ସାବର୍ଣ୍ଣି Sābarṇṇi

  • ସଂ. ବି. (ସବର୍ଣ୍ଣା=ସୂର୍ଯ୍ୟପତ୍ନୀ ଛାୟା+ଅପତ୍ୟାର୍ଥେ. ଇ) — ଅଷ୍ଟମ ମନୁ; ସୂର୍ଯ୍ୟପତ୍ନୀ ସଂଜ୍ଞାଙ୍କ ସବର୍ଣ୍ଣ ଛାୟାଙ୍କ ଗର୍ଭଜାତ ମନୁ — Name of a son of the Sun-god, the 8th Progenitor of mankind
  • ସଂ. ବି. (ସବର୍ଣ୍ଣା=ସୂର୍ଯ୍ୟପତ୍ନୀ ଛାୟା+ଅପତ୍ୟାର୍ଥେ. ଇ) — [ଦ୍ର—ସୂର୍ଯ୍ୟଙ୍କ ପତ୍ନୀଙ୍କ ନାମ ସଂଜ୍ଞା; ସେ ସୂର୍ଯ୍ୟଙ୍କ ତେଜ ସହି ନ ପାରି ତାଙ୍କର ସବର୍ଣ୍ଣା (ସଦୃଶ ବର୍ଣ୍ଣା) ଛାୟାଙ୍କୁ ନିର୍ମାଣ କରି ତାଙ୍କୁ ସୂର୍ଯ୍ୟଙ୍କ ନିକଟ ଛାଡ଼ି ପିତୃ ଗୃହକୁ ଲୁଚି କରି ଚାଲିଗଲେ। ଏହି ଛାୟାଙ୍କ ଗର୍ଭରେ ସାବର୍ଣ୍ଣିଙ୍କର ଜନ୍ମ ହେଲା। 'ସବର୍ଣ୍ଣା'ଙ୍କ ଗର୍ଭରୁ ଜାତ ହେବାରୁ ସନ୍ତାନଙ୍କ ନାମ ସାବର୍ଣ୍ଣ ବା ସାବର୍ଣ୍ଣି ହେଲା। ଏହାଙ୍କର ଗୋଟିଏ ଭଉଣୀ ତପତୀ ଓ ଭାଇ ଶନି। ଦେବୀ— ମାହାତ୍ମ୍ୟରେ ବର୍ଣ୍ଣିତ ହୋଇଅଛି ଯେ, ସ୍ୱାରୋଚିଷ ମନ୍ୱନ୍ତରରେ ସୁରଥ ନାମକ ରାଜା ରାଜ୍ୟଭ୍ରଷ୍ଟ ହୋଇ ମେଧସ ମୁନିଙ୍କ ଆଶ୍ରମରେ ପହଞ୍ଚି ସେଠାରେ ସମାଧିବୈଶ୍ୟ ସଙ୍ଗେ ଦେବୀ ମାହାତ୍ମ୍ୟ ଶୁଣି ନଦୀତୀରରେ ଦେବୀଙ୍କ ମୃଣୟୀ ମୂର୍ତ୍ତି ପୂଜା କରି ନଷ୍ଟ ରାଜ୍ୟ ପ୍ରାପ୍ତ ହେଲେ ଏବଂ ଦେହାନ୍ତେ ସ୍ୱର୍ଗଲାଭ କରି ସାବର୍ଣ୍ଣି ମନୁ ନାମରେ ଜନ୍ମ ଗ୍ରହଣ କଲେ। ପକ୍ଷାନ୍ତରରେ ମତ୍ସ୍ୟ ପୁରାଣରେ ବର୍ଣ୍ଣିତ ହୋଇଅଛି ଯେ, ମନୁଙ୍କଠାରୁ 10 ଜଣ ସାବର୍ଣ୍ଣ ନାମଧାରୀ ପୁତ୍ର ଜନ୍ମ ହୋଇଥିଲେ।] — [ଦ୍ର—ସୂର୍ଯ୍ୟଙ୍କ ପତ୍ନୀଙ୍କ ନାମ ସଂଜ୍ଞା; ସେ ସୂର୍ଯ୍ୟଙ୍କ ତେଜ ସହି ନ ପାରି