ସାଉତି Sāuti

  • ପ୍ରାଦେ (କେନ୍ଦୁଝର) ବି — ଗଡ଼ଜାତଅଧିବାସୀ ଅନାର୍ଯ୍ୟ ଜାତିବିଶେଷ — A class of non-aryan residents of the Orissa States
  • ପ୍ରାଦେ (କେନ୍ଦୁଝର) ବି — [ଦ୍ର— ଏମାନେ କେନ୍ଦୁଝର ରାଜ୍ୟରେ ଅଛନ୍ତି। ଉଚ୍ଚ ବର୍ଣ୍ଣର ହିନ୍ଦୁମାନେ ଏମାନଙ୍କ ହାତରୁ ଜଳ ଗ୍ରହଣ କରନ୍ତି। ଏମାନେ ଶାନ୍ତିପ୍ରିୟ ଓ କୃଷିଜୀବୀ। ଏମାନଙ୍କର ଆଚାର ବ୍ଯବହାର, ଚାଙ୍ଗୁନାଟ, ଗ୍ରାମ ମଧ୍ୟରେ ଅତିଥିଙ୍କ ପାଇଁ ନିର୍ଦ୍ଦିଷ୍ଟ ବସା (ଡେରା) ଗୃହ, ଗ୍ରାମ ସମ୍ପର୍କୀୟ ପରାମର୍ଶ ସଭା, ଅବିବାହିତ ବ୍ଯକ୍ତିମାନଙ୍କ ରାତ୍ରି ଯାପନ ପାଇଁ ମଣ୍ଡୁଆ ବା ଦରବାର ଘର ନିର୍ମାଣ ଆଦି ଭୂୟାଁମାନଙ୍କ ପରି। କେନ୍ଦୁଝର 'ବୋଢ଼ା— ଜାଲ'ର ମହାପାତ୍ର ଜମିଦାର ଏମାନଙ୍କ ପ୍ରଧାନ ଦଳପତି।]