ସମ୍ଭାଳୁଆ Sambhāḻuā

  • ଦେ. ବିଣ (ସଂ. ସଂବରଣ) — ଧୈର୍ଯ୍ୟଶୀଳ — Patient
  • ଦେ. ବିଣ (ସଂ. ସଂବରଣ) — ସହିଷ୍ଣୁ — Forbearing
  • ଦେ. ବିଣ (ସଂ. ସଂବରଣ) — ସମ୍ଭାଳିବାବାଲା; କୌଣସି କାର୍ଯ୍ୟର ଦାୟିତ୍ୱ ବା ଭାର ଗ୍ରହଣ କରି ତାହାକୁ ସୁସମ୍ପନ୍ନ କରିବାରେ ସମର୍ଥ ବା ଦକ୍ଷ — Capable of managing any undertaking
  • ଦେ. ବି—(ସଂ. ଶୂକ) — ସମ୍ବାଳିଆ; ସବାଳୁଆ; ଶୁଆଁବାଳି ପୋକ — Caterpillar