ସହସ୍ର Sahasra
- ସଂ. ବି (ସ+ସମାନ=ହସ୍ ଧାତୁ=ହସିବା+କର୍ତ୍ତୃ ର) — ଦଶଶତ ସଂଖ୍ୟା; ହଜାର — Thousands
- ବିଣ ଦଶଶତ ସଂଖ୍ୟକ — Numbering a thousand
- ବିଣ ଅସଂଖ୍ୟ — Innumerable; multitudinous
- ବିଣ [ଦ୍ର—ସହସ୍ର ଶବ୍ଦର ପୂର୍ବେ ସଂଖ୍ୟା ବାଚକ ଶବ୍ଦ ଲାଗିଲେ ସହସ୍ର ସଂଖ୍ୟାର ତେତେ ଗୁଣ ସଂଖ୍ୟା ବୁଝାଏ ଯଥା—ଏକ ସହସ୍ର, ସାର୍ଦ୍ଧ ସହସ୍ର, ଦ୍ୱିସହସ୍ର ଶତସହସ୍ର ଇତ୍ୟାଦି।]
- ଗ୍ରା. ବି—(ସଂ. ଶସ୍ତ୍ର) — ଶସ୍ତ୍ର — Weapon