ସମ୍ବାଦ ପତ୍ର Sambāda patra

  • ସଂ. ବି (ଆଧୁନିକ ବ୍ୟବହାର) — ଯେଉଁ ପତ୍ରିକାରେ ଦେଶରେ ନାନାବିଧ ସମ୍ବାଦ ପ୍ରଚାରିତ ହୁଏ — Newspapers
  • ସଂ. ବି (ଆଧୁନିକ ବ୍ୟବହାର) — [ସମ୍ବାଦ ପତ୍ର।
  • ସଂ. ବି (ଆଧୁନିକ ବ୍ୟବହାର) — ସନ୍ଦର୍ଭ ଲେଖକ—ଶ୍ରୀଯୁକ୍ତ ଜଗନ୍ନାଥ ତ୍ରିପାଠୀ ବିଏ. ବିଟି. ହେଡ଼ମାଷ୍ଟର କଟକ ଟ୍ରେନିଙ୍ଗ ସ୍କୁଲ୍
  • ସଂ. ବି (ଆଧୁନିକ ବ୍ୟବହାର) — ମୁଦ୍ରାଯନ୍ତ୍ର ବା ଛାପାକଳର ଉଦ୍ଭାବନ ଦ୍ୱାରା ମାନବସମାଜରେ ଯେତେ ଉପକାର ହୋଇଅଛି ତାହା ବର୍ଣ୍ଣନାନୀତ। କାରଣ, ପୁସ୍ତକ ଏବଂ ସମ୍ବାଦ ପତ୍ରମାନଙ୍କର ପ୍ରଚାର ଦ୍ୱାରା ମାନବସଭ୍ୟତା ଯେତେ ଦ୍ରୁତବେଗରେ ଗତି କରୁଅଛି, ମୁଦ୍ରାଯନ୍ତ୍ର ଅଭାବରେ ତାହା ହୋଇ ପାରନ୍ତା ନାହିଁ। ବହୁକାଳ ପୂର୍ବରୁ ଚୀନ ଦେଶର ଲୋକମାନେ ସର୍ବପ୍ରଥମେ କାଠଖଣ୍ଡମାନଙ୍କ ସାହାଯ୍ୟରେ ଅକ୍ଷର ଛାପିବାକୁ ସର୍ବପ୍ରଥମେ ଉଦ୍ୟମ କରିଥିଲେ। ମାତ୍ର ଏହି ପ୍ରଣାଳୀରେ ବିଶେଷ ସୁବିଧା ହେଉ ନ ଥିଲା। ଆଜକୁ ପ୍ରାୟ 500 ବର୍ଷ ପୂର୍ବେ ଜର୍ମାନୀ ଦେଶର ଅନ୍ତର୍ଗତ ମେଞ୍ଜ୍ — ମୁଦ୍ରାଯନ୍ତ୍ର ବା ଛାପାକଳର ଉଦ୍ଭାବନ ଦ୍ୱାରା ମାନବସମାଜରେ ଯେତେ ଉପକାର ହୋଇଅଛି ତାହା ବର୍ଣ୍ଣନାନୀତ କାରଣ, ପୁସ୍ତକ ଏବଂ ସମ୍ବାଦ ପତ୍ରମାନଙ୍କର ପ୍ରଚାର ଦ୍ୱାରା ମାନବସଭ୍ୟତା ଯେତେ ଦ୍ରୁତବେଗରେ ଗତି କରୁଅଛି, ମୁଦ୍ରାଯନ୍ତ୍ର ଅଭାବରେ ତାହା ହୋଇ ପାରନ୍ତା ନାହିଁ ବହୁକାଳ ପୂର୍ବରୁ ଚୀନ ଦେଶର ଲୋକମାନେ ସର୍ବପ୍ରଥମେ କାଠଖଣ୍ଡମାନଙ୍କ ସାହାଯ୍ୟରେ ଅକ୍ଷର ଛାପିବାକୁ ସର୍ବପ୍ରଥମେ ଉଦ୍ୟମ କରିଥିଲେ ମାତ୍ର ଏହି ପ୍ରଣାଳୀରେ ବିଶେଷ ସୁବିଧା ହେଉ ନ ଥିଲା ଆଜକୁ ପ୍ରାୟ500ବର୍ଷ ପୂର୍ବେ ଜର୍ମାନୀ ଦେଶର ଅନ୍ତର୍ଗତ ମେଞ୍ଜ୍(Mainz)ନଗର— ବାସୀ ଗୁଟେନବର୍ଗ(Guttenburgh)ନାମକ ବ୍ଯକ୍ତିଙ୍କ ଦ୍ୱାରା ପ୍ରକୃତ ଛପାକଳ ଉଦ୍ଭାବିତ ହୋଇଥିଲା ଆଜିକାଲି ଛପାକଳ ସାହାଯ୍ୟରେ ସବୁ ବିଷୟରେ ଇତିହାସ ଲିପିବଦ୍ଧ ହେଉଅଛି ମାତ୍ର ଆଶ୍ଚର୍ଯ୍ୟର ବିଷୟ, ଛାପାକଳର ଇତିହାସ ବିଷୟରେ ସାଧାରଣଙ୍କୁ ବିଶେଷ କିଛି ଜଣା ନାହିଁ ଖଣ୍ଡିଏ କାଠରେ ଅକ୍ଷରମାନ ଖୋଳି ଲୋକେ ବହି ଛାପିବାକୁ ଆରମ୍ଭ କଲେ ମାତ୍ର ସେହି ଖୋଳାକାଠ ଘଷି ହୋଇଯିବାରୁ ତଦ୍ଦ୍ୱାରା ଅନ୍ଯ ବହି ଛାପା ହୋଇ ପାରିଲା ନାହିଁ ସୁତରାଂ ଲୋକେ ଭାବିଲେ, ଯଦି ସେମାନେ ଧାତୁ ଦ୍ୱାରା ଅକ୍ଷର (ଟାଇପ୍) ମାନ ପ୍ରସ୍ତୁତ କରି ପାରିବେ, ତାହାହେଲେ ସେହି ଅକ୍ଷରମାନଙ୍କ ଦ୍ୱାରା ଗୋଟିଏ ବହି ଛାପା ସାରିବା ପରେ ତଦ୍ଦ୍ୱାରା ଅନ୍ଯ ବହି ମଧ୍ୟ ଛାପି ହୋଇ ପାରିବ ଉପର୍ଯ୍ୟୁକ୍ତ ମହାତ୍ମା ଗୁଟେନ୍ବର୍ଗ ଜଣେ ଧାତୁ ବ୍ଯବସାୟୀଙ୍କ ସାହାଯ୍ୟରେ ପ୍ରଥମେ ଚଳନଶୀଳ ଅକ୍ଷର ବା ଟାଇପ୍ ଉଦ୍ଭାବନ କରିଥିଲେ ପ୍ରଥମେ କୌଣସି ଅକ୍ଷରର ଛାଞ୍ଚ ପ୍ରସ୍ତୁତ କରି ତହିଁରେ ତରଳ ଧାତୁ ଢାଳିବା ଦ୍ୱାରା ଅଳ୍ପ ସମୟ ମଧ୍ୟରେ ସେ ବହୁସଂଖ୍ୟକ ଟାଇପ୍ ପ୍ରସ୍ତୁତ କରିପାରିଲେ ଖ୍ରୀଷ୍ଟଧର୍ମର ଧର୍ମଗ୍ରନ୍ଥ ବାଇବେଲ୍ ସର୍ବପ୍ରଥମେ ଲାଟିନ୍ ଭାଷାରେ ଏହି ଟାଇପ୍ ଦ୍ୱାରା ମୁଦ୍ରିତ ହୋଇଥିଲା ଏହାହିଁ ପାଶ୍ଚାତ୍ୟ ଜଗତରେ ସର୍ବପ୍ରଥମ ଛାପା ପୁସ୍ତକ ଏଥିରେ ବହୁ ଅର୍ଥ ବ୍ଯୟିତ ହୋଇଥିଲା ସତ୍ୟ, ମାତ୍ର ଏହାଦ୍ୱାରା ସମଗ୍ର ପୃଥିବୀରେ ଛାପାକଳର ଜୟ ପ୍ରତିଷ୍ଠିତ ହେଲା
  • ସଂ. ବି (ଆଧୁନିକ ବ୍ୟବହାର) — ଏହାର ଅଳ୍ପ ସମୟ ପରେ ଇଉରୋପର ବିଭିନ୍ନ ଦେଶମାନଙ୍କର ଛାପାକଳମାନ ପ୍ରତିଷ୍ଠିତ ହେଲା। କାକ୍ଷ୍ଟନ — (Caxton)ନାମକ ବ୍ଯକ୍ତି ପ୍ରଥମେ ଇଂଲଣ୍ଡରେ ଛାପାକଳ ପ୍ରତିଷ୍ଠିତ କରିଥିଲେ ଛାପାକଳ ସାହାଯ୍ୟରେ ପୁସ୍ତକମାନ ପ୍ରକାଶିତ ହେଲା ମାତ୍ର କାଳକ୍ରମେ ଲୋକମାନେ ସମ୍ବାଦମାନ ଜାଣିବାକୁ ଇଚ୍ଛା କରିବାକୁ ସମ୍ବାଦପତ୍ରର ସୃଷ୍ଟି ହେଲା ପୃଥିବୀର ସର୍ବପ୍ରଥମ ସମ୍ବାଦପତ୍ରFrankfurter Journal(ପ୍ରାଙ୍କଫୋଟ୍ର ପତ୍ରିକା) ଜର୍ମାନୀ ଦେଶରୁ ସାପ୍ତାହିକରୂପେ ଖ୍ରୀ:1615ସାଲରେ ମୁଦ୍ରିତ ହେଲା ତତ୍ପରେ1616ସାଲରେ ବେଲ୍ଜିଅମ୍ ଦେଶର ଆଣ୍ଟ୍ୱର୍ପ୍ ସହରରୁ ଦ୍ୱିତୀୟ ସମ୍ବାଦପତ୍ର ପ୍ରକାଶିତ ହେଲା1622ଖ୍ରୀଷ୍ଟାବ୍ଦରେ ଲଣ୍ଡନରୁWeekly news(ସାପ୍ତାହିକ ସମ୍ବାଦ) ନାମକ ପ୍ରଥମେ ଇଂରାଜୀ ସମ୍ବାଦପତ୍ର ପ୍ରକାଶିତ ହେଲା ତାହାପରେ ଇଉରୋପର ଅନ୍ଯାନ୍ୟ ସହରମାନଙ୍କରେ ପ୍ରକାଶିତ କେତେକ ସମ୍ବାଦପତ୍ରମାନଙ୍କ ତାଲିକା ନିମ୍ନରେ ପ୍ରଦତ୍ତ ହେଲା
