ସାଙ୍କେତିକ Sāṅketika

  • ସଂ. ବିଣ (ସଙ୍କେତ+ସମ୍ବନ୍ଧାର୍ଥେ. ଇକ) — ସଙ୍କେତ— ସମ୍ବନ୍ଧୀୟ — Relating to signal or symbol
  • ସଂ. ବିଣ (ସଙ୍କେତ+ସମ୍ବନ୍ଧାର୍ଥେ. ଇକ) — ସଙ୍କେତସୂଚକ — Symbolical
  • ସଂ. ବିଣ (ସଙ୍କେତ+ସମ୍ବନ୍ଧାର୍ଥେ. ଇକ) — ସଙ୍କେତକାରକ — Signalling
  • ସଂ. ବିଣ (ସଙ୍କେତ+ସମ୍ବନ୍ଧାର୍ଥେ. ଇକ) — ସଙ୍କେତ ଦ୍ୱାରା ସୂଚିତ — Indicated or expressed by means of symbols
  • ସଂ. ବିଣ (ସଙ୍କେତ+ସମ୍ବନ୍ଧାର୍ଥେ. ଇକ) — ସଂକ୍ଷିପ୍ତ ଉପାୟରେ ସମାହିତ — Abbreviated
  • ସଂ. ବିଣ (ସଙ୍କେତ+ସମ୍ବନ୍ଧାର୍ଥେ. ଇକ) — [ଗଣିତ] ସଂକ୍ଷିପ୍ତ ଉପାୟରେ ଅଙ୍କସମସ୍ୟା ସାଧନକାରୀ (ବିଧି ବା ପ୍ରଣାଳୀ) — [Arithmetic] (a mode) Consisting of working out an arithmetical sum by a concise or short process
  • ସଂ. ବିଣ (ସଙ୍କେତ+ସମ୍ବନ୍ଧାର୍ଥେ. ଇକ) — ବିଜ୍ଞାନଆଦିରେ ସଂକ୍ଷିପ୍ତରୂପେ ଭାବ ବା ଅର୍ଥ ବା ଶବ୍ଦ ପ୍ରକାଶ କରିବା ପାଇଁ ବ୍ଯବହୃତ (ଚିହ୍ନ) — Conventional (signs or expressions)
  • ସଂ. ବିଣ (ସଙ୍କେତ+ସମ୍ବନ୍ଧାର୍ଥେ. ଇକ) — [ଦ୍ର—ଶବ୍ଦକୋଷ, ବିଜ୍ଞାନ, ଗଣିତ, ଜ୍ୟାମିତି, ଦଲିଲ ଲେଖା, ପ୍ରୁଫ୍ସିଟ୍ ସଂଶୋଧନ ଆଦିରେ କୌଣସି ଶବ୍ଦକୁ ବା ବାକ୍ୟକୁ ପୂର୍ଣ୍ଣାଙ୍ଗରୂପେ ନ ଲେଖି ତାହା ଚୁମ୍ବକରେ ଲେଖିବା ଓ ବୁଝିବା ପାଇଁ ସାଙ୍କେତିକ ଚିହ୍ନମାନ ବ୍ଯବହୃତ ହୁଏ।
  • ସଂ. ବିଣ (ସଙ୍କେତ+ସମ୍ବନ୍ଧାର୍ଥେ. ଇକ) — ଗଣିତରେ କ ସଙ୍ଗେ ଖ ସମାନ ଅଟେ, ଏହା ନ ଲେଖି ସଂକ୍ଷେପରେ କ=ଖ ଲେଖାଯାଏ; ଏହିପରି ଯୋଗ +; ବିୟୋଗ -; ଗୁଣନ x; ହରଣ /; ବର୍ଗମୂଳ <ସଂକେତ>; ଘନମୂଳ <ସଂକେତ>; ଅତଏବ <ସଂକେତ>; କୋଣ <ସଂକେତ>; ତ୍ରିଭୁଜ <ସଂକେତ>, ଏହିପରି ସାଙ୍କେତିକ ଚିହ୍ନମାନ ଲେଖାଯାଏ। କରଣୀ ଓ କଚିରିଆ ଭାଷାରେ ସାକିନ୍=।ସା।; ପ୍ରଗନ୍ନେ=।ପ୍ର।; ମୁତାବକ, ମୁକାମ, ମୁତ୍ଫର୍କା=।ମୁ।, ବାବତ୍=।ବା। କିମ୍ବା ।ବ୍ତା।; କୁ= <ସଂକେତ>; ମଧ୍ୟରୁ= <ସଂକେତ>; ସମ୍ବନ୍ଧେ=ସ୍ମ; ବ— କଲମ=।ବ।; ନବିସନ୍ଧା=।ନ।; ଲେଖିତଂ= । ଲେ। କିମ୍ବା।ଲି।; ନମ୍ବର=।ନ।; ସରେନଓ= । ସ।, ଲାଖରାଜ=।ଲା।; ବାହେଲି=।ବା।; ବ୍ରହ୍ମୋତ୍ତର=।ବ୍ର।
  • ସଂ. ବିଣ (ସଙ୍କେତ+ସମ୍ବନ୍ଧାର୍ଥେ. ଇକ) — ଓଡ଼ିଶାରେ କରଣୀ ଅକ୍ଷର ମଧ୍ୟ ଏକ ପ୍ରକାର ସାଙ୍କେତିକ ଲେଖା।
  • ସଂ. ବିଣ (ସଙ୍କେତ+ସମ୍ବନ୍ଧାର୍ଥେ. ଇକ) — ଦଲିଲରେ ଓ ଭଉଁରିଆରେ—ଉତ୍ତର=ଉ; ପୂର୍ବ= ପୂ; ପଶ୍ଚିମ=ପ; ଦକ୍ଷିଣ=ଦ; ଭରଣ=ଭ; ଗଉଣୀ=ଗୌ; ଟଙ୍କା=ଟ; କାହାଣ=କା; ଇସାଦ=ଇ; ସାର=ସା; ଗାଏ=<ସଂକେତ>।
  • ସଂ. ବିଣ (ସଙ୍କେତ+ସମ୍ବନ୍ଧାର୍ଥେ. ଇକ) — ଛାପାଖାନାରେ ପ୍ରୁଫ୍ ସଂଶୋଧନର ଉଦାହରଣ— କାଟିଦିଅ=<ସଂକେତ>; ଅକ୍ଷର ମଧ୍ୟରେ ସ୍ଥାନ ଛାଡ଼= II; ଅକ୍ଷରକୁ ଉପରକୁ ଉଠାଅ=L; ଅକ୍ଷରକୁ ତଳକୁ ଖସାଅ=^; ଧାଡ଼ିକୁ ସିଧା କର= =; ଦୁଇ ଅକ୍ଷର ମଧ୍ୟରେ ଅନ୍ଯ ଅକ୍ଷର ଯୋଗ କର=^; ପୂର୍ଣ୍ଣଚ୍ଛେଦ=।; କମା=,]