ସାତ ନକଲ Sāta nakala
- ଦେ. ବି — ଅସଲ ପଦାର୍ଥର ନକଲରୁ ନକଲ ନିଆଯାଇ, ଏହିପରି ସାତଥର ନକଲ ହେବାର ଫଳରେ ଯେଉଁ ନକଲ କରାଯାଏ — 1. Copy of a copy, being seven times removed from the original
- ଦେ. ବି — କୌଣସି ବସ୍ତୁର ଅତି ବିକୃତ ନକଲ — Very distorted copy
- ଦେ. ବି — [ଦ୍ର—ସାତ ନକଲରେ ଆସଲ ଗାଏବ୍ ବା ଖାସ୍ତା— ପ୍ରବଚନ—ଅର୍ଥାତ୍ ଅସଲ ବସ୍ତୁର କ୍ରମାଗତ ନକଲ କରାଯାଇ, ନକଲରୁ ପୁଣି ନକଲ କରାଯାଇ ଶେଷରେ ଯାହା ବାହାରେ ତହିଁରେ ଅସଲ ମୂଳ ଲେଖାରେ ଥିବା ବିଷୟ ସମ୍ପୂର୍ଣ୍ଣରୂପେ ବିକୃତ ଓ ଭ୍ରମପ୍ରମାଦପୂର୍ଣ୍ଣ ହୋଇ ଯାଏ। ସେହିପରି କୌଣସି ସାର ବସ୍ତୁରୁ ଅନେକ ଥର ଉପାଦାନ କାଢ଼ି ନିଆଗଲା ପରେ ଏହି ପ୍ରବଚନ ଲାଗେ।]