  • ସଂ. ବି (ଆଧୁନିକ ବ୍ୟବହାର) — (ଦୈନିକ ବାର୍ତ୍ତା— ବହ) — ପ୍ରଥମ ସାପ୍ତାହିକ ଇଂରାଜୀ ସମ୍ବାଦପତ୍ର1622ରେ ପ୍ରକାଶିତ ହୋଇଥିଲେ ସୁଦ୍ଧା ସର୍ବପ୍ରଥମ ଇଂରାଜୀ ଦୈନିକ ସମ୍ବାଦପତ୍ରThe Daily Courant,Queen Anne(ରାଣୀ ଅନୀ) ଙ୍କ ରାଜତ୍ୱକାଳରେ1703ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ହୋଇଥିଲା
  • ସଂ. ବି (ଆଧୁନିକ ବ୍ୟବହାର) — ଭାରତରେ ଇଂରାଜୀ ଶାସନ ପ୍ରତିଷ୍ଠିତ ହେବା ପରେ 1780 ଖ୍ରୀଷ୍ଟାବ୍ଦରେ କଲିକତା ନଗରୀରୁ ସର୍ବପ୍ରଥମ ଇଂରାଜୀ ସମ୍ବାଦପତ୍ର — ଭାରତରେ ଇଂରାଜୀ ଶାସନ ପ୍ରତିଷ୍ଠିତ ହେବା ପରେ1780ଖ୍ରୀଷ୍ଟାବ୍ଦରେ କଲିକତା ନଗରୀରୁ ସର୍ବପ୍ରଥମ ଇଂରାଜୀ ସମ୍ବାଦପତ୍ରBengal Gazette(ବେଙ୍ଗଲ୍ ଗେଜେଟ୍) ପ୍ରକାଶିତ ହେଲା1789ସାଲରେBombay Herald(ବମ୍ବେଇ ଭାଟ) ଏବଂ1790ସାଲରେBombay Courier(ବୋମ୍ବେ ବାର୍ତ୍ତାବହ) ପ୍ରକାଶିତ ହେଲା ଶେଷୋକ୍ତ ସମ୍ବାଦପତ୍ରଟି1838ସାଲରେBombay Times(ବୋମ୍ବେଇ ସମୟ) ନାମ ଧାରମ କଲା ଏବଂ1861ଖ୍ରୀଷ୍ଟାବ୍ଦରେ ଏହାର ନାମTimes of India(ଭାରତରେ ସମୟ) ହେଲା ଏହା ବର୍ତ୍ତମାନ ଭାରତରେ ଗୋଟିଏ ବିଖ୍ୟାତ ଦୈନିକ ସମ୍ବଦପତ୍ର ଏବଂ ଏହାର ଅଫିସ୍ରୁThe Illustrated Weekly of India(ଭାରତର ସଚିତ୍ର ସାପ୍ତାହିକ) ନାମକ ବିଖ୍ୟାତ ସଚିତ୍ର ସାପ୍ତାହିକ ପତ୍ରିକା ପ୍ରକାଶିତ ହେଉଅଛି1784ଖ୍ରୀଷ୍ଟାବ୍ଦରେCalcutta Gazette(କଲିକତା ଗେଜେଟ୍) ପ୍ରକାଶିତ ହୋଇଥିଲା ତତପରେ ବଙ୍ଗଳା ଅକ୍ଷରରେ ଟାଇପ୍ ପ୍ରସ୍ତୁତ ହେବାରୁ1818ଖ୍ରୀଷ୍ଟାବ୍ଦରେ ଲର୍ଡ ହେଷ୍ଟିଙ୍ଗ୍ସ୍(Lord Hastings)ଭାରତର ବଡ଼ ଲାଟ ଥିବାବେଳେ 'ସମାଚାର ଦର୍ପଣ' ନାମକ ସର୍ବପ୍ରଥମ ବଙ୍ଗଳା ସମ୍ବାଦପତ୍ର ପ୍ରକାଶିତ ହୋଇଥିଲା ଏହା ଶ୍ରୀରାମପୁରର ପାଦ୍ରୀମାନଙ୍କ ଉଦ୍ୟମରେ ପ୍ରକାଶିତ ହୋଇଥିଲା ତତ୍ପରେ1822ଖ୍ରୀଷ୍ଟବ୍ଦରେ 'ବମ୍ବେ ସମାଚାର' ନାମକ ଭାରତୀୟ ଭାଷାରେ ମୁଦ୍ରିତ ଅନ୍ଯ ଏକ ସମ୍ବାଦପତ୍ର ପ୍ରକାଶିତ ହେଲା କ୍ରମେ କ୍ରମେ ଭାରତର ବିଭିନ୍ନଦେଶୀୟ ଭାଷାରେ ସମ୍ବାଦପତ୍ରମାନ ପ୍ରକାଶିତ ହେଲା 'ଉତ୍କଳ ଦୀପିକା' ଓଡ଼ିଆ ଭାଷାର ସର୍ବପ୍ରଥମେ ସାପ୍ତାହିକ ସମ୍ବାଦପତ୍ର ନିମ୍ନରେ ଭାରତବର୍ଷର କେତେକ ପ୍ରସିଦ୍ଧ ବର୍ତ୍ତମାନ ସମ୍ବାଦପତ୍ରମାନଙ୍କ ତାଲିକା ପ୍ରଦତ୍ତ ହେଲା
  • ସଂ. ବି (ଆଧୁନିକ ବ୍ୟବହାର) — ଇଂରାଜୀ ଦୈନିକ ପତ୍ରିକା — 1. Advance—କଲିକତା,2. Advocate of India—ବମ୍ବେଇ, 3. Amrit Bazar Patrika—କଲିକତା, 4. Bombay Chronicle—ବମ୍ବେଇ; 5. Civil and Military Gazette—ଲାହୋର, 6. Star of India—କଲିକତା. 7. Hindu—ମାନ୍ଦ୍ରାଜ୍, 8. Hindustan Times —ଦିଲ୍ଲୀ, 9. National call—ଦିଲ୍ଲୀ, 10. Indian Daily Telegraph—ଲକ୍ଷ୍ନୌ, 11. Leader—ଆଲାହାବାଦ,12. Madras Mail—ମାନ୍ଦ୍ରାଜ୍, 13. Pioneer—ଲକ୍ଷ୍ନୌ,14. Rangoon times—ରେଙ୍ଗୁନ,15. New Orissa—ବ୍ରହ୍ମପୁର, ଓଡ଼ିଶା,16. Search Light—ବାଙ୍କିପୁର,17. Statesman—କଲିକତା,18. Tribune—ଲାହୋର,19. The Observer—କଟକ
  • ସଂ. ବି (ଆଧୁନିକ ବ୍ୟବହାର) — ଇଂରାଜୀ ସାପ୍ତାହୀକ ପତ୍ରିକା — 1. Orient—କଲିକତା,2. The Illustrated weekly of India—ବମ୍ବେଇ,3. Marhatta —ପୁନା,4. People—ଲାହୋର,5. Dipali—କଲିକତା,6. Dharmarajya—ଦିଲ୍ଲୀ
  • ସଂ. ବି (ଆଧୁନିକ ବ୍ୟବହାର) — ଇଂରାଜୀ ମାସିକା ପତ୍ରିକା — 1. Modern Review—କଲିକତା,2. Indian Review—ମାନ୍ଦ୍ରାଜ,3. Calcutta Review—କଲିକତା,4. Baitaraṇi—କଟକ,5. Theosophy of India—ବନାରସ
  • ସଂ. ବି (ଆଧୁନିକ ବ୍ୟବହାର) — ବଙ୍ଗଳା ଦୈନିକ ପତ୍ରିକା
  • ସଂ. ବି (ଆଧୁନିକ ବ୍ୟବହାର) — ଆନନ୍ଦ ବଜାର ପତ୍ରିକା—କଲିକତା, 2 । ବସୁମତୀ —କଲିକତା, ଯୁଗାନ୍ତର—କଲିକତା। — ଆନନ୍ଦ ବଜାର ପତ୍ରିକା—କଲିକତା,2 ବସୁମତୀ —କଲିକତା, ଯୁଗାନ୍ତର—କଲିକତା