ସାବନ ଦିନ Sābana dina

  • ସଂ. ବି — ଏକ ସୂର୍ଯ୍ୟୋଦୟରୁ ଅନ୍ଯ ସୂର୍ଯ୍ୟାଦୟ ପର୍ଯ୍ୟନ୍ତ କାଳ; ସୌର ଦିବସ — A solar day
  • ସଂ. ବି — ଅହୋରାତ୍ର (ମଳ ମାସ ତତ୍ତ୍ୱ) — A day and night; a day of 4 hours
  • ସଂ. ବି — [ଦ୍ର—ଏକ ତିଥିର ପରିମାଣ ଅନୁ— ସାରେ ଯେଉଁ ଦିନ ହୁଏ ତାକୁ ଚାନ୍ଦ୍ରଦିନ କହନ୍ତି। ଏକ ସୂର୍ଯ୍ୟୋଦୟଠାରୁ ଅନ୍ଯ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଏକ ଅହୋରାତ୍ରକୁ ସାବନ ଦିନ ବୋଲାଯାଏ। ଏହାର ପରିମାଣ 60 ଦଣ୍ଡ। କିନ୍ତୁ ସୂର୍ଯ୍ୟଙ୍କ ମନ୍ଦ ଗତି ଓ ଶୀଘ୍ର ଗତି ଓ ରାଶିଚକ୍ରର ବକ୍ରତା ଯୋଗୁଁ ସାବନ ଦିନର ହ୍ରାସ ବୃଦ୍ଧି ହୁଏ। ଏକ ସୌରବତ୍ସରରେ ନାକ୍ଷତ୍ର ଦିନ ଅପେକ୍ଷା ସାବନ ଏକ ଦିନ ନ୍ୟୁନ ହୁଏ। ସାବନ 30 ଦିନରେ ଏକ ସାବନ ମାସ ହୁଏ। ସାବନ 12 ମାସରେ ଏକ ସାବନ ବର୍ଷ ହୁଏ। ଯେ କୌଣସି ଦିନର ସୂର୍ଯ୍ୟୋଦୟଠାରୁ ଆରମ୍ଭ କରି 30 ଅହୋରାତ୍ର ପର୍ଯ୍ୟନ୍ତ ଏକ ସାବନ ମାସ ହୁଏ। ସାବନ ବତ୍ସର ସୌର ବତ୍ସର ଅପେକ୍ଷା 5 ଦିନ 15 ଦଣ୍ଡ 31 ବିପଳ 24 ଅନୁପଳ ନ୍ୟୁନ ହୁଏ। ଅତଏବ ଏକ ସୌର ବତ୍ସର=ସାବନ 365 ଦିନ 15 ଦଣ୍ଡ 31 ବିପଳ 24 ଅନୁପଳ। ସାବନ ମାସାନୁସାରେ ସଂସ୍କାର ଓ ଯଜ୍ଞକର୍ମାଦି କାର୍ଯ୍ୟ କରାଯାଏ। ଅଶୌଚ ମଧ୍ୟ ସାବନ ମାସ ଅନୁସାରେ ଗୃହୀତ ହୁଏ। ଅଶୌଚ, ସଂସ୍କାର ଓ ଯଜ୍ଞ କର୍ମରେ ସୌର ବା ଚାନ୍ଦ୍ର ମାସ ଧରାଯାଏ ନାହିଁ। ବିଶ୍ୱକୋଷ।] — [ଦ୍ର—ଏକ ତିଥିର ପରିମାଣ ଅନୁ— ସାରେ ଯେଉଁ ଦିନ ହୁଏ ତାକୁ ଚାନ୍ଦ୍ରଦିନ କହନ୍ତି ଏକ ସୂର୍ଯ୍ୟୋଦୟଠାରୁ ଅନ୍ଯ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଏକ ଅହୋରାତ୍ରକୁ ସାବନ ଦିନ ବୋଲାଯାଏ ଏହାର ପରିମାଣ60ଦଣ୍ଡ କିନ୍ତୁ ସୂର୍ଯ୍ୟଙ୍କ ମନ୍ଦ ଗତି ଓ ଶୀଘ୍ର ଗତି ଓ ରାଶିଚକ୍ରର ବକ୍ରତା ଯୋଗୁଁ ସାବନ ଦିନର ହ୍ରାସ ବୃଦ୍ଧି ହୁଏ ଏକ ସୌରବତ୍ସରରେ ନାକ୍ଷତ୍ର ଦିନ ଅପେକ୍ଷା ସାବନ ଏକ ଦିନ ନ୍ୟୁନ ହୁଏ ସାବନ30ଦିନରେ ଏକ ସାବନ ମାସ ହୁଏ ସାବନ12ମାସରେ ଏକ ସାବନ ବର୍ଷ ହୁଏ ଯେ କୌଣସି ଦିନର ସୂର୍ଯ୍ୟୋଦୟଠାରୁ ଆରମ୍ଭ କରି30ଅହୋରାତ୍ର ପର୍ଯ୍ୟନ୍ତ ଏକ ସାବନ ମାସ ହୁଏ ସାବନ ବତ୍ସର ସୌର ବତ୍ସର ଅପେକ୍ଷା5ଦିନ15ଦଣ୍ଡ31ବିପଳ24ଅନୁପଳ ନ୍ୟୁନ ହୁଏ ଅତଏବ ଏକ ସୌର ବତ୍ସର=ସାବନ365ଦିନ15ଦଣ୍ଡ31ବିପଳ24ଅନୁପଳ ସାବନ ମାସାନୁସାରେ ସଂସ୍କାର ଓ ଯଜ୍ଞକର୍ମାଦି କାର୍ଯ୍ୟ କରାଯାଏ ଅଶୌଚ ମଧ୍ୟ ସାବନ ମାସ ଅନୁସାରେ ଗୃହୀତ ହୁଏ ଅଶୌଚ, ସଂସ୍କାର ଓ ଯଜ୍ଞ କର୍ମରେ ସୌର ବା ଚାନ୍ଦ୍ର ମାସ ଧରାଯାଏ ନାହିଁ ବିଶ୍ୱକୋଷ]