ସସେମିରା Sasemirā

  • ଦେ. ବି — ଚାରିଗୋଟି ଶ୍ଲୋକର ଆଦ୍ୟ ଅକ୍ଷର ଚାରୋଟି ଦ୍ୱାରା ରଚିତ ଶବ୍ଦ — A word composed of the four 1st letters of four couplets
  • ଦେ. ବି — [ଦ୍ର—ଏହା ଭୋଜରାଜ ଓ କାଳିଦାସଙ୍କ ଜୀବନ ସଂବନ୍ଧୀୟ ବେତାଳ ପଞ୍ଚବିଂଶତି ଗ୍ରନ୍ଥର ଗୋଟିଏ ଘଟନାମୂଳକ କାହାଣୀ ସଙ୍ଗେ ସମ୍ବଦ୍ଧ। ଦିନେ ଭୋଜରାଜାଙ୍କ ପୁତ୍ର ପାରିଧି କରିବାକୁ ଯାଇ ନଅରକୁ ଫେରି ଆସି ନ ପାରି, ରାତି ହେବାରୁ ନିବିଡ଼ ଅରଣ୍ୟ ମଧ୍ୟରେ ଅଗତ୍ୟା ରହିଗଲେ ଏବଂ ରାତିରେ ଅରଣ୍ୟର ହିଂସ୍ରଜନ୍ତୁମାନଙ୍କଠାରୁ ରକ୍ଷା ପାଇବା ପାଇଁ ଗୋଟିଏ ଭାଲୁ ସଙ୍ଗେ ମିତ୍ରତା ସ୍ଥାପନ କଲେ। ରାଜପୁତ୍ର ଓ ଭାଲୁ ଦୁହେଁ ଗୋଟିଏ ଗଛ ଉପରେ ଚଢ଼ି ରାତ୍ରି— ଯାପନ କଲେ। ରାତ୍ରିର ପ୍ରଥମ ଅଂଶରେ ଭାଲୁ ତାହାର ଗୋଡ଼କୁ ଲମ୍ବାଇ ଗଛ ଡାଳରେ ବସିଲା ଓ ରାଜପୁତ୍ର ଭାଲୁର କୋଳରେ ସୁଖନିଦ୍ରା ଗଲେ। ଏହି ସମୟରେ ଗଛ ତଳକୁ ବାଘ ଆସି ଭାଲୁକୁ ବିନତି କରି କହିଲା, "ତୁ ଗୋଡ଼କୁ ଖସାଇଦେ; ରଜାପୁଅ ତଳକୁ ପଡ଼ିଗଲେ ମୁଁ ତାକୁ ଖାଇବି।" କିନ୍ତୁ ଭାଲୁ କହିଲା, "ମୁଁ ରାଜାପୁଅ ସଙ୍ଗେ ମିତ୍ର ହୋଇଛି। ମୁଁ ମିତ୍ରଦ୍ରୋହୀ ହେବି ନାହିଁ।" ଏହା ଶୁଣି ବାଘ ଫେରି ଗଲା; କିନ୍ତୁ ଗଲାବେଳେ ଭାଲୁକୁ କହିଗଲା "ଆରେ! ଦୁଇଗୋଡ଼ିଆ (ମନୁଷ୍ୟ ଜାତି)ଙ୍କୁ ବିଶ୍ୱାସ ନାହିଁ।"
  • ଦେ. ବି — ରାତ୍ରିର ଶେଷ ଅଂଶକୁ ରଜାପୁଅ ଚେଇଁବ ଓ ଭାଲୁ ଶୋଇବ, ଏହିପରି କଥା ଆଗରୁ ଠିକ୍ ହୋଇ ଥିବାରୁ ରଜାପୁଅ ନିଦରୁ ଉଠି ଗଛ ଉପରେ ଗୋଡ଼ ଲମ୍ବାଇ ବସିଲା ଓ ଭାଲୁ ତା କୋଡ଼ରେ ଶୋଇଲା। କିନ୍ତୁ ବାଘର ପୂର୍ବେ କଥିତ ଉପଦେଶକୁ ଭାଲୁ ମନେ ରଖି ରାଜାପୁଅର ଅଜ୍ଞାତରେ ଆପଣା ନଖକୁ ଗଛର ଗଣ୍ଡିରେ ବିଦ୍ଧ କରି ରଜାପୁଅର କୋଳରେ ଶୋଇଲା। ଏହି ସମୟରେ ପୁଣି ବାଘ ଆସି ରଜାପୁଅକୁ କହିଲା, "ଆରେ ଭାଲୁଟା ହିଂସ୍ର ଜନ୍ତୁ, ସେ ତତେ ଖାଇଯିବ; ତୁ ଗୋଡ଼ ଛାଡି ଦେ, ଭାଲୁ ଗଛ ଉପରୁ ଖସି ପଡ଼ୁ, ମୁଁ ତାକୁ ଖାଇବି।" ରଜା— ପୁଅ ଏହା ଶୁଣି ଗୋଡ଼କୁ ଖସାଇ ଦେଲା; କିନ୍ତୁ ଭାଲୁ ପୂର୍ବରୁ ଚତୁର ହୋଇ ଗଛର ଗଣ୍ଡିରେ ନଖକୁ ବିଦ୍ଧ କରି ଥିବାରୁ ତଳକୁ ଖସି ପଡ଼ିଲା ନାହିଁ।
  • ଦେ. ବି — ତାପରେ ସକାଳ ହେବାରୁ ଭାଲୁ ରଜାପୁଅକୁ କହିଲା, "ବାଘର ଉପଦେଶକୁ ମୁ ନ ମାନି ତତେ ରଖିଥିଲି; ତୁ ମିତ୍ରଦ୍ରୋହୀ ହେଲୁ; କିନ୍ତୁ ମୁଁ ମିତ୍ରଦ୍ରୋହୀ ହେବି ନାହିଁ। ଏଥିପାଇଁ ତୋତେ ପ୍ରାଣରେ ନ ମାରି ଛାଡ଼ି ଦଉଛି।" ଏହା କହି ଭାଲୁ ରଜା— ପୁଅର ଜିଭ ଉପରେ 'ସସେମିରା' ଏହି 4 ଟି ଅକ୍ଷର ନଖଦ୍ୱାରା ଲେଖିଦେଇ ବଣଭିତରକୁ ଚାଲିଗଲା। ରଜାପୁଅ ପାଗଳ ହୋଇ ଏହି 'ସସେମିରା' ପଦକୁ ଦିନ ରାତି ଘୋଷୁ ଘୋଷୁ ନଅରରେ ଆସି ପହଞ୍ଚିଲା। ସବୁବେଳେ ଏହି ପଦକ ସେ ଘୋଷି ହେଉଥାଏ; ରଜାପୁଅ ମୁହଁରେ ଅନ୍ଯ କଥା ନାହିଁ, ଏହା ଦେଖି ଭୋଜରାଜା ବଡ଼ ଚିନ୍ତିତ ହେଲେ ଓ ଏହି ବାତୁଳପଣ କିପରି ଭଲ ହେବ, ଏଥିପାଇଁ ନାନା ପ୍ରକାର ଚେଷ୍ଟା କରି ବିଫଳମନୋରଥ ହେଲେ। ଅବଶେଷରେ ହତାଶ ହୋଇ ମନ୍ତ୍ରୀଙ୍କୁ ଆଦେଶ ଦେଲେ, "ମୋ ପୁଅକୁ ଯେ ନୀରୋଗ କରିଦେବ, ତାକୁ ରାଜ୍ୟରୁ ଅଧେ ପୁରଷ୍କାର ଦିଆଯିବ।" ଏହା ଶୁଣି ମନ୍ତ୍ରୀ ଘରକୁ ଫେରି ତାଙ୍କ ଘରେ ସ୍ତ୍ରୀ— ବେଶ ଧାରଣ କରି ଲୁଚିକରି ରହିଥିବା କାଳିଦାସଙ୍କୁ ସନ୍ଧ୍ୟାବେଳକୁ ଗୋଟିଏ ସ୍ତ୍ରୀର ବେଶ କରାଇ ଆପଣାର ଝିଅ ବୋଲି ରାଜାଙ୍କୁ ପରିଚୟ ଦେଇ ରଜାପୁଅ ନିକଟକୁ ସ୍ତ୍ରୀବେଶଧାରୀ ଅବଗୁଣ୍ଠିତ କାଳିଦାସଙ୍କୁ ସଙ୍ଗରେ ଆଣି ପହଞ୍ଚାଇଲେ। ଅବଗୁଣ୍ଠିତ କାଳିଦାସ ରଜାପୁଅଙ୍କ କାନରେ 'ସସେମିରା'ର ଅଦ୍ୟ ଅକ୍ଷରବିଶିଷ୍ଟ 4 ଟି ପୂର୍ଣ୍ଣା— ବୟବଯୁକ୍ତ ଶ୍ଲୋକ ବୋଇଲେ। ଯଥା— ପ୍ରଥମ ଶ୍ଲୋକର ଆଦ୍ୟ 'ସ' ଅକ୍ଷର— ସଦ୍ଭାବ ପ୍ରତିପନ୍ନାନାଂ ବଞ୍ଚନେ କା ବିଦଗ୍ଧତା, ଅଙ୍କମାରୁହ୍ୟ ସୁପ୍ତାନାଂ ହନ୍ତୁଃ କିଂ ନାମ ପୌରୁଷମ୍? — ତାପରେ ସକାଳ ହେବାରୁ ଭାଲୁ ରଜାପୁଅକୁ କହିଲା, "ବାଘର ଉପଦେଶକୁ ମୁ ନ ମାନି ତତେ ରଖିଥିଲି; ତୁ ମିତ୍ରଦ୍ରୋହୀ ହେଲୁ; କିନ୍ତୁ ମୁଁ ମିତ୍ରଦ୍ରୋହୀ ହେବି ନାହିଁ ଏଥିପାଇଁ ତୋତେ ପ୍ରାଣରେ ନ ମାରି ଛାଡ଼ି ଦଉଛି" ଏହା କହି ଭାଲୁ ରଜା— ପୁଅର ଜିଭ ଉପରେ 'ସସେମିରା' ଏହି4ଟି ଅକ୍ଷର ନଖଦ୍ୱାରା ଲେଖିଦେଇ ବଣଭିତରକୁ ଚାଲିଗଲା ରଜାପୁଅ ପାଗଳ ହୋଇ ଏହି 'ସସେମିରା' ପଦକୁ ଦିନ ରାତି ଘୋଷୁ ଘୋଷୁ ନଅରରେ ଆସି ପହଞ୍ଚିଲା ସବୁବେଳେ ଏହି ପଦକ ସେ ଘୋଷି ହେଉଥାଏ; ରଜାପୁଅ ମୁହଁରେ ଅନ୍ଯ କଥା ନାହିଁ, ଏହା ଦେଖି ଭୋଜରାଜା ବଡ଼ ଚିନ୍ତିତ ହେଲେ ଓ ଏହି ବାତୁଳପଣ କିପରି ଭଲ ହେବ, ଏଥିପାଇଁ ନାନା ପ୍ରକାର ଚେଷ୍ଟା କରି ବିଫଳମନୋରଥ ହେଲେ ଅବଶେଷରେ ହତାଶ ହୋଇ ମନ୍ତ୍ରୀଙ୍କୁ ଆଦେଶ ଦେଲେ, "ମୋ ପୁଅକୁ ଯେ ନୀରୋଗ କରିଦେବ, ତାକୁ ରାଜ୍ୟରୁ ଅଧେ ପୁରଷ୍କାର ଦିଆଯିବ" ଏହା ଶୁଣି ମନ୍ତ୍ରୀ ଘରକୁ ଫେରି ତାଙ୍କ ଘରେ ସ୍ତ୍ରୀ— ବେଶ ଧାରଣ କରି ଲୁଚିକରି ରହିଥିବା କାଳିଦାସଙ୍କୁ ସନ୍ଧ୍ୟାବେଳକୁ ଗୋଟିଏ ସ୍ତ୍ରୀର ବେଶ କରାଇ ଆପଣାର ଝିଅ ବୋଲି ରାଜାଙ୍କୁ ପରିଚୟ ଦେଇ ରଜାପୁଅ ନିକଟକୁ ସ୍ତ୍ରୀବେଶଧାରୀ ଅବଗୁଣ୍ଠିତ କାଳିଦାସଙ୍କୁ ସଙ୍ଗରେ ଆଣି ପହଞ୍ଚାଇଲେ ଅବଗୁଣ୍ଠିତ କାଳିଦାସ ରଜାପୁଅଙ୍କ କାନରେ 'ସସେମିରା'ର ଅଦ୍ୟ ଅକ୍ଷରବିଶିଷ୍ଟ4ଟି ପୂର୍ଣ୍ଣା— ବୟବଯୁକ୍ତ ଶ୍ଲୋକ ବୋଇଲେ ଯଥା— ପ୍ରଥମ ଶ୍ଲୋକର ଆଦ୍ୟ 'ସ' ଅକ୍ଷର— ସଦ୍ଭାବ ପ୍ରତିପନ୍ନାନାଂ ବଞ୍ଚନେ କା ବିଦଗ୍ଧତା, ଅଙ୍କମାରୁହ୍ୟ ସୁପ୍ତାନାଂ ହନ୍ତୁଃ କିଂ ନାମ ପୌରୁଷମ୍?
  • ଦେ. ବି — [ଅର୍ଥ—ଯେଉଁମାନେ ଏକାନ୍ତ ବିଶ୍ୱସ୍ତ, ସେମାନଙ୍କୁ ପ୍ରତାରଣା କରିବା କି ପାଣ୍ଡିତ୍ୟ? ଯେଉଁମାନେ ଅଙ୍କକୁ ଆଶ୍ରୟ କରି ଶୋଇ ଥାଆନ୍ତି ତାଙ୍କୁ ମାରିଦେଲେ ହତ୍ୟା— କାରୀର ପୌରୁଷ ପ୍ରକାଶ ପାଏ କି?
  • ଦେ. ବି — ଦ୍ୱିତୀୟ ଶ୍ଲୋକର ପ୍ରଥମ ଅକ୍ଷର 'ସେ'— ସେତୁଂଗତ୍ୱା ସମୁଦ୍ରସ୍ୟ ଗଙ୍ଗାସାଗର ସଙ୍ଗମମ୍ ବ୍ରହ୍ମହା ମୁଚ୍ୟୁତେ ପାପାତ୍ ମିତ୍ରଦ୍ରୋହୀ ନ ମୁଚ୍ୟତେ।
  • ଦେ. ବି — [ଅର୍ଥ—ସେତୁବନ୍ଧ ରାମେଶ୍ୱରକୁ ଓ ଗଙ୍ଗାସାଗର ସଙ୍ଗମକୁ ଗଲେ (ସେଠାରେ ସ୍ନାନାଦି କଲେ) ବ୍ରହ୍ମହା ପାପରୁ ମୁକ୍ତ ହୁଏ; କିନ୍ତୁ ମିତ୍ରଦ୍ରୋହୀ ମୁକ୍ତ ହୁଏ ନାହିଁ।]
  • ଦେ. ବି — — 3ୟ ଶ୍ଲୋକର ଆଦ୍ୟ ଅକ୍ଷର 'ମି'— ମିତ୍ରଦ୍ରୋହୀ କୃତଘ୍ନଶ୍ଚ ଯେ ଚ ବିଶ୍ୱାସଘାତକାଃ ତେ ସର୍ବେ ନରକଂ ଯାନ୍ତି ଯାବଚ୍ଚନ୍ଦ୍ରଦିବାକରୌ
  • ଦେ. ବି — [ଅର୍ଥ—ଯେଉଁ ନରମାନେ ମିତ୍ରଦ୍ରୋହୀ, କୃତଘ୍ନ ଓ ବିଶ୍ୱାସଘାତକ ଅଟନ୍ତି ସେମାନେ ଚନ୍ଦ୍ର ସୂର୍ଯ୍ୟ ଥିବାଯାକେ ନରକକୁ ଯାଆନ୍ତି।]
  • ଦେ. ବି — — 4ର୍ଥ ଶ୍ଲୋକର ଆଦ୍ୟ ଅକ୍ଷର 'ରା'— ରାଜଂସ୍ତ୍ୱଂ ନିଜ ପୁତ୍ରସ୍ୟ ଯଦି କଲ୍ୟାଣମିଚ୍ଛସି ଦେହି ଦାନଂ ଦ୍ୱିଜାତିଭ୍ୟୋ ଦେବତାରାଧନଂ କୁରୁ
  • ଦେ. ବି — [ଅର୍ଥ—ହେ ରାଜନ୍, ଯେବେ ତୁମ୍ଭେ ରାଜପୁତ୍ରଙ୍କର ମଙ୍ଗଳ ଇଚ୍ଛା କର, ତେବେ (ଏ ମିତ୍ରଦ୍ରୋହ ପାତକର ପ୍ରାୟଶ୍ଚିତ୍ତ ପାଇଁ) ବ୍ରାହ୍ମଣମାନଙ୍କୁ ଦାନ ଦିଅ ଓ ଦେବା— ରାଧନା କର।]
  • ଦେ. ବି — ରାଜପୁତ୍ର ସ୍ତ୍ରୀବେଶଧାରୀ କାଳିଦାସଙ୍କଠାରୁ ଏହି 4 ଟି ଅକ୍ଷରର ଚାବି — ରାଜପୁତ୍ର ସ୍ତ୍ରୀବେଶଧାରୀ କାଳିଦାସଙ୍କଠାରୁ ଏହି4ଟି ଅକ୍ଷରର ଚାବି(Key)ସ୍ୱରୂପ ଏ ଶ୍ଲୋକ4ଟି ଶୁଣିଲା ମାତ୍ରକେ ତାଙ୍କର ବାତୁଳପଣ ଛାଡ଼ିଗଲା ଏବଂ ରାଜପୁତ୍ର ଗତ ରାତ୍ରିରେ ଅରଣ୍ୟରେ ଭାଲୁ ସଙ୍ଗେ ଘଟିଥିବା ଘଟନା— ମାନ ରାଜାଙ୍କ ନିକଟରେ ବର୍ଣ୍ଣନା କଲେ ଭୋଜରାଜ ଏହା ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହୋଇ ଉକ୍ତ ପ୍ରଚ୍ଛନ୍ନବେଶଧାରୀଙ୍କୁ ପଚାରିଲେ