ତାଙ୍କର ସବର୍ଣ୍ଣା (ସଦୃଶ ବର୍ଣ୍ଣା) ଛାୟାଙ୍କୁ ନିର୍ମାଣ କରି ତାଙ୍କୁ ସୂର୍ଯ୍ୟଙ୍କ ନିକଟ ଛାଡ଼ି ପିତୃ ଗୃହକୁ ଲୁଚି କରି ଚାଲିଗଲେ ଏହି ଛାୟାଙ୍କ ଗର୍ଭରେ ସାବର୍ଣ୍ଣିଙ୍କର ଜନ୍ମ ହେଲା 'ସବର୍ଣ୍ଣା'ଙ୍କ ଗର୍ଭରୁ ଜାତ ହେବାରୁ ସନ୍ତାନଙ୍କ ନାମ ସାବର୍ଣ୍ଣ ବା ସାବର୍ଣ୍ଣି ହେଲା ଏହାଙ୍କର ଗୋଟିଏ ଭଉଣୀ ତପତୀ ଓ ଭାଇ ଶନି ଦେବୀ— ମାହାତ୍ମ୍ୟରେ ବର୍ଣ୍ଣିତ ହୋଇଅଛି ଯେ, ସ୍ୱାରୋଚିଷ ମନ୍ୱନ୍ତରରେ ସୁରଥ ନାମକ ରାଜା ରାଜ୍ୟଭ୍ରଷ୍ଟ ହୋଇ ମେଧସ ମୁନିଙ୍କ ଆଶ୍ରମରେ ପହଞ୍ଚି ସେଠାରେ ସମାଧିବୈଶ୍ୟ ସଙ୍ଗେ ଦେବୀ ମାହାତ୍ମ୍ୟ ଶୁଣି ନଦୀତୀରରେ ଦେବୀଙ୍କ ମୃଣୟୀ ମୂର୍ତ୍ତି ପୂଜା କରି ନଷ୍ଟ ରାଜ୍ୟ ପ୍ରାପ୍ତ ହେଲେ ଏବଂ ଦେହାନ୍ତେ ସ୍ୱର୍ଗଲାଭ କରି ସାବର୍ଣ୍ଣି ମନୁ ନାମରେ ଜନ୍ମ ଗ୍ରହଣ କଲେ ପକ୍ଷାନ୍ତରରେ ମତ୍ସ୍ୟ ପୁରାଣରେ ବର୍ଣ୍ଣିତ ହୋଇଅଛି ଯେ, ମନୁଙ୍କଠାରୁ10ଜଣ ସାବର୍ଣ୍ଣ ନାମଧାରୀ ପୁତ୍ର ଜନ୍ମ ହୋଇଥିଲେ]
  • ସଂ. ବି. (ସବର୍ଣ୍ଣା=ସୂର୍ଯ୍ୟପତ୍ନୀ ଛାୟା+ଅପତ୍ୟାର୍ଥେ. ଇ) — ଗୋତ୍ର ବିଶେଷ — The root name of some clans
  • ସଂ. ବି. (ସବର୍ଣ୍ଣା=ସୂର୍ଯ୍ୟପତ୍ନୀ ଛାୟା+ଅପତ୍ୟାର୍ଥେ. ଇ) — [ଦ୍ର—ଏହି ଗୋତ୍ରର ପାଞ୍ଚ ପ୍ରବରର ଯଥା—ଔବ୍ବ, ଖବନ, ଭାର୍ଗବ, ଜାମଦଗ୍ନ୍ୟ ଓ ଆପ୍ନୁବତ୍—ବିଶ୍ୱକୋଷ।]
  • ସଂ. ବି. (ସବର୍ଣ୍ଣା=ସୂର୍ଯ୍ୟପତ୍ନୀ ଛାୟା+ଅପତ୍ୟାର୍ଥେ. ଇ) — ଏକ ମନ୍ୱନ୍ତରର ନାମ (ହି. ଶ); ସାବର୍ଣ୍ଣି ମନୁଙ୍କ ଭୋଗକାଳ — Name of a Manwantara or the regime of the Sābarṇṇi Manu