ସରସ୍ୱତୀ Saraswatī

  • ସଂ. ବି. ସ୍ତ୍ରୀ (ସରସ୍=ଜଳ+ଅଛି ଅର୍ଥରେ ବତ୍+ସ୍ତ୍ରୀ. ଈ) — ବାଗ୍ଦେବୀ; ବିଷ୍ଣୁଙ୍କର ଏକତମା ପତ୍ନୀ— ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ — The Hindu Goddess of learning and speech
  • ସଂ. ବି. ସ୍ତ୍ରୀ (ସରସ୍=ଜଳ+ଅଛି ଅର୍ଥରେ ବତ୍+ସ୍ତ୍ରୀ. ଈ) — [ଦ୍ର—ପୁରାଣ ମତରେ ଏ ଧର୍ମଦେବଙ୍କ ବାମ ପାର୍ଶ୍ୱରୁ ଆବିର୍ଭୂତା ହୋଇଥିଲେ। ଏ ଶୁକ୍ଳବର୍ଣ୍ଣ, ମକର ବା ହଂସାରୂଢ଼ା, ଶ୍ୱେତପଦ୍ନାସନା, ବୀଣା ପୁସ୍ତକଧାରିଣୀ ଓ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ। ମାଘ ଶୁକ୍ଳପଞ୍ଚମୀ ବା ଶ୍ରୀପଞ୍ଚମୀ ଦିନ ଓ ଶିଶୁଙ୍କ ବିଦ୍ୟାରମ୍ଭ କାଳରେ ଏହାଙ୍କର ପୂଜା କରାଯାଏ। ବ୍ରହ୍ମ— ବୈବର୍ତ୍ତ ପୁରାଣରେ ଏ ଦେବୀଙ୍କ ଉତ୍ପତ୍ତି ବିଷୟରେ ଲେଖା ଅଛି ଯେ, ପରମାତ୍ମାଙ୍କ ମୁଖରୁ ଶୁକ୍ଳବର୍ଣ୍ଣା, ବୀଣାଧାରିଣୀ ଓ କୋଟିଚନ୍ଦ୍ର ପ୍ରଭା ଆବିର୍ଭୂତା ହେଲେ। ଏ ଦେବୀ ଶ୍ରୁତି ଓ ଶାସ୍ତ୍ର ମଧ୍ୟରେ ଶ୍ରେଷ୍ଠା ଓ ପଣ୍ଡିତମାନଙ୍କ ଜନନୀ । ଏ ବାଗଧିଷ୍ଠାତ୍ରୀ ଦେବୀ। ଏହି ପୁରାଣରେ ଗଣେଶ ଖଣ୍ଡରେ ଲେଖାଅଛି ଯେ, ସୃଷ୍ଟିକାଳରେ ପ୍ରଧାନାଶକ୍ତି ଈଶ୍ୱରଙ୍କ ଇଚ୍ଛାନୁସାରେ ପଞ୍ଚଧା ବିଭକ୍ତା ହେଲେ, ଯଥା—ରାଧା, ପଦ୍ମା, ସାବିତ୍ରୀ, ଦୁର୍ଗା ଓ ସରସ୍ୱତୀ। ଏମାନଙ୍କ ମଧ୍ୟରୁ ବାଗଧିଷ୍ଠାତ୍ରୀ, ଶାସ୍ତ୍ରଜ୍ଞାନଦାୟିନୀ, କୃଷ୍ଣକଣ୍ଠୋଦ୍ଭବା ଦେବୀ ସରସ୍ୱତୀ ଜଣେ ଅଟନ୍ତି। ଶ୍ରୀକୃଷ୍ଣ ପ୍ରଥମେ ଏ ଦେବୀଙ୍କ ପୂଜା କଲେ। ଏ ଦେବୀଙ୍କ ଆରାଧନାରେ ମୂର୍ଖ ପଣ୍ଡିତ ହୁଏ। ମାଘ ମାସର ଶୁକ୍ଳ ପଞ୍ଚମୀରେ ଓ ଶିଶୁଙ୍କ ବିଦ୍ୟାରମ୍ଭକାଳରେ ଏ ଦେବୀଙ୍କର ପୂଜା କରାଯାଏ। ଶ୍ରୀକୃଷ୍ଣଙ୍କ ଉପଦେଶକ୍ରମେ ଏ ଦେବୀ ନାରାୟଣଙ୍କୁ ଭଜନା କଲେ। ମାଘ ମାସ ଶୁକ୍ଳ— ପଞ୍ଚମୀର ସରସ୍ୱତୀ ପୂଜା ଶ୍ରୀକୃଷ୍ଣଙ୍କ ଦ୍ୱାରା ପ୍ରବର୍ତ୍ତିତ। ବିଶ୍ୱ— କୋଷ।]
  • ସଂ. ବି. ସ୍ତ୍ରୀ (ସରସ୍=ଜଳ+ଅଛି ଅର୍ଥରେ ବତ୍+ସ୍ତ୍ରୀ. ଈ) — ବାଣୀ; ବାକ୍ୟ; କଥା — Word; speech
  • ସଂ. ବି. ସ୍ତ୍ରୀ (ସରସ୍=ଜଳ+ଅଛି ଅର୍ଥରେ ବତ୍+ସ୍ତ୍ରୀ. ଈ) — [ଉ—ବାଳସ୍ନେହ—ସରସ୍ୱତୀଙ୍କ ପାଳି, ବହନ ସରସ୍ୱତୀରେ ସେ ମିଳି। ଭଞ୍ଜ, ବୈଦେହୀଶବିଳାସ।]
  • ସଂ. ବି. ସ୍ତ୍ରୀ (ସରସ୍=ଜଳ+ଅଛି ଅର୍ଥରେ ବତ୍+ସ୍ତ୍ରୀ. ଈ) — ସ୍ତ୍ରୀରତ୍ନ; ଉତ୍ତମା ସ୍ତ୍ରୀ (ମେଦିନୀ) — An excellent lady
  • ସଂ. ବି. ସ୍ତ୍ରୀ (ସରସ୍=ଜଳ+ଅଛି ଅର୍ଥରେ ବତ୍+ସ୍ତ୍ରୀ. ଈ) — ସୋମଲତା (ଶବ୍ଦଚନ୍ଦ୍ରିକା) — The 'Soma' creeper
  • ସଂ. ବି. ସ୍ତ୍ରୀ (ସରସ୍=ଜଳ+ଅଛି ଅର୍ଥରେ ବତ୍+ସ୍ତ୍ରୀ. ଈ) — ମନୁପତ୍ନୀବିଶେଷ (ମେଦିନୀ) — One of the wives of Manu
  • ସଂ. ବି. ସ୍ତ୍ରୀ (ସରସ୍=ଜଳ+ଅଛି ଅର୍ଥରେ ବତ୍+ସ୍ତ୍ରୀ. ଈ) — ଗୋ; ଗାଈ (ମେଦିନୀ) — Cow
  • ସଂ. ବି. ସ୍ତ୍ରୀ (ସରସ୍=ଜଳ+ଅଛି ଅର୍ଥରେ ବତ୍+ସ୍ତ୍ରୀ. ଈ) — ଜ୍ୟୋତିଷ୍ମତୀ (ରାଜନିର୍ଘଣ୍ଟ) — A creeper
  • ସଂ. ବି. ସ୍ତ୍ରୀ (ସରସ୍=ଜଳ+ଅଛି ଅର୍ଥରେ ବତ୍+ସ୍ତ୍ରୀ. ଈ) — ବ୍ରାହ୍ମୀ (ରାଜ— ନିର୍ଘଣ୍ଟ) — A pot-herb
  • ସଂ. ବି. ସ୍ତ୍ରୀ (ସରସ୍=ଜଳ+ଅଛି ଅର୍ଥରେ ବତ୍+ସ୍ତ୍ରୀ. ଈ) — ମଣ୍ଡୁକପର୍ଣ୍ଣୀ; ଥାଲକୁଣୀ — The Indian pennywort
  • ସଂ. ବି. ସ୍ତ୍ରୀ (ସରସ୍=ଜଳ+ଅଛି ଅର୍ଥରେ ବତ୍+ସ୍ତ୍ରୀ. ଈ) — ଦୁର୍ଗା — The Goddess Durgā