ସମ୍ବିତ୍ତି Sambitti

  • ସଂ. ବି (ସମ୍+ବିଦ୍ ଧାତୁ+ଭାବ. ତି) — ଅନୁଭବ; ଅନୁଭୂତି — Experience
  • ସଂ. ବି (ସମ୍+ବିଦ୍ ଧାତୁ+ଭାବ. ତି) — ଚେତନା — Perception
  • ସଂ. ବି (ସମ୍+ବିଦ୍ ଧାତୁ+ଭାବ. ତି) — ବୁଦ୍ଧି — Intelligence
  • ସଂ. ବି (ସମ୍+ବିଦ୍ ଧାତୁ+ଭାବ. ତି) — ପୂର୍ବସ୍ମୃତି — Recollection
  • ସଂ. ବି (ସମ୍+ବିଦ୍ ଧାତୁ+ଭାବ. ତି) — (ମନୋବିଜ୍ଞାନ) ଇନ୍ଦ୍ରୟଲବ୍ଧ ଜ୍ଞାନର ପ୍ରଥମ ସ୍ତର — (Psychology) Sensation
  • ସଂ. ବି (ସମ୍+ବିଦ୍ ଧାତୁ+ଭାବ. ତି) — [ଦ୍ର—ଏହା ମନୋବିଜ୍ଞାନର ପାରିଭାଷିକ ଶବ୍ଦ। ଇଂରାଜିରେ ଏହାକୁ ସେନ୍ସେସନ୍ — (Sensation)କହନ୍ତି ସଂବତ୍ତି ବାହ୍ୟ ବସ୍ତୁର କ୍ରିୟା ଓ ମାନସ ପ୍ରତିକ୍ରିୟା ଉଭୟଦ୍ୱାରା ଉଦ୍ବୁଦ୍ଧ ହୁଏ ବସ୍ତୁଜଗତ୍ ପ୍ରଥମତଃ ଇନ୍ଦ୍ରିୟ ଉପରେ ଆଘାତ କରେ ଏବଂ ଉକ୍ତ ଆଘାତ ମସ୍ତିଷ୍କ ପ୍ରଦେଶରେ ପ୍ରବିଷ୍ଟ ହୋଇ ମାନସଶକ୍ତିର ଚେତନା ଜାଗ୍ରତ କରାଇଲେ 'ସଂବିତ୍ତି' ଜନ୍ମେ ସଂବିତ୍ତି ସାହାଯ୍ୟରେ ଆମ୍ଭେମାନେ ଏତିକି ମାତ୍ର ଜାଣୁଁ ଯେ, ଗୋଟିଏ ଶକ୍ତିଯୁକ୍ତ ପଦାର୍ଥ ବିଦ୍ୟମାନ; କିନ୍ତୁ ଉକ୍ତ ପଦାର୍ଥ କେଉଁ କେଉଁ ଗୁଣରେ ଭୂଷିତ, ଅର୍ଥାତ୍ ତାହାର 'ରୂପ', 'ବର୍ଣ୍ଣ', ପରିମାଣ ପ୍ରଭୃତି କିପରି ବା କେତେ, ତାହା କେତେ ଦୂରରେ ଅବସ୍ଥିତ, ଏ ପ୍ରକାର ଜ୍ଞାନ ଜନ୍ମିଲେ ବସ୍ତୁ—ପ୍ରତ୍ୟକ୍ଷ ଜନ୍ମେ ସମ୍ବିତ୍ତି ପ୍ରତ୍ୟକ୍ଷ ଜ୍ଞାନର ମୁଖବନ୍ଧ ସମିତ୍ତି ସାହାଯ୍ୟରେ ବାହ୍ୟ ବସ୍ତୁର ଅସ୍ତିତ୍ୱ ମାତ୍ର ଅନୁଭୁତ ହୁଏ; ପ୍ରତ୍ୟକ୍ଷ ସାହାଯ୍ୟରେ ବାହ୍ୟ ବସ୍ତୁର ପରିଚୟ ଘଟେ ଇନ୍ଦ୍ରିୟ ପାଞ୍ଚ ପ୍ରକାର; ଏଣୁ ସମ୍ବିତ୍ତି ମଧ୍ୟ ପାଞ୍ଚ ପ୍ରକାର; ଯଥା—ଦର୍ଶନ—ସମ୍ବିତ୍ତି, ଶ୍ରବଣ—ସମ୍ବିତ୍ତି, ସ୍ପର୍ଶ—ସମ୍ବିତ୍ତି, ଘ୍ରାଣ—ସମ୍ବିତ୍ତି ଓ ସ୍ୱାଦ— ସମ୍ବିତ୍ତି ପଦାର୍ଥର ବିଭିନ୍ନ ଗୁଣଧର୍ମ ଜ୍ଞାନ ବିଭିନ୍ନ ସମ୍ବିତ୍ତି— ସାପେକ୍ଷ; ଯଥା—ପଦାର୍ଥର 'ରୂପ' 'ବର୍ଣ୍ଣ' ଦର୍ଶନ—ସଂବିତ୍ତି ସାହାଯ୍ୟରେ, ପଦାର୍ଥର 'ଗନ୍ଧ' ଘ୍ରାଣ—ସଂବିତ୍ତି ସାହାଯ୍ୟରେ ସମାହିତ ହୁଏ
  • ସଂ. ବି (ସମ୍+ବିଦ୍ ଧାତୁ+ଭାବ. ତି) — ସନ୍ଦର୍ଭ ଲେଖକ— ଅଧ୍ୟାପକ ଶ୍ରୀ ବିପିନବିହାରୀ ରାୟ, ଏମ୍. ଏ.]