ସର୍ବ ନାମ Sarba nāma
- ସଂ. ବି (ସର୍ବ+ନାମନ୍; 6 ଷ୍ଠୀ ତତ୍) — ସମସ୍ତଙ୍କର ନାମ — Name of all
- ସଂ. ବି (ସର୍ବ+ନାମନ୍; 6 ଷ୍ଠୀ ତତ୍) — (ବହୁବ୍ରୀହି) (ବ୍ୟାକରଣ) ଯେଉଁ ସବୁ ଶବ୍ଦ (ଆମ୍ଭେ, ମୁଁ, ତୁମ୍ଭେ ତୁ, ଏ, ସେ, ତାହା, ଯେ, ସର୍ବ, ସବୁ ଇତ୍ୟାଦି) ବିଶେଷ୍ୟ ପଦ ପରିବର୍ତ୍ତରେ ବ୍ଯବହୃତ ହୁଏ — (grammar) A pronoun
- ସଂ. ବି (ସର୍ବ+ନାମନ୍; 6 ଷ୍ଠୀ ତତ୍) — [ଦ୍ର—ସଂସ୍କୃତ ବ୍ୟାକରଣରେ ସର୍ବନାମକୁ ସାଧାରଣତଃ 5 ଭାଗରେ ବିଭକ୍ତ କରାଯାଇଅଛି— 1 । ସର୍ବାଦି—ଯଥା; ସର୍ବ, ବିଶ୍ୱ, ଉଭୟ, ଏକ, ଏକତର; 2 । ଅନ୍ଯାଦି—ଯଥା; ଅନ୍ଯ, ଅନ୍ୟତର, ଇତର, କତର, କତମ, ଏକତମ, 3 । ପୂର୍ବାଦି—ଯଥା; ପୂର୍ବ, ପର, ଅପର, ଅବର, ଅଧର, ଦକ୍ଷିଣ ଓ ସ୍ୱ; 4 । ଯଦାଦି—ଯଥା; ଯଦ୍, ତଦ୍, ଏତଦ୍, ତ୍ୟାଦ୍ ଓ କିମ୍; 5 । ଇଦମାଦି—ଯଥା; ଇଦମ୍, ଅଦସ୍, ଯୁଷ୍ମଦ୍, ଅସ୍ମଦ୍। ଆତ୍ମା ଓ ଆତ୍ମୀୟ ଅର୍ଥରେ ସ୍ୱ ଶବ୍ଦ ସର୍ବନାମ। — [ଦ୍ର—ସଂସ୍କୃତ ବ୍ୟାକରଣରେ ସର୍ବନାମକୁ ସାଧାରଣତଃ5ଭାଗରେ ବିଭକ୍ତ କରାଯାଇଅଛି—1 ସର୍ବାଦି—ଯଥା; ସର୍ବ, ବିଶ୍ୱ, ଉଭୟ, ଏକ, ଏକତର;2 ଅନ୍ଯାଦି—ଯଥା; ଅନ୍ଯ, ଅନ୍ୟତର, ଇତର, କତର, କତମ, ଏକତମ,3 ପୂର୍ବାଦି—ଯଥା; ପୂର୍ବ, ପର, ଅପର, ଅବର, ଅଧର, ଦକ୍ଷିଣ ଓ ସ୍ୱ;4 ଯଦାଦି—ଯଥା; ଯଦ୍, ତଦ୍, ଏତଦ୍, ତ୍ୟାଦ୍ ଓ କିମ୍;5 ଇଦମାଦି—ଯଥା; ଇଦମ୍, ଅଦସ୍, ଯୁଷ୍ମଦ୍, ଅସ୍ମଦ୍ ଆତ୍ମା ଓ ଆତ୍ମୀୟ ଅର୍ଥରେ ସ୍ୱ ଶବ୍ଦ ସର୍ବନାମ
- ସଂ. ବି (ସର୍ବ+ନାମନ୍; 6 ଷ୍ଠୀ ତତ୍) — ସଂସ୍କୃତରେ ସର୍ବନାମ ଶବ୍ଦମାନଙ୍କର ପୁଂଲିଙ୍ଗ, ସ୍ତ୍ରୀଲିଙ୍ଗ ଓ କ୍ଲୀବଲିଙ୍ଗରେ ଭିନ୍ନ ଭିନ୍ନ ଆକାର ଅଛି; କିନ୍ତୁ ଓଡ଼ିଆରେ ନାହିଁ।
- ସଂ. ବି (ସର୍ବ+ନାମନ୍; 6 ଷ୍ଠୀ ତତ୍) — ସଂସ୍କୃତରେ କଥା କହିବା ବ୍ଯକ୍ତି ନିଜ ପ୍ରତି ଯେଉଁ ସର୍ବ୍ୱନାମ ଶବ୍ଦର ବ୍ଯବହାର କରନ୍ତି ତାହାର ଉତ୍ତମ ପୁରୁଷ (ଯଥା—ମୁଁ, ଆମେ, ଆମ୍ଭେ);
- ସଂ. ବି (ସର୍ବ+ନାମନ୍; 6 ଷ୍ଠୀ ତତ୍) — ଯାହାଙ୍କୁ ସମ୍ବୋଧନ କରୁଥାଆନ୍ତି ତାଙ୍କ ପ୍ରତି ମଧ୍ୟମ ପୁରୁଷର ସର୍ବନାମ ପ୍ରଯୁକ୍ତ ହୁଏ (ଯଥା—ତୁ, ତୁମ୍ଭେ, ଆପଣ);
- ସଂ. ବି (ସର୍ବ+ନାମନ୍; 6 ଷ୍ଠୀ ତତ୍) — ଏହା ଛଡ଼ା ଅନ୍ଯ ବ୍ଯକ୍ତି ବା ବସ୍ତୁଙ୍କ ପ୍ରତି ତୃତୀୟ ବା ପ୍ରଥମ ପୁରୁଷର ସର୍ବନାମ ପ୍ରଯୁକ୍ତ ହୁଏ।
- ସଂ. ବି (ସର୍ବ+ନାମନ୍; 6 ଷ୍ଠୀ ତତ୍) — କିନ୍ତୁ କେତେକ ଓଡ଼ିଆ ବ୍ୟାକରଣକାର ଇଂରାଜିର ଅନୁସରଣରେ ସଂସ୍କୃତର ଉତ୍ତମ ପୁରୁଷକୁ ପ୍ରଥମ ପୁରୁଷ, ମଧ୍ୟମ ପୁରୁଷକୁ ଦ୍ୱିତୀୟ ପୁରୁଷ ଓ ତୃତୀୟ ବା ପ୍ରଥମ ପୁରୁଷକୁ ତୃତୀୟ ପୁରୁଷ ବୋଲି ଉଲ୍ଲେଖ କରିଅଛନ୍ତି।]