ସାନ୍ଦୀପନି Sāndīpani

  • ସଂ. ବି ପୁଂ [ସନ୍ଦୀପନ=ମୁନିବିଶେଷ+ଗୋତ୍ରାପତ୍ୟାର୍ଥେ ଇ] ମୁନିବିଶେଷ; କୃଷ୍ଣ ଓ ବଳରାମଙ୍କର ଧନୁର୍ବିଦ୍ୟା— ଶିକ୍ଷକ — Name of a sage who was the tutor in archery to Srīkṛushṇa
  • ସଂ. ବି ପୁଂ [ସନ୍ଦୀପନ=ମୁନିବିଶେଷ+ଗୋତ୍ରାପତ୍ୟାର୍ଥେ ଇ] [ଦ୍ର—ବାରା— ଣସୀର ନିକଟବର୍ତ୍ତୀ ଅବନ୍ତୀ ନଗରରେ ଏହାଙ୍କ ଆଶ୍ରମ ଥିଲା। ଏ ସର୍ବ ଶାସ୍ତ୍ରରେ ବିଚକ୍ଷଣ ଥିଲେ। ଶ୍ରୀକୃଷ୍ଣ ଓ ବଳରାମ ଏହାଙ୍କଠାରୁ ଧନୁର୍ବିଦ୍ଯା ଶିକ୍ଷା କରି ସାରି କଅଣ ଗୁରୁ ଦକ୍ଷିଣା ଦେବେ ବୋଲି ଏହାଙ୍କୁ ପଚାରିବାରୁ ଏ ଏହାଙ୍କ ହୃତ ପୁତ୍ରର ଉଦ୍ଧାର ପ୍ରାର୍ଥନା କରିଥିଲେ। ପ୍ରଭାସତୀର୍ଥସ୍ଥ ସମୁଦ୍ରରେ ସ୍ନାନ କରିବା ସମୟରେ ଏହାଙ୍କ ପୁତ୍ରକୁ ଶଙ୍ଖରୂପଧର ପଞ୍ଚଜନ ନାମକ ଦୈତ୍ୟ ହରଣ କରି ନେଇଥିଲା। ଗୁରୁଙ୍କ ଅନୁରୋଧକ୍ରମେ ଶ୍ରୀକୃଷ୍ଣ ସମୁଦ୍ରକୁ ଯାଇ ସେ ପୁତ୍ରର ଅସ୍ଥି ସଂଗ୍ରହ କରି ସମପୁରକୁ ଯାଇ ଯମକୁ ପରାସ୍ତ କରି ସେ ପୁତ୍ରକୁ ପୂର୍ବ ଶରୀର ପ୍ରଦାନ କରାଇ ମୁକୁଳାଇ ଆଣି ଗୁରୁଙ୍କଠାରେ ଅର୍ପଣ କଲେ। ଶ୍ରୀକୃଷ୍ଣ ଦ୍ୱାରକାକୁ ଯାଇ ରାଜା ହେବା ପରେ ସାନ୍ଦୀପନି ସେଠାକୁ ଯାଇ ଯଦୁବଂଶୀୟମାନଙ୍କର ପୁରୋହିତ ହୋଇଥିଲେ— ବିଷ୍ଣପୁରାଣ।]