ସର୍ପ Sarpa

  • ସଂ. ବି (ସୃପ୍ ଧାତୁ=ଗତି କରିବା+କର୍ତ୍ତୃ. ଅ; ଯେ କୁଟିଳ ଗତି କରେ) — (ପୁଂ) ସାପ; ଭୁଜଙ୍ଗ — Serpent
  • ସଂ. ବି (ସୃପ୍ ଧାତୁ=ଗତି କରିବା+କର୍ତ୍ତୃ. ଅ; ଯେ କୁଟିଳ ଗତି କରେ) — [ଦ୍ର—ପ୍ରତି ମାସର ପଞ୍ଚମୀ ଦିନ ସର୍ପମାନଙ୍କୁ ହିନ୍ଦୁମାନେ ପୂଜା କରିବାର ବିଧି ଅଛି। ବିଶେଷତଃ ଶ୍ରାବଣ, ଭାଦ୍ର ଓ ଆଶ୍ୱିନ ଶୁକ୍ଲ ପଞ୍ଚମୀ ଦିନ ସର୍ପପୂଜା କରାଯାଏ। କାର୍ତ୍ତିକ ଶୁକ୍ଲପକ୍ଷ 5 ମୀ ଯୁକ୍ତ ଚତୁର୍ଥୀକୁ ନାଗ ଚତୁର୍ଥୀ (ନାଗଲ ଚଉଠୀ) ବା ନାଗପଞ୍ଚମୀ ମଧ୍ୟ ବୋଲାଯାଏ। ସର୍ପ ନାନାପ୍ରକାରର। ତନ୍ମଧ୍ୟରେ ନାଗ ପ୍ରଧାନ। ଶାସ୍ତ୍ରରେ ନାଗ ଆଠ ଜାତୀୟ ଥିବାର ଉଲ୍ଲେଖ ଅଛି। ଯଥା—ଅନନ୍ତ, ବାସୁକୀ, ତକ୍ଷକ, କର୍କୋଟ, ପଦ୍ମ ବା ପଦ୍ମ— ନାଭ, ମହାପଦ୍ମ, ଶଙ୍ଖ ବା ଶଙ୍ଖପାଳ ଓ କୁଳିକ। ସର୍ପମାନଙ୍କୁ ସାଧାରଣତଃ ବିଷଧର ଓ ନିର୍ବିଷ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଏ। ସାପମାନେ ସମସ୍ତେ ଅଣ୍ଡଜ। କେବଳ ବୋଡ଼ା ସାପ ମାଆ ପେଟରୁ ଛୁଆ ହୋଇ ଜନ୍ମେ।] — [ଦ୍ର—ପ୍ରତି ମାସର ପଞ୍ଚମୀ ଦିନ ସର୍ପମାନଙ୍କୁ ହିନ୍ଦୁମାନେ ପୂଜା କରିବାର ବିଧି ଅଛି ବିଶେଷତଃ ଶ୍ରାବଣ, ଭାଦ୍ର ଓ ଆଶ୍ୱିନ ଶୁକ୍ଲ ପଞ୍ଚମୀ ଦିନ ସର୍ପପୂଜା କରାଯାଏ କାର୍ତ୍ତିକ ଶୁକ୍ଲପକ୍ଷ5ମୀ ଯୁକ୍ତ ଚତୁର୍ଥୀକୁ ନାଗ ଚତୁର୍ଥୀ (ନାଗଲ ଚଉଠୀ) ବା ନାଗପଞ୍ଚମୀ ମଧ୍ୟ ବୋଲାଯାଏ ସର୍ପ ନାନାପ୍ରକାରର ତନ୍ମଧ୍ୟରେ ନାଗ ପ୍ରଧାନ ଶାସ୍ତ୍ରରେ ନାଗ ଆଠ ଜାତୀୟ ଥିବାର ଉଲ୍ଲେଖ ଅଛି ଯଥା—ଅନନ୍ତ, ବାସୁକୀ, ତକ୍ଷକ, କର୍କୋଟ, ପଦ୍ମ ବା ପଦ୍ମ— ନାଭ, ମହାପଦ୍ମ, ଶଙ୍ଖ ବା ଶଙ୍ଖପାଳ ଓ କୁଳିକ ସର୍ପମାନଙ୍କୁ ସାଧାରଣତଃ ବିଷଧର ଓ ନିର୍ବିଷ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଏ ସାପମାନେ ସମସ୍ତେ ଅଣ୍ଡଜ କେବଳ ବୋଡ଼ା ସାପ ମାଆ ପେଟରୁ ଛୁଆ ହୋଇ ଜନ୍ମେ]
  • ସଂ. ବି (ସୃପ୍ ଧାତୁ=ଗତି କରିବା+କର୍ତ୍ତୃ. ଅ; ଯେ କୁଟିଳ ଗତି କରେ) — (+ଭାବ. ଅ) ଗମନ; ଗତି କରିବା — Going; moving
  • ସଂ. ବି (ସୃପ୍ ଧାତୁ=ଗତି କରିବା+କର୍ତ୍ତୃ. ଅ; ଯେ କୁଟିଳ ଗତି କରେ) — (ବୈଦ୍ଯକ) ନାଗକେଶର (ରତ୍ନମାଳା) — Mesua Ferra tree
  • ସଂ. ବି (ସୃପ୍ ଧାତୁ=ଗତି କରିବା+କର୍ତ୍ତୃ. ଅ; ଯେ କୁଟିଳ ଗତି କରେ) — (ଲକ୍ଷଣାର୍ଥ) କାଳସର୍ପ ପରି କ୍ରୂର ଓ ଅନିଷ୍ଟକାରୀ ବ୍ଯକ୍ତି — A very wicked and evil person
  • ସଂ. ବି (ସୃପ୍ ଧାତୁ=ଗତି କରିବା+କର୍ତ୍ତୃ. ଅ; ଯେ କୁଟିଳ ଗତି କରେ) — ପ୍ରାଚୀନ ଭାରତର ଶ୍ମଶ୍ରୁଧାରୀ ମ୍ଲେଚ୍ଛ ଜାତିବିଶେଷ — Name of a non-Hindu beared tribe of ancient India
  • ସଂ. ବି (ସୃପ୍ ଧାତୁ=ଗତି କରିବା+କର୍ତ୍ତୃ. ଅ; ଯେ କୁଟିଳ ଗତି କରେ) — [ଦ୍ର— ପୂର୍ବେ ଏମାନେ କ୍ଷତ୍ରିୟ ଥିଲେ। ଏମାନଙ୍କୁ ସଗର ରାଜା ବେଦଯାଗାଦିରେ ଅଧିକାରୀ କରିଥିଲେ—ମହାଭାରତ, ହରିବଂଶ 244 ଅଧ୍ୟାୟ।] — [ଦ୍ର— ପୂର୍ବେ ଏମାନେ କ୍ଷତ୍ରିୟ ଥିଲେ ଏମାନଙ୍କୁ ସଗର ରାଜା ବେଦଯାଗାଦିରେ ଅଧିକାରୀ କରିଥିଲେ—ମହାଭାରତ, ହରିବଂଶ244ଅଧ୍ୟାୟ]
  • ସଂ. ବି (ସୃପ୍ ଧାତୁ=ଗତି କରିବା+କର୍ତ୍ତୃ. ଅ; ଯେ କୁଟିଳ ଗତି କରେ) — ଏଗାର ରୁଦ୍ରମାନଙ୍କ ମଧ୍ୟରୁ ଏକ (ହି. ଶ) — One of the eleven Rudra Deities
  • ସଂ. ବି (ସୃପ୍ ଧାତୁ=ଗତି କରିବା+କର୍ତ୍ତୃ. ଅ; ଯେ କୁଟିଳ ଗତି କରେ) — (ଜ୍ୟୋତିଷ) ଏକପ୍ରକାର ମନ୍ଦ ଯୋଗ (ହି.ଶ) — A kind of inauspicious astrological conjunctions