ସର୍କିଟ୍ କୋଟ୍ Sarkiṭ koṭ
- ବୈଦେ. ବି (ଇଂ. ସର୍କିଟ୍ କୋର୍ଟ) — ଓଡ଼ିଶାର ମକଦ୍ଦମାମାନ ଶୁଣିବା ପାଇଁ ପାଟନା ହାଇ— କୋର୍ଟର ଜଜମାନଙ୍କ ମଧ୍ୟରୁ ଦୁଇ ଜଣ ବର୍ଷକ ମଧ୍ୟରେ 2 । 4 ଥର କଟକକୁ ଆସି ସେଠାରେ ବଇଠକି କରିବା ପାଇଁ ଯେଉଁ ଅଦାଲତ ପ୍ରତିଷ୍ଠିତ ହୋଇଅଛି — ଓଡ଼ିଶାର ମକଦ୍ଦମାମାନ ଶୁଣିବା ପାଇଁ ପାଟନା ହାଇ— କୋର୍ଟର ଜଜମାନଙ୍କ ମଧ୍ୟରୁ ଦୁଇ ଜଣ ବର୍ଷକ ମଧ୍ୟରେ24ଥର କଟକକୁ ଆସି ସେଠାରେ ବଇଠକି କରିବା ପାଇଁ ଯେଉଁ ଅଦାଲତ ପ୍ରତିଷ୍ଠିତ ହୋଇଅଛି—The Circuit Court of the Patna High Court which is held at Cuttack to hear cases of Orissa
- ବୈଦେ. ବି (ଇଂ. ସର୍କିଟ୍ କୋର୍ଟ) — [ଦ୍ର—ହାଇକୋଟ୍ର ଜଜମାନଙ୍କ ମଧ୍ୟରୁ ଜଣେ ବା ଦୁଇ ଜଣ ଜଜ ପ୍ରଦେଶର ଭିନ୍ନ ଭିନ୍ନ ନଗରକୁ ଯାଇ ସେଠାରେ ସ୍ଥାନୀୟ ମକଦ୍ଦମାମାନ ଶୁଣିବାର ପ୍ରଥା ଭାରତବର୍ଷରେ ନ ଥିଲା। ବିହାର—ଓଡ଼ିଶା ପ୍ରଦେଶରେ ସ୍ଥାପିତ ପାଟନା ହାଇକୋର୍ଟର 'କଟକ ସର୍କିଟ' ଭାରତରେ ନୂତନ ଅଟେ। କଟକରେ ଏହି ସର୍କିଟ୍ କୋଟ୍ର ବଇଠକି ପାଇଁ ଯେଉଁ ଜଜମାନେ ଆସନ୍ତି, ତାଙ୍କୁ 'ସରକିଟ୍ ଜଜ' ବୋଲାଯାଏ। ଜଜମାନେ ବର୍ଷକେ ଏକାଧିକ ଥର ଆସି ଶୁଣାଣି ପାଇଁ ପ୍ରସ୍ତୁତ ମକଦ୍ଦମାମାନ ଶୁଣି ରାୟ ଦେଇ ପୁଣି ପାଟଣାକୁ ଫେରି ଯାଆନ୍ତି। କିନ୍ତୁ କଟକନଗରରେ ସର୍କଟ୍ କୋଟ୍ର ଅଫିସ୍ ବରାବର ରହିଅଛି। କଟକରେ ଡିଷ୍ଟ୍ରିକ୍ଟ ଜଜ ଉକ୍ତ ସର୍କିଟ୍ କୋଟ୍ର 'ରେଜିଷ୍ଟାର୍' ଓ ଜଣେ ଖାସ୍ ମୁନସଫ୍ ଉକ୍ତ କୋଟ୍ର 'ଆସିଷ୍ଟାଣ୍ଟ୍ ରେଜିଷ୍ଟ୍ରାର୍' କାର୍ଯ୍ୟ କରନ୍ତି ଏବଂ କଟକରେ ଦାଏର ହେବା ଅପିଲ ଓ ମୋସନ୍ମାନ ରେଜିଷ୍ଟ୍ରର୍ ଗ୍ରହଣ କରି ଶୁଣାଣି ପୂର୍ବରୁ ଉକ୍ତ ମକଦ୍ଦମା— ମାନଙ୍କର ଆନୁଷଙ୍ଗିକ ବ୍ଯବସ୍ଥାମାନ କରି ମକଦ୍ଦମାମାନଙ୍କୁ ଶୁଣାଣି ପାଇଁ ପ୍ରସ୍ତୁତ କରି ରଖନ୍ତି। ସର୍କିଟ୍ ଜଜମାନେ କଟକକୁ ଆସି ସେଗୁଡ଼ିକ ଫଏସଲ କରନ୍ତି।]