସାଧ୍ୱୀଙ୍କ ଅଙ୍ଗକୁ ସ୍ପର୍ଶ କରି ତାଙ୍କ କୋଳରୁ ମୃତ ପତିଙ୍କୁ ଛଡ଼ାଇ ନେବାକୁ ସାହସ କଲେ ନାହିଁ। ଯମଦୂତମାନେ ମୃତ ଆତ୍ମାକୁ ନ ନେଇ ଫେରି ଗଲେ ଏବଂ ଯମରାଜଙ୍କୁ ସଂବାଦ ଦେଲେ। ଶେଷକୁ ଯମରାଜ ନିଜେ ଉପସ୍ଥିତ ହେଲେ। ସାବିତ୍ରୀ ସେହିପରି ମୃତ ସ୍ୱାମୀଙ୍କ ମସ୍ତକକୁ କୋଳରେ ଧରି ଅଚଳା ଅଟଳା ହୋଇ ବସି ଥାଆନ୍ତି। ଯମଙ୍କୁ ଦେଖି ସାବିତ୍ରୀ ତାଙ୍କୁ ସ୍ତବ କରିବାରେ ଲାଗିଲେ। ଯମ ସ୍ତବରେ ସନ୍ତୁଷ୍ଟ ହୋଇ ସତ୍ୟବାନଙ୍କ ଜୀବନ ଛଡ଼ା ଅନ୍ଯ ଯେ କୌଣସି ବର ମାଗିବା ପାଇଁ ସାବିତ୍ରୀଙ୍କୁ କହିଲେ। ସାବିତ୍ରୀ ଶତ ପୁତ୍ର ପାଇବା ପାଇଁ ପ୍ରାର୍ଥନା କଲେ। ଯମ ଖିଆଲ ନ କରିପାରି ସେଥିରେ 'ହ' ଭରିସାରି ସତ୍ୟବାନଙ୍କୁ ଛାଡ଼ିଦେବା ପଇଁ ସାବିତ୍ରୀଙ୍କୁ କହିଲେ; ସାବିତ୍ରୀ କହିଲେ 'ଯମରାଜ! ମୁଁ ସତୀ; ଆପଣ ମୋ ସ୍ୱାମୀଙ୍କୁ ନେଇଗଲେ ମୁଁ କିପରି ଶତପୁତ୍ର ପାଇବି?' ଏହା ଶୁଣି ଅଗତ୍ୟା ସତ୍ୟବାନଙ୍କୁ ପୁନଃ ଜୀବିତ କରାଇ ଦେଇ ଫେରିଗଲେ। — ବିବାହର ଏକ ବର୍ଷ ପୂରିବାକୁ3ଦିନ ବାକି ଅଛି ସାବିତ୍ରୀ ତ୍ରିରାତ୍ର—ବ୍ରତ ଅବଲମ୍ବନ କଲେ ଅନନ୍ତର ଯେଉଁ ଦିନ ଏକ ବର୍ଷ ପୂର୍ଣ୍ଣ ହେବ ଓ ସତ୍ୟବାନଙ୍କର ପରମାୟୁ ଶେଷ ହେବ, ସେ ଦିନ ସତ୍ୟବାନ ଫଳ ମୂଳ ଓ ସମିଧ ଆହରଣ କରିବାକୁ ବନକୁ ଯିବାବେଳେ ସାବିତ୍ରୀ ତାଙ୍କ ସଙ୍ଗରେ ଗଲେ ସତ୍ୟବାନ ଫଳ ଆହରଣ କରିବା ସମୟରେ ଗୋଟାଏ ଗଛର ଡାଳ ତାଙ୍କ ମୁଣ୍ଡରେ ବାଜିଲା ଓ ସେ ଅଶାନ୍ତି ବୋଧ କରିବାରୁ ବନ ମଧ୍ୟରେ ଗୋଟିଏ ବୃକ୍ଷ ମୂଳେ ସାବିତ୍ରୀଙ୍କ କୋଳରେ ମୁଣ୍ଡ ରଖି ନିଦ୍ରାଗଲେ ଓ ତାହାହିଁ ତାଙ୍କର ମହାନିଦ୍ରା (ମୃତ୍ୟୁ) ହେଲା କିନ୍ତୁ ସାବିତ୍ରୀ ମୃତ ସ୍ୱାମୀଙ୍କ ମସ୍ତକକୁ ନିଜ କ୍ରୋଡ଼ରେ ରଖି ସେହି ଗଛ ମୂଳରେ ବସି ରହିଲେ ଏହି ସମୟରେ ଯମଦୂତମାନେ ସତ୍ୟବାନଙ୍କ ଆତ୍ମାକୁ ନେବାକୁ ସେଠାକୁ ଆସିଲେ; ମାତ୍ର ସାବିତ୍ରୀଙ୍କ ପରି ସାଧ୍ୱୀଙ୍କ ଅଙ୍ଗକୁ ସ୍ପର୍ଶ କରି ତାଙ୍କ କୋଳରୁ ମୃତ ପତିଙ୍କୁ ଛଡ଼ାଇ ନେବାକୁ ସାହସ କଲେ ନାହିଁ ଯମଦୂତମାନେ ମୃତ ଆତ୍ମାକୁ ନ ନେଇ ଫେରି ଗଲେ ଏବଂ ଯମରାଜଙ୍କୁ ସଂବାଦ ଦେଲେ ଶେଷକୁ ଯମରାଜ ନିଜେ ଉପସ୍ଥିତ ହେଲେ ସାବିତ୍ରୀ ସେହିପରି ମୃତ ସ୍ୱାମୀଙ୍କ ମସ୍ତକକୁ କୋଳରେ ଧରି ଅଚଳା ଅଟଳା ହୋଇ ବସି ଥାଆନ୍ତି ଯମଙ୍କୁ ଦେଖି ସାବିତ୍ରୀ ତାଙ୍କୁ ସ୍ତବ କରିବାରେ ଲାଗିଲେ ଯମ ସ୍ତବରେ ସନ୍ତୁଷ୍ଟ ହୋଇ ସତ୍ୟବାନଙ୍କ ଜୀବନ ଛଡ଼ା ଅନ୍ଯ ଯେ କୌଣସି ବର ମାଗିବା ପାଇଁ ସାବିତ୍ରୀଙ୍କୁ କହିଲେ ସାବିତ୍ରୀ ଶତ ପୁତ୍ର ପାଇବା ପାଇଁ ପ୍ରାର୍ଥନା କଲେ ଯମ ଖିଆଲ ନ କରିପାରି ସେଥିରେ 'ହ' ଭରିସାରି ସତ୍ୟବାନଙ୍କୁ ଛାଡ଼ିଦେବା ପଇଁ ସାବିତ୍ରୀଙ୍କୁ କହିଲେ; ସାବିତ୍ରୀ କହିଲେ 'ଯମରାଜ! ମୁଁ ସତୀ; ଆପଣ ମୋ ସ୍ୱାମୀଙ୍କୁ ନେଇଗଲେ ମୁଁ କିପରି ଶତପୁତ୍ର ପାଇବି?' ଏହା ଶୁଣି ଅଗତ୍ୟା ସତ୍ୟବାନଙ୍କୁ ପୁନଃ ଜୀବିତ କରାଇ ଦେଇ ଫେରିଗଲେ
  • ଦେ. ବି — ସାବିତ୍ରୀଙ୍କ ସତୀତ୍ୱ ପୃଥିବୀର ଆଦର୍ଶ ହୋଇ ରହି ଅଛି। ଏମନ୍ତ କି, ଦିନେ ସୀତା ରାମଚନ୍ଦ୍ରଙ୍କୁ କହିଥିଲେ 'ସାବିତ୍ରୀ' ସତ୍ୟବାନଙ୍କର ଏକାନ୍ତ ଅନୁଗତା ସହଧର୍ମିଣୀ ଥିଲାପରି ମୁଁ ତୁମ୍ଭର ଏକାନ୍ତ ବଶବର୍ତ୍ତିନୀ ଅଟେ।]