ସର୍ଭେ Sarvey
- ବୈଦେ. ବି (କଚିରିଆ) (ଇଂ) — ଜମି ମାପ — Survey
- ବୈଦେ. ବି (କଚିରିଆ) (ଇଂ) — [ଦ୍ର— ସର୍ଭେ ଅନେକ ପ୍ରକାରର ଯଥା— 1 । ଚେନ୍ ସର୍ଭେ — [ଦ୍ର— ସର୍ଭେ ଅନେକ ପ୍ରକାରର ଯଥା—1 ଚେନ୍ ସର୍ଭେ(chain survey)—ଆଧୁନିକ ରୀତିରେ ଲୁହାର ଶିକୁଳି (66ଫୁଟ ବା100ଫୁଟ ଲମ୍ବ) ଦ୍ୱାରା ଜମି ମାପ]
- ବୈଦେ. ବି (କଚିରିଆ) (ଇଂ) — ଟ୍ରିଗନମେଟ୍ରିକାଲ୍ ସର୍ଭେ — (Trigonometrical survey)—ଆଧୁନିକ ତ୍ରିକୋଣମିତିସିଦ୍ଧ ରୀତି ଅନୁସାରେ ଦୁର୍ଭେଦ୍ୟ ଜଙ୍ଗଲ ଓ ପାହାଡ଼ ଆଦିର ମାପ
- ବୈଦେ. ବି (କଚିରିଆ) (ଇଂ) — ଫରେଷ୍ଟ୍ ସର୍ଭେ — (Forest survey)—ଜଙ୍ଗଲର ମାପ
- ବୈଦେ. ବି (କଚିରିଆ) (ଇଂ) — କାଡାଷ୍ଟ୍ରାଲ ସର୍ଭେ — (Cadastral survey)—ସରକାରୀ ରେଜିଷ୍ଟ୍ରରୀ ଆଦିରେ ପୂରଣ କରିବା ଉଦ୍ଦେଶ୍ୟରେ କରାଯିବା ମାପ
- ବୈଦେ. ବି (କଚିରିଆ) (ଇଂ) — ଟପୋଗ୍ରାଫିକାଲ୍ ସର୍ଭେ — (Topographical survey)—ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଥିବା ନଦୀ, ପର୍ବତ, ବୃକ୍ଷ, ଗୃହ ଆଦିର ଅବସ୍ଥିତି ଦେଖାଇବା ଉଦ୍ଦେଶ୍ୟରେ କରାଯିବା ମାପ
- ବୈଦେ. ବି (କଚିରିଆ) (ଇଂ) — ରେଭିନ୍ୟୁ ସର୍ଭେ — (Revenue survey)—ଭୂମି ପାଇଁ ଗଭର୍ଣ୍ଣମେଣ୍ଟଙ୍କୁ ଦେୟ ରାଜସ୍ୱ ନିର୍ଣ୍ଣୟ କରିବାପାଇଁ କରାଯିବା ମାପ
- ବୈଦେ. ବି (କଚିରିଆ) (ଇଂ) — ମିଲିଟେରି ସର୍ଭେ — (Military survey)—ସାମରିକ ସୁବିଧା ନିର୍ଣ୍ଣୟାର୍ଥ କରାଯିବା ମାପ
- ବୈଦେ. ବି (କଚିରିଆ) (ଇଂ) — ପ୍ଲେନ୍ଟେବ୍ଲ ସର୍ଭେ — (Plaintable survey)—ପ୍ଲେନ୍ଟେବ୍ଲ ନାମକ ଯନ୍ତ୍ର ସାହାଯ୍ୟରେ କରାଯିବା ମାପ
- ବୈଦେ. ବି (କଚିରିଆ) (ଇଂ) — କଣ୍ଟୂର ସର୍ଭେ — (Contour survey)—କୌଣସି ଅଞ୍ଚଳର ବିଶିଷ୍ଟ ସୀମା ରେଖା ନିରୂପଣାର୍ଥ ମାପ