ସରଣୀ ବରଣୀ Saraṇi baraṇī
- ଦେ. ବି (ସଂ. ସରଣୀ=ପଥ+ବରଣ) — ବାଟ ବରଣ; ବିବାହ କରିବାକୁ କନ୍ଯା ଘରକୁ ଆସୁଥିବା ବରଙ୍କୁ କନ୍ୟାଗୃହର କିଛି ଦୂରକୁ କନ୍ଯା କର୍ତ୍ତା ଯାଇ ଅର୍ଘ୍ୟ ଆଦି ଦେଇ ବରଣ ବା ନିମନ୍ତ୍ରଣ କରି କନ୍ଯା ଗୃହକୁ ଆଣିବାରୂପ କର୍ମ — The ceremonial welcome extended to the coming bridegroom by the bride's father before he reaches the bride's house for marriage
- ଦେ. ବି (ସଂ. ସରଣୀ=ପଥ+ବରଣ) — [ଉ—ମୀନକେତୁ ନାମ କୁମରକୁ ପଠିଆଇ, ଅଣାଇଲେ ସରଣୀ ବରଣୀ କରି ତହିଁ—ଭଞ୍ଜ, ଲାବଣ୍ୟ ବତୀ।]
- ଦେ. ବି (ସଂ. ସରଣୀ=ପଥ+ବରଣ) — କୌଣସି ସ୍ଥାନକୁ ଆସୁଥିବା ବିଶିଷ୍ଟ ଅତିଥିଙ୍କୁ ଖଣ୍ଡଦୂର ଆଗକୁ ଯାଇ ପାଛୋଟି ଆଣିବା — Welcoming a guest by meeting him at some distance and accompanying him to his destination