ସର୍ବ ଦମନ Sarbadamana
- ସଂ. ବିଣ ଓ ବି. ପୁଂ (ସର୍ବ+ଦମି ଧାତୁ=ଦମନ କରିବା +କର୍ତ୍ତୃ. ଅନ) — ଯେ ସମସ୍ତଙ୍କୁ ଦମନ କରେ — Controlling or restraning all
- ସଂ. ବିଣ ଓ ବି. ପୁଂ (ସର୍ବ+ଦମି ଧାତୁ=ଦମନ କରିବା +କର୍ତ୍ତୃ. ଅନ) — ସମସ୍ତଙ୍କର ଶାସକ — Ruler of all
- ସଂ. ବି. ପୁଂ — ରାଜା ଦୁଷ୍ମନ୍ତଙ୍କ ଔରସରେ ଶକୁନ୍ତଳାଙ୍କ ଗର୍ଭଜାତ ପୁତ୍ର ରାଜା ଭରତଙ୍କ ଶିଶୁକାଳୀନ ନାମ — The name given during his infancy to King Bharata, the son of Raja Dushmanta
- ସଂ. ବି. ପୁଂ — [ଦ୍ର—ରାଜା ଦୁଷ୍ମନ୍ତ ସ୍ୱର୍ଗରୁ ଫେରି କିମ୍ପୁରୁଷ ପର୍ବତରେ କଶ୍ୟପ ମୁନିଙ୍କ ଆଶ୍ରମରେ ପହଞ୍ଚିବା ସମୟରେ ସେଠାରେ ଦୁଷ୍ମନ୍ତଙ୍କ ଦ୍ୱାରା ପୂର୍ବରୁ ପ୍ରତ୍ୟା— ଖ୍ୟାତା ଶକୁନ୍ତଳାଙ୍କ ଗର୍ଭରେ ନିଜ ଔରସ ଶିଶୁ କୁମାରକୁ ଦେଖିଲେ। ଉକ୍ତ କୁମାର ସେଠାରେ ଗୋଟିଏ ସିଂହୀର ଉପସ୍ଥିତିରେ ତା ଶାବକକୁ ଧରି ତା ପାଟିକୁ ମେଲା କରି ତା ଦାନ୍ତ ଗଣିବାକୁ ଚେଷ୍ଟା କରୁଥିଲା। ତତ୍ପରେ ଦୁଷ୍ମନ୍ତ ନିଜ ପୁତ୍ରକୁ ଚିହ୍ନିଲେ ଓ ଶକୁନ୍ତଳାଙ୍କ ସଙ୍ଗେ ପୁନର୍ମିଳିତ ହେଲେ। ସେହି ମୁନି ଆଶ୍ରମରେ ଦୁଷ୍ମନ୍ତ—କୁମାର ସିଂହ ଆଦି ଦୁଷ୍ଟ ଜୀବଙ୍କୁ ଦମନ କରୁଥିବା ଦେଖି ମୁନିମାନେ କୁମାରଙ୍କୁ ସର୍ବଦମନ ନାମ ଦେଇଥିଲେ। ପରେ ଏହି କୁମାର ଭରତ ନାମରେ ଖ୍ୟାତ ହେଲେ।]