ସାଙ୍ଗୁଆ Sāṅguā
- ଦେ. ବିଣ. (ପୁଂ) — ଯେଉଁ ବ୍ଯକ୍ତି ସଙ୍ଗୀମାନଙ୍କ ସମାଜରେ ଚଳିବାକୁ ସୁଖ ପାଏ; ସମାଜିକ — Fond of company; sociable; social
- ବି — ସଙ୍ଗୀ; ସହଚର — Companion; mate
- ବି — ସାଥୁଆ; ଯେଉଁ ଯାତ୍ରୀ—ଗୁମାସ୍ତା ଅନ୍ଯ ପଣ୍ଡାଙ୍କ ଯାତ୍ରୀମାନଙ୍କ ସଙ୍ଗ ଧରି ବହୁ ଦୂରରୁ ତୀର୍ଥକୁ ଆସିଥାଆନ୍ତି — A canvassing agent accompanying the pilgrims of some other Paṇḍā than his (agent's) employer to a shrine from a long distance
- ବି — ଯେଉଁ ଲୋକମାନେ ସାଙ୍ଗି ବାଉଁଶ ଦ୍ୱାରା ଭାର କାନ୍ଧେଇ କରି ବୁହାନ୍ତି — Persons who carry loads by means of Sāṅgi pole