ସାଉଟିବା କାଣ୍ଡ ଯୁଦ୍ଧକୁ ନ ପାଏ Sāuṭibā kāṇḍa j̄uddhaku na pāe
- ଦେ. ପ୍ରବଚନ — ଅନ୍ୟର ବ୍ଯବହୃତ ବସ୍ତୁରେ କାର୍ଯ୍ୟ ଚଳେ ନାହିଁ — No work can be done with articles once used by someone and then picked up
- ଦେ. ପ୍ରବଚନ — [ଦ୍ର—ଅନ୍ଯ ଲୋକର ବ୍ଯବହୃତ କାଣ୍ଡ, ଯାହା ରଣଭୂମିରେ ପଡ଼ିଥାଏ, ତାକୁ ଯେବେ କୈଣସି ବ୍ଯକ୍ତି ସଂଗ୍ରହ କରି ଆଣିଥାଏ, ଏପରି ଅକାମିକା ଶରଦ୍ୱାରା ଯୁଦ୍ଧ କାର୍ଯ୍ୟ ଚଳେ ନାହିଁ; ସେହିପରି ଗୋଟାଇ ଆଣିବା ପଦାର୍ଥରେ କାମ ଚଳେ ନାହିଁ।
- ଦେ. ପ୍ରବଚନ — ଯେଉଁ ବ୍ଯକ୍ତିର ବା ଯୋଦ୍ଧାର ନିଜ ଶରମୁଣାରେ ଶର ନ ଥାଏ ସେ ଯୁଦ୍ଧରେ ଅନ୍ଯ ଯୋଦ୍ଧାର ବ୍ଯବହୃତ ଓ ପରିତ୍ୟକ୍ତ ଶରକୁ ସଂଗ୍ରହ କରି ଯୁଦ୍ଧ କରିବାରୂପ ଅସମ୍ଭବ ଓ ହାସ୍ୟାସ୍ପଦ ଅବସ୍ଥାରେ ଏ ପ୍ରବଚନ ବୋଲାଯାଏ